ଆମେରିକା ପାଖରୁ ଭାରତ କିଣିବ ରୋମିଓ ହେଲିକପ୍ଟର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ତାରିଖରେ ଭାରତ ଆସୁଛନ୍ତି। ଏହା ପୂର୍ବରୁ ଭାରତ ଉଚ୍ଚକ୍ଷମତାସମ୍ପନ୍ନ ୩୦ଟି ମିଲିଟାରୀ ହେଲିକପ୍ଟର ଆମେରିକା ପାଖରୁ ଆଣିବ ବୋଲି ଚୁକ୍ତି କରିଛି। ଏହି ଚୁକ୍ତିର ମୂଲ୍ୟ ୨୫ ହଜାର କୋଟି ଟଙ୍କା ରହିଛି। ଏହି ୩୦ଟି ହେଲିକପ୍ଟର ମଧ୍ୟରେ ୬ଟି ଆପାଚି ହେଲିକପ୍ଟର ଏବଂ ୨୪ଟି ଏମଏଚ ୬୦ଆର ରୋମିଓ ସିହାକ ମଲ୍ଟିମିସନ ହେଲିକପ୍ଟର ରହିଛି। ରୋମିଓ ସିହକ ମଲ୍ଟିମିସନ ହେଲିକପ୍ଟର ଆମେରିକା, ଅଷ୍ଟ୍ରେଲିଆ, ତୁର୍କୀ ଏବଂ ସ୍ପେନ […]

romeo-14

romeo-14

Subhransu Sekhar
  • Published: Thursday, 20 February 2020
  • Updated: 20 February 2020, 03:17 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ତାରିଖରେ ଭାରତ ଆସୁଛନ୍ତି। ଏହା ପୂର୍ବରୁ ଭାରତ ଉଚ୍ଚକ୍ଷମତାସମ୍ପନ୍ନ ୩୦ଟି ମିଲିଟାରୀ ହେଲିକପ୍ଟର ଆମେରିକା ପାଖରୁ ଆଣିବ ବୋଲି ଚୁକ୍ତି କରିଛି। ଏହି ଚୁକ୍ତିର ମୂଲ୍ୟ ୨୫ ହଜାର କୋଟି ଟଙ୍କା ରହିଛି। ଏହି ୩୦ଟି ହେଲିକପ୍ଟର ମଧ୍ୟରେ ୬ଟି ଆପାଚି ହେଲିକପ୍ଟର ଏବଂ ୨୪ଟି ଏମଏଚ ୬୦ଆର ରୋମିଓ ସିହାକ ମଲ୍ଟିମିସନ ହେଲିକପ୍ଟର ରହିଛି। ରୋମିଓ ସିହକ ମଲ୍ଟିମିସନ ହେଲିକପ୍ଟର ଆମେରିକା, ଅଷ୍ଟ୍ରେଲିଆ, ତୁର୍କୀ ଏବଂ ସ୍ପେନ ସେନା ବ୍ୟବହାର କରନ୍ତି। ଭାରତ ଆଗାମୀରେ ଦିନରେ ଏହି ରୋମିଓ ସାହିକ ମଲ୍ଟିମିସନ ହେଲିକପ୍ଟର ବ୍ୟବହାର ତାଲିକାରେ ସାମିଲ୍ ହେବାକୁ ଯାଉଛି। ଭାରତ ଏହି ରୋମିଓ ହେଲିକପ୍ଟରକୁ ଆଣିବା ପରେ ନୌସେନା ଅଧିକ ମଜବୁତ ହେବ।

କ୍ୟାବିନେଟ କମିଟି ଅନ୍ ସିକ୍ୟୁରିଟି (ସିସିଏସ)ର ସୂଚନା ଅନୁଯାୟୀ, ଆଗାମୀ ସପ୍ତାହରେ ହେଲିକପ୍ଟର କିଣିବା ପାଇଁ ଅନୁମୋଦନ ମିଳିଯିବ। ଟ୍ରମ୍ପଙ୍କ ଭାରତ ଗସ୍ତ ବେଳେ ଏହି ଚୁକ୍ତିର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସିସିଏସର ସୂଚନା ଅନୁୟାୟୀ ଡିଲ୍ ଅନୁସାରେ ଏମଏଚ ୬୦ଆର ପାଇଁ ଭାରତକୁ ପ୍ରାଥମିକ ଭାବରେ ୧୬ ପ୍ରତିଶତ କିସ୍ତି ଦେବକୁ ହେବ। ଡିଲ୍ ହେବାର ୨ ବର୍ଷ ପରେ ହେଲିକପ୍ଟର ଅର୍ଡରର ପ୍ରଥମ କିସ୍ତି ଆସିବ। ଆଗାମୀ ୪ ବର୍ଷ ମଧ୍ୟରେ ସମସ୍ତ ୨୪ଟି ହେଲିକପ୍ଟର ଭାରତକୁ ଆସିଯିବ। ଅର୍ଥାତ୍ ମୋଦିଙ୍କ ଚଳିତ ସରକାରର କାର୍ଯ୍ୟକାଳ ଶେଷ ହେବା ବେଳକୁ ସମସ୍ତ ହେଲିକପ୍ଟର ଭାରତୀୟ ସେନାରେ ସାମିଲ୍ ହେବ।

ଏମଏଚ ୬୦ଆର ରୋମିଓ ସିହକ ମଲ୍ଟିମିସନ ହେଲିକପ୍ଟର ବୁଡ଼ାଜାହାଜକୁ ଖୋଜିବାରେ, ଯୁଦ୍ଧ ବେଳେ, ଉଦ୍ଧାର ବେଳେ ଏବଂ ମେଡିକାଲ ଇଭାକୁଏସନ ସମୟରେ ସହଯୋଗ କରିବ।

ଏହି ଏମଏଚ ୬୦ଆର ରୋମିଓ ସିହକ ମଲ୍ଟିମିସନ ହେଲିକପ୍ଟରରେ ହେଲଫାୟର ମିସାଇଲ ମଧ୍ୟ ମୁତ୍ତୟନ ହୋଇଛି। ଯଦି ଏହି ହେଲିକପ୍ଟର ଥରେ ଶତ୍ରୁ ପଛରେ ପଡ଼ିବ ତା’ହେଲେ ଶତ୍ରୁ ପକ୍ଷ ବର୍ତ୍ତିବା ମୁସକିଲ ହୋଇଯିବ।

ସେହିପରି ପାଣିରେ ଲୁଚି ଯାଉଥିବା ବୁଡ଼ାଜାହାଜକୁ ମଧ୍ୟ ଆକଶ ମାର୍ଗରେ ଥାଇ ଏହି ହେଲିକପ୍ଟର ଠାବ କରିପାରିବ। ବିଶ୍ୱରେ ଅତ୍ୟାଧୁନିକ ସାମୁଦ୍ରିକ ହେଲିକପ୍ଟର ମଧ୍ୟରେ ଏହା ଅନ୍ୟତମ। ରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହିନ୍ଦ୍ ମହାସାଗରରେ ଚୀନର ବଢ଼ୁଥିବା ଶକ୍ତିକୁ ଦେଖି ଭାରତ ଏହି ହେଲିକପ୍ଟର କିଣୁଛି। ଏବେ ନୌସେନା ଯୁଦ୍ଧ ପାଇଁ କିଙ୍ଗ ଏବଂ ୧୦ କାମୋଓ୍ୱ-୨୮ ଆଣ୍ଟି ସବମରିନ ଯୁଦ୍ଧ ହେଲିକପ୍ଟର ଉପରେ ନିର୍ଭର କରୁଛି।

ଏମଏଚ ୬୦ଆର ରୋମିଓ ସିହକ ମଲ୍ଟିମିସନ ହେଲିକପ୍ଟରରେ ୫ ଜଣ ଲୋକ ବସିପାରିବେ। ଏହାର ଲମ୍ୱା ୬୪ ଫୁଟ ରହିଥିବା ବେଲେ ଉଚ୍ଚତା ୧୭ ଫୁଟ ରହିଛି। ୨୭୦ କିଲୋମିଟର ପ୍ରତିଘଣ୍ଟା ଏହି ହେଲିକପ୍ଟର ଯାଇପାରିବାର କ୍ଷମତା ରଖିଛି। ଆବଶ୍ୟକ ପଡ଼ିଲେ ୩୩୦ କିଲୋମିଟର ବେଗରେ ପ୍ରତିଘଣ୍ଟାରେ ଯାଇ ପାରିବ। ଏକାଥରେ ଏହି ହେଲିକପ୍ଟର ୮୩୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ାଣ ଭରିପାରିବ। ୧୨ ହଜାର ଫୁଟ ଉଚ୍ଚରେ ମଧ୍ୟ ଏହା ଉଡ଼ିପାରିବାର କ୍ଷମତା ରଖିଛି। ପ୍ରତି ମିନିଟରେ ୧୬୫୦ ଫୁଟ ଉପରକୁ ଯାଇପାରିବ ବୋଲି ସୂଚନା ରହିଛି।

ମାଲେଶିଆ, ସାଉଦି ଆରବ, ଇସ୍ରାଏଲ ଭଳି ଦେଶ ମଧ୍ୟ ଏହି ଏମଏଚ ୬୦ଆର ରୋମିଓ ସିହକ ମଲ୍ଟିମିସନ ହେଲିକପ୍ଟରକୁ ପ୍ରଶଂସା କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story