ପାକିସ୍ତାନ ଆନ୍ତରାଷ୍ଟ୍ରୀୟ ଆତଙ୍କର ଚେହେରା: ୟୁଏନ୍‌ରେ ମୁଖା ଖୋଲିଲା ଭାରତ

ନ୍ୟୁୟର୍କ: ଆତଙ୍କବାଦ ମାମଲାରେ ଭାରତ ସଂଯୁକ୍ତ ରାଷ୍ଟ୍ର (ୟୁଏନ୍‌) ସମ୍ମିଳନୀରେ ପାକିସ୍ତାନର ମୁଖା ଖୋଲି ଦେଇଛି। ପାକିସ୍ତାନ ଆନ୍ତରାଷ୍ଟ୍ରୀୟ ଚେହେରା ବୋଲି ଭାରତ କହିଛି। ଜେନିଭାରେ ଅନୁଷ୍ଠିତ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦର ୩୬ତମ ସମ୍ମିଳନୀରେ ପାକସ୍ତାନକୁ ଆତଙ୍କର କାରଖାନା ବନ୍ଦ କରିବାକୁ ଭରତ ଚେତାବନୀ ଦେଇଛି। ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ପାକିସ୍ତାନକୁ କହିଛି। ରାଇଟ୍‌ ଟୁ ରିପ୍ଲାଇରେ ଭାରତ ପକ୍ଷରୁ କୁହାଯାଇଛି ଯେ, ଜମ୍ମୁ-କାଶ୍ମୀର ସୀମା ଆର ପଟେ ଚାଲିଥିବା ଆତଙ୍କବାଦ […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 08:57 AM IST

ନ୍ୟୁୟର୍କ: ଆତଙ୍କବାଦ ମାମଲାରେ ଭାରତ ସଂଯୁକ୍ତ ରାଷ୍ଟ୍ର (ୟୁଏନ୍‌) ସମ୍ମିଳନୀରେ ପାକିସ୍ତାନର ମୁଖା ଖୋଲି ଦେଇଛି। ପାକିସ୍ତାନ ଆନ୍ତରାଷ୍ଟ୍ରୀୟ ଚେହେରା ବୋଲି ଭାରତ କହିଛି। ଜେନିଭାରେ ଅନୁଷ୍ଠିତ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦର ୩୬ତମ ସମ୍ମିଳନୀରେ ପାକସ୍ତାନକୁ ଆତଙ୍କର କାରଖାନା ବନ୍ଦ କରିବାକୁ ଭରତ ଚେତାବନୀ ଦେଇଛି। ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ପାକିସ୍ତାନକୁ କହିଛି।

ରାଇଟ୍‌ ଟୁ ରିପ୍ଲାଇରେ ଭାରତ ପକ୍ଷରୁ କୁହାଯାଇଛି ଯେ, ଜମ୍ମୁ-କାଶ୍ମୀର ସୀମା ଆର ପଟେ ଚାଲିଥିବା ଆତଙ୍କବାଦ କାର୍ଯ୍ୟକଳାପର ପ୍ରମାଣ ପାକିସ୍ତାନକୁ ଦିଆସରିଛି। ପାକିସ୍ତାନ ଏଥିପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ମୁଖ୍ୟ ପ୍ରସଙ୍ଗରୁ ନଜର ହଟାବାକୁ କାମ କରୁଛି। ଅଧିକୃତ କାଶ୍ମୀରକୁ ପାକିସ୍ତାନ ଆତଙ୍କର କେନ୍ଦ୍ର କରିଛି।

କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ଚାଲିଥିବା ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ। କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ ଓ ଏହା ସବୁଦିନ ରହିବ। ପାକିସ୍ତାନ ଏଥିରୁ ଦୂରେଇ ରହିବା ସହ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରୁ ବୋଲି ଭାରତ ପକ୍ଷରୁ ଚେତାବନୀ ଦିଆଯାଇଛି।

Related story