ଲକଡାଉନ: ଏପ୍ରିଲ ମାସରେ ଚାକିରି ହରାଇଛନ୍ତି ୧୨ କୋଟି ଭାରତୀୟ

ନୂଆଦିଲ୍ଲୀ: କରୋନା ଭୂତାଣୁ ମୁକାବିଲା କରିବାକୁ ଯାଇଁ ଭାରତ ସରକାର ଯେଉଁ ତାଲାବନ୍ଦ ଘୋଷଣା କରିଛନ୍ତି ସେଥିଯୋଗୁଁ ଦେଶର ୧୨୨ ନିୟୁତ ବା ୧୨.୨ କୋଟି ଲୋକଙ୍କର ନିଯୁକ୍ତି ଚାଲିଯାଇଛି। ଏହି ଲୋକମାନେ ଏବେ ବେକାର। ସରକାରଙ୍କ କରୋନା ଯୁଦ୍ଧ ଯୋଗୁଁ ଦେଶରେ ଦିନକୁ ଦିନ ବେକାରି ସମସ୍ୟା ବଢ଼ିବାରେ ଲାଗିଛି। କରୋନା ଲକଡାଉନ ପରେ ଦେଶର ବେକାରି ସଂଖ୍ୟା ଆହୁରି ଉତ୍କଟ ହୋଇଛି। ବର୍ତ୍ତମାନ ଦେଶରେ ବେକାରି ହାର ରେକର୍ଡ ୨୭.୧%ରେ ପହଞ୍ଚି ଯାଇଛି। ସେଣ୍ଟର ଫର […]

cs

Hemant Lenka
  • Published: Wednesday, 06 May 2020
  • , Updated: 06 May 2020, 08:17 PM IST

ନୂଆଦିଲ୍ଲୀ: କରୋନା ଭୂତାଣୁ ମୁକାବିଲା କରିବାକୁ ଯାଇଁ ଭାରତ ସରକାର ଯେଉଁ ତାଲାବନ୍ଦ ଘୋଷଣା କରିଛନ୍ତି ସେଥିଯୋଗୁଁ ଦେଶର ୧୨୨ ନିୟୁତ ବା ୧୨.୨ କୋଟି ଲୋକଙ୍କର ନିଯୁକ୍ତି ଚାଲିଯାଇଛି। ଏହି ଲୋକମାନେ ଏବେ ବେକାର। ସରକାରଙ୍କ କରୋନା ଯୁଦ୍ଧ ଯୋଗୁଁ ଦେଶରେ ଦିନକୁ ଦିନ ବେକାରି ସମସ୍ୟା ବଢ଼ିବାରେ ଲାଗିଛି। କରୋନା ଲକଡାଉନ ପରେ ଦେଶର ବେକାରି ସଂଖ୍ୟା ଆହୁରି ଉତ୍କଟ ହୋଇଛି। ବର୍ତ୍ତମାନ ଦେଶରେ ବେକାରି ହାର ରେକର୍ଡ ୨୭.୧%ରେ ପହଞ୍ଚି ଯାଇଛି। ସେଣ୍ଟର ଫର ମନିଟରିଂ ଦି ଇଣ୍ଡିଆନ ଇକୋନୋମି(ସିଏମଆଇ) ଏହି ତଥ୍ୟ ଦେଇଛି।

ନୂଆ ତଥ୍ୟ ଅନୁସାରେ ଭାରତର ବେକାରି ସଂଖ୍ୟା ଆମେରିକା ଠାରୁ ୪ ଗୁଣ ଅଧିକ। ଭାରତ ସରକାର ବିଧିବଦ୍ଧ ଭାବେ ଚାକିରି ତଥ୍ୟ ଦେଉ ନଥିଲେ ହେଁ ସିଏମଆଇ ତଥ୍ୟକୁ ଚାରିଆଡ଼େ ବିଚାରକୁ ନିଆଯାଉଛି। ମାର୍ଚ୍ଚ ୨୫ରୁ ଭାରତରେ ଲକଡାଉନ କାର୍ଯ୍ୟକାରୀ ହେଉଛି।

ଇତି ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଛୁଇଁବାକୁ ବସିଲାଣି। ଲକଡାଉନ ପରେ ଦେଶରେ ମାର୍ଚ୍ଚ ମାସ ତୁଳନାରେ ଏପ୍ରିଲରେ ବେକାରି ପ୍ରତିଶତ ୮.୭% ବୃଦ୍ଧି ପାଇଛି। ଲକଡାଉନ ଯୋଗୁ କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡ଼ି ସବୁ କିଛି ଠପ ହୋଇଯାଇଛି।

ଲକଡାଉନ ଯୋଗୁ କେବଳ ଏପ୍ରିଲ ମାସରେ ଭାରତରେ ଚାକିରି ହରାଇଥିବା ଲୋକଙ୍କ ସଂଖ୍ୟା ୧୨୦ ନିୟୁତ ବା ୧୨ କୋଟିରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୯୧.୩ ନିୟୁତ କ୍ଷୁଦ୍ର ବ୍ୟବସାୟୀ ଓ ଶ୍ରମିକ ରହିଛନ୍ତି।

ସେହିପରି ୧୭.୮ ନିୟୁତ ବେତନପ୍ରାପ୍ତ କର୍ମଚାରୀ ଓ ୧୮.୧ ନିୟୁତ ଆତ୍ମ ନିର୍ଭରଶୀଳ କର୍ମଚାରୀ ବି ଚାକିରି ହରାଇଛନ୍ତି।

Related story