ନୂଆଦିଲ୍ଲୀ: ଭାରତର ସୀମାରେ ଦୁଇ ପଡୋଶୀ ଦେଶ ଚୀନ ଓ ପାକିସ୍ତାନ ଉତ୍ତେଜନା ସୃଷ୍ଟି କରୁଥିବାରୁ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଦେଖା ଦେଇଛି। ଉଭୟ ପଡୋଶୀ ରାଷ୍ଟ୍ର ଭାରତର ପାରମ୍ପାରିକ ଶତ୍ରୁ। ପାକିସ୍ତାନ ଜାମ୍ମୁ କାଶ୍ମୀର ସୀମାରେ ବାରମ୍ବାର ଅଶାନ୍ତି ସୃଷ୍ଟି କରୁଥିବା ବେଳେ ଚୀନ ସିକିମ ସେକ୍ଟର ନିକଟରେ ଥିବା ଡୋକଲାମ ଅଞ୍ଚଳକୁ ନେଇ ପ୍ରାୟ ଏକ ମାସ ହେବ ଭାରତ ସହିତ ମୁହାଁ ମୁହିଁ ସ୍ଥିତିରେ ରହିଛି। ତେବେ ପାକିସ୍ତାନ ଏକାକି ଭାରତ ସହିତ ଯୁଦ୍ଧ କରିବାକୁ ଡରୁଥିବା ବେଳେ ଚୀନ ବଳରେ ବଳିୟାନ ହେବାକୁ ଚାହୁଁଛି। ଏମିତି ପରିସ୍ଥିତିରେ କେତେବେଳେ ବି ଯୁଦ୍ଧ ହୋଇପାରେ ବୋଲି ଭାରତ ଅନୁମାନ କରି ଆଗୁଆ ପ୍ରସ୍ତୁତି ଚଳାଇଛି।
ମହାଭାରତ ଯୁଦ୍ଧରେ ଅଭିମନ୍ୟୁ ଭଳି ଭାରତ ଏକାକି ଦୁଇ ରାଷ୍ଟ୍ରଙ୍କ ସହିତ ଯୁଦ୍ଧ କରିବା ପାଇଁ ଅଣ୍ଟା ଭିଡିଛି। ଚୀନର ସାମରିକ ଶକ୍ତିକୁ ଦେଖିଲେ ଭାରତର ସାମରିକ ଶକ୍ତି କମ ଥିବା ଜଣା ପିଡୁଛି। ତେବେ ଯୁଦ୍ଧ ହେଲେ ଭାରତର ପ୍ରହାରରେ ଚୀନର ବି ଅଣ୍ଟା ଭାଙ୍ଗିଯିବ। ଏହାସହ ପାକିସ୍ତାନ ଧୂଳିରେ ମିସିଯିବ। ଉଭୟ ଶତ୍ରୁ ରାଷ୍ଟ୍ର ଆଗୁଆ ଆକ୍ରମଣ କଲେ ଏକାକି ଅଭିମନ୍ୟୁ ସାଜି ଦୁଇ ରାଷ୍ଟ୍ର ସହ ଯୁଦ୍ଧ କରିବାକୁ ମନ ଦୃଢ କରିଛି ଭାରତ। ସେଥିପାଇଁ ଜୋରାଦାର ପ୍ରସ୍ତୁତି ଚଳାଇଛି। ଏଥିପାଇଁ ଭାରତ ସରକାର 40 ଦିନର ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। , ସେନାର ତତ୍କାଳିନ ଗୋଳାବାରୁଦ ଓ ଯୁଦ୍ଧାସ୍ତ୍ର କିଣିବା କ୍ଷମତାକୁ 40 ହଜାର କୋଟି ଟଙ୍କା ପ୍ରର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଜାହାଦ୍ୱାରା ଆବଶ୍ୟକୀୟ ଯୁଦ୍ଧାସ୍ତ୍ର ରକ୍ଷାମନ୍ତ୍ରୀ ଓ କ୍ୟାବିନେଟର ମଞ୍ଜୁରୀ ବିନା କିଣାଯାଇପାରିବ। ଏହାଛଡା ସେନା ୪୬ ପ୍ରକାରର ଭୟଙ୍କର ଅସ୍ତ୍ରଶସ୍ତ୍ର ସଜାଇ ରଖିଛି। ଏଥିରେ ୨୦ ପ୍ରକାର ବିସ୍ଫୋରକ ସାମଗ୍ରୀ ରହିଛି। ଏଥିସହିତ ଇସ୍ରାଏଲ ଓ ଋଷ ଠାରୁ ଯୁଦ୍ଧାସ୍ତ୍ର କିଣିବା ପାଇଁ ଭାରତ କଥାବାର୍ତ୍ତା ଚଳାଇଛି। ଯୁଦ୍ଧର ପରିଣତି ଜହାହେଉ ଭାରତ ଏକାକି ଦୁଇ ଶତୃ ରାଷ୍ଟ୍ରକୁ ଧୂଳି ଚଟାଇବା ପାଇଁ ଅଣ୍ଟା ଭିଡିଛି।