ମାସକ ପାଇଁ ଭାରତ ପାଖରେ ଅଛି ହାଇଡ୍ରୋକ୍ସି କ୍ଲୋରୋକୁଇନ

ନୂଆଦିଲ୍ଲୀ: କରୋନା ପାଇଁ ଗେମ ଚେଞ୍ଜର ଭାବେ ଉଭା ହୋଇଥିବା ଆଣ୍ଟି ମ୍ୟାଲେରିଆ ମେଡିସିନ ହାଇଡ୍ରୋକ୍ସ କ୍ଲୋରୋକୁଇନ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଭାରତରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ତିଆରି ହେଉଥିବାରୁ କରୋନା ଦ୍ୱାରା ପ୍ରଭାବିତ ହେଉଥିବା ରାଷ୍ଟ୍ରଗୁଡ଼ିକ ଏହା ମାଗିବା ଆରମ୍ଭ କରିଛନ୍ତି। ଭାରତ ସରକାର ମଧ୍ୟ ଆମେରିକା, ବ୍ରାଜିଲ, ସ୍ପେନ, ଇସ୍ରାଏଲ, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଭଳି ୧୩ଟି ଦେଶକୁ ଏହି ଔଷଧ ପଠାଇବାକୁ ରାଜି ହୋଇଛନ୍ତି। ତେବେ ଏଭଳି ଆମଦାନୀ କଲେ ଭାରତରେ ହାଇଡ୍ରୋକ୍ସି […]

c

Hemant Lenka
  • Published: Friday, 10 April 2020
  • , Updated: 10 April 2020, 05:17 PM IST

ନୂଆଦିଲ୍ଲୀ: କରୋନା ପାଇଁ ଗେମ ଚେଞ୍ଜର ଭାବେ ଉଭା ହୋଇଥିବା ଆଣ୍ଟି ମ୍ୟାଲେରିଆ ମେଡିସିନ ହାଇଡ୍ରୋକ୍ସ କ୍ଲୋରୋକୁଇନ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଭାରତରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ତିଆରି ହେଉଥିବାରୁ କରୋନା ଦ୍ୱାରା ପ୍ରଭାବିତ ହେଉଥିବା ରାଷ୍ଟ୍ରଗୁଡ଼ିକ ଏହା ମାଗିବା ଆରମ୍ଭ କରିଛନ୍ତି।

ଭାରତ ସରକାର ମଧ୍ୟ ଆମେରିକା, ବ୍ରାଜିଲ, ସ୍ପେନ, ଇସ୍ରାଏଲ, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଭଳି ୧୩ଟି ଦେଶକୁ ଏହି ଔଷଧ ପଠାଇବାକୁ ରାଜି ହୋଇଛନ୍ତି। ତେବେ ଏଭଳି ଆମଦାନୀ କଲେ ଭାରତରେ ହାଇଡ୍ରୋକ୍ସି କ୍ଲୋରୋକୁଇନର ଅଭାବ ଦେଖାଯିବ କି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ଆଜି ଏହାର ଜବାବ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ପାଖରେ ଆବଶ୍ୟକତା ଠାରୁ ୩ ଗୁଣ ଅଧିକ ହାଇଡ୍ରୋକ୍ସି କ୍ଲୋରୋକୁଇନ ରହିଛି। ଆମ ପାଖରେ ୩.୨୮ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ଟାବଲେଟ ରହିଛି। ଏହା ମାସକ ବ୍ୟବହାର ପାଇଁ ଯଥେଷ୍ଟ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି, “ଦେଶ ପାଇଁ ଆବଶ୍ୟକ ଔଷଧ ରଖିବା ପରେ ଏହାର ରପ୍ତାନୀ ପାଇଁ ନିଷ୍ପତ୍ତି ହୋଇଛି। ଘରୋଇ ବ୍ୟବହାର କଥା ବିଚାର କରିବା ପରେ ଗ୍ରୁପ ଅଫ ମିନିଷ୍ଟର କେତେ ପରିମାଣର ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଧ ରପ୍ତାନୀ ହେବ, ତା’ର ନିଷ୍ପତ୍ତି ନେଇଛନ୍ତି।

ହାଇଡ୍ରୋକ୍ସି କ୍ଲୋରୋକୁଇନ ଯୋଗାଣ ପାଇଁ ଅନେକ ଅନୁରୋଧ ଆମ ପାଖକୁ ଆସିଛି। ଘରୋଇ ବ୍ୟବହାର ପାଇଁ ଔଷଧ ବଳିବା ପରେ ଏହାକୁ କରୋନା ଦ୍ୱାରା କ୍ଷତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକ ପାଇଁ ପଠାଇବାକୁ ସହମତି ହୋଇଛି।

ଆସନ୍ତା ସପ୍ତାହରେ ଆମର ୧ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ଟାବଲେଟ ଦରକାର। ଆମ ପାଖରେ ଏବେଠାରୁ ହିଁ ୩.୨୮ କୋଟି ଟାବଲେଟ ରହିଛି। ଅର୍ଥାତ ଗୋଟିଏ ମାସ ପାଇଁ ଆବଶ୍ୟକ ମେଡିସନ ଏବେଠାରୁ ଆମ ପାଖରେ ମହଜୁଦ ହୋଇ ରହିଛି।”

ଶ୍ରୀ ଅଗ୍ରୱାଲ ଆହୁରି କହିଛନ୍ତି, “ଲୋକମାନେ କରୋନା ବିରୋଧରେ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଖରାପ ବ୍ୟବହାର କରନ୍ତୁ ନାହିଁ। କରୋନା ପାଇଁ ଲଢ଼େଇ କରୁଥିବା ଲୋକଙ୍କୁ ସମ୍ମାନ ପାଇଁ କେବଳ ମହମବତୀ ଜାଳିଲେ ହେବନାହିଁ। ସେମାନଙ୍କୁ ଯଥା ସମ୍ଭବ ସମସ୍ତେ ସମ୍ମାନ କରିବା ଦରକାର।”

Related story