ଏକାଠି ହୋଇ ଜଳବାୟୁ ପରିବର୍ତ୍ତନ ଲଢ଼େଇକୁ ସାମ୍ନା କରି ହେବ: ମୋଦି

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଏକ ଏଭଳି ପ୍ରସଙ୍ଗ ଯାହାକୁ ସମସ୍ତେ ଏକାଠି ହୋଇ ସାମ୍ନା କରିପାରିବେ। ଅଲଗା ଅଲଗା ହୋଇ ଲଢ଼େଇ କରି ହେବନି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜି ଟ୍ୱେଣ୍ଟି ସମ୍ମିଳନୀରେ ଭାଗ ନେଇ ଏଭଳି କହିଛନ୍ତି। ୨୦୩୦ ସୁଦ୍ଧା ଅନୁପଯୋଗୀ ହୋଇପଡ଼ିଥିବା ବିଶ୍ୱର ୨.୬ କୋଟି ହେକ୍ଟର ଜମିକୁ ଉପ।ଯୋଗ କରିବା ଦରକାର। ଭାରତ ଏବେ ସର୍କୁଲାର ଇକୋନମିକୁ ଗୁରୁତ୍ୱ ଦେବା ସହିତ କମ୍ କାର୍ବନ ଏବଂ ଜଳବାୟୁ ଅନୁକୂଳ ବିକାଶ ପ୍ରକ୍ରିୟାକୁ […]

narendra-modi-g20

Subhransu Sekhar
  • Published: Sunday, 22 November 2020
  • , Updated: 22 November 2020, 10:38 PM IST

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଏକ ଏଭଳି ପ୍ରସଙ୍ଗ ଯାହାକୁ ସମସ୍ତେ ଏକାଠି ହୋଇ ସାମ୍ନା କରିପାରିବେ। ଅଲଗା ଅଲଗା ହୋଇ ଲଢ଼େଇ କରି ହେବନି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜି ଟ୍ୱେଣ୍ଟି ସମ୍ମିଳନୀରେ ଭାଗ ନେଇ ଏଭଳି କହିଛନ୍ତି। ୨୦୩୦ ସୁଦ୍ଧା ଅନୁପଯୋଗୀ ହୋଇପଡ଼ିଥିବା ବିଶ୍ୱର ୨.୬ କୋଟି ହେକ୍ଟର ଜମିକୁ ଉପ।ଯୋଗ କରିବା ଦରକାର। ଭାରତ ଏବେ ସର୍କୁଲାର ଇକୋନମିକୁ ଗୁରୁତ୍ୱ ଦେବା ସହିତ କମ୍ କାର୍ବନ ଏବଂ ଜଳବାୟୁ ଅନୁକୂଳ ବିକାଶ ପ୍ରକ୍ରିୟାକୁ ଗୁରୁତ୍ୱ ଦେଉଛି। ଭାରତ ପ୍ୟାରିସ ଚୁକ୍ତି ସହିତ ତାଠୁ ଅଧିକ ଲକ୍ଷ୍ୟ ପୂରଣ କରିବା ଦିଗରେ କାମ କରୁଛି ବୋଲି ମୋଦି ଏହି ଅବସରରେ କହିଛନ୍ତି।

ଚଳିତ ବର୍ଷ ସାଉଦି ଆରବ ନେତୃତ୍ୱରେ ଭିଡିଓ କନଫରେନସିଂ ଜରିଆରେ ଏହି ଶିଖର ସମ୍ମିଳନୀ ହୋଇଛି। ଏହି ସମ୍ମିଳନୀରେ ଆମେରିକା, ଚାଇନା, ଭାରତ, ତୁର୍କି, ଫ୍ରାନ୍ସ, ୟୁକେ ଏବଂ ବ୍ରାଜିଲ୍ ଭଳି ଦେଶ ସାମିଲ୍ ହୋଇଛନ୍ତି। ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ସମ୍ମିଳନୀର ଆଜି ଉଦଯାପନୀ ଦିନ ଥିଲା।

ପ୍ରଥମ ଦିନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, କୋଭିଡ୍ ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୋଭିଡ୍ ହେଉଛି ସାରା ବିଶ୍ୱ ପାଇଁ ବଡ଼ ଟର୍ଣ୍ଣିଂ ପଏଣ୍ଟ। ଏବେ ଆମ ଲକ୍ଷ୍ୟ ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ଏବଂ ଅର୍ଥବ୍ୟବସ୍ଥାକୁ ସଜାଡ଼ିବା ବୋଲି ସେ କହିଛନ୍ତି। ଏଥିସହିତ ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ଧ୍ୟାନ ରଖିବାକୁ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶାସନ ପ୍ରଣାଳୀରେ ପାରଦର୍ଶିତ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ।

Related story