ପୁଣି ଚାଇନାକୁ ଜାତିସଂଘରେ ଦୃଢ଼ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଚାଇନାକୁ ଦୃଢ଼ ଜବାବ ଦେଇଛି ନୂଆଦିଲ୍ଲୀ। ବୁଧବାର ପାକିସ୍ତାନ କଥାରେ ପଡ଼ି ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାବାକୁ ଚେଷ୍ଟା କରିଥିଲା। ତେବେ ଭାରତର କଡ଼ା ବିରୋଧ ଯୋଗୁ ଏହି ଯୋଜନାରେ ଚାଇନା ଓ ପାକିସ୍ତାନ ଫେଲ ମାରିଛନ୍ତି। ଏହାପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତର ଆଭ୍ୟନ୍ତରୀଣ ବ୍ୟାପରେ ଚାଇନାର ହସ୍ତକ୍ଷେପକୁ ଦୃଢ଼ତାର ସହ ଖଣ୍ଡନ କରାଯାଇଛି। ମନ୍ତ୍ରଣାଳୟ […]

uy

Hemant Lenka
  • Published: Thursday, 06 August 2020
  • , Updated: 06 August 2020, 03:40 PM IST

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଚାଇନାକୁ ଦୃଢ଼ ଜବାବ ଦେଇଛି ନୂଆଦିଲ୍ଲୀ। ବୁଧବାର ପାକିସ୍ତାନ କଥାରେ ପଡ଼ି ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାବାକୁ ଚେଷ୍ଟା କରିଥିଲା।

ତେବେ ଭାରତର କଡ଼ା ବିରୋଧ ଯୋଗୁ ଏହି ଯୋଜନାରେ ଚାଇନା ଓ ପାକିସ୍ତାନ ଫେଲ ମାରିଛନ୍ତି। ଏହାପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତର ଆଭ୍ୟନ୍ତରୀଣ ବ୍ୟାପରେ ଚାଇନାର ହସ୍ତକ୍ଷେପକୁ ଦୃଢ଼ତାର ସହ ଖଣ୍ଡନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ଆମେ ଜାଣିବାକୁ ପାଇଛୁ ଯେ ଚାଇନା ଜମ୍ମୁ-କଶ୍ମୀରର ସ୍ଥିତିକୁ ନେଇ ଜାତିସଂଘରେ ଆଲୋଚନା କରିବାକୁ ବେଶ ଆଗ୍ରହ ଦେଖାଉଛି। ଚାଇନାକୁ ମନେ ରଖିବାକୁ ପଡ଼ିବ ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର।

ପ୍ରଥମଥର ପାଇଁ ଯେ ଚାଇନା ଏଭଳି କରିଛି, ତାହା ନୁହେଁ, ବରଂ ବାରମ୍ବାର ଚାଇନା ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାରେ ଲାଗିଛି। ଏହାପୂର୍ବରୁ ଚାଇନା ଜାତିସଂଘରେ କଶ୍ମୀର ସ୍ଥିତି ଉଠାଇଥିଲେ ହେଁ ଅନ୍ତର୍ଜାତୀୟ ରାଷ୍ଟ୍ରର କିଛି ସହଯୋଗ ଯୋଗୁ ଏହା ଫେଲ ମାରିଥିଲା।

ଚାଇନାର ଏଭଳି ବ୍ୟବହାର ଓ ଉଦ୍ୟମକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରୁଛି। ଏଥିସହ ଚାଇନା ନିଜ କାର୍ଯ୍ୟକୁ ବନ୍ଦ କରିବାକୁ ପଦକ୍ଷେପ ଗ୍ରହଣ କରୁ ବୋଲି ଭାରତ ପକ୍ଷରୁ କୁହାଯାଇଛି।

Related story