ଆତଙ୍କବାଦ ନିପାତ ପାଇଁ ଭାରତକୁ ଆଉ ଏକ ଦେଶର ସମର୍ଥନ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆତଙ୍କବାଦ ବିରୋଧରେ ଏକାଠି ଲଢିବେ ଭାରତ ଓ ଇଟାଲି। ସାଇବର ନିରାପତ୍ତା ଦିଗରେ ମଧ୍ୟ କାମ କରିବେ। ଇଟାଲି ପ୍ରଧାନମନ୍ତ୍ରୀ ପାଓଲୋ ଜେଣ୍ଟିଲୋନିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହେବା ପରେ ଗଣମାଧ୍ୟମକୁ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଓ ଇଟାଲୀ ମଧ୍ୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଅର୍ଥନୀତି, ବାଣିଜ୍ୟ, ଶକ୍ତି ଭଳି ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସ୍ୱାକ୍ଷରିତ ହୋଇଛି ରାଜିନାମା। ଭାରତ ଓ ଇଟାଲୀର […]

1509362952438

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 06:03 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆତଙ୍କବାଦ ବିରୋଧରେ ଏକାଠି ଲଢିବେ ଭାରତ ଓ ଇଟାଲି। ସାଇବର ନିରାପତ୍ତା ଦିଗରେ ମଧ୍ୟ କାମ କରିବେ। ଇଟାଲି ପ୍ରଧାନମନ୍ତ୍ରୀ ପାଓଲୋ ଜେଣ୍ଟିଲୋନିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହେବା ପରେ ଗଣମାଧ୍ୟମକୁ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତ ଓ ଇଟାଲୀ ମଧ୍ୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଅର୍ଥନୀତି, ବାଣିଜ୍ୟ, ଶକ୍ତି ଭଳି ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସ୍ୱାକ୍ଷରିତ ହୋଇଛି ରାଜିନାମା। ଭାରତ ଓ ଇଟାଲୀର ବଡ଼ ବଡ଼ କମ୍ପାନୀର ସିଇଓ ମାନଙ୍କୁ ମଧ୍ୟ ଭେଟିଥିଲେ ପାଓଲୋ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ପାଓଲୋ ଜେଣ୍ଟିଲୋନୀ। ଆଜି ନୂଆଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭବନରେ ପାଓଲୋଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିଥିଲେ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ମଜବୁତ୍ କରିବାକୁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ଭେଟିଥିଲେ। ଏହାପରେ ପାଓଲୋ ଦମ୍ପତି ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦୀର୍ଘ ୧୦ ବର୍ଷ ପରେ ଇଟାଲୀର କୌଣସି ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି।

Related story