ଭୌଗୋଳିକ ବିବାଦର ସମାଧାନ ପାଇଁ ନେପାଳର ଆହ୍ୱାନ

ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଆହ୍ୱାନ କରିଛି ନେପାଳ। ଭିଡିଓ କନଫରେନସିଂ ଜରିଆରେ ନେପାଳ ବୈଦେଶିକ ସଚିବ ସ୍ତରରେ ଆଲୋଚନା କରିବା ପାଇଁ ଆହ୍ୱାନ କରିଛି। ହେଲେ ଭାରତ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହିଁ। ଭାରତ ସହ ଲାଗି ରହିଥିବା ଭୌଗୋଳିକ ବିବାଦକୁ ନେଇ ନେପାଳର ଶାସକ ଦଳ ମେ’ ୩୧ରେ ସେଠାକାର ସଂସଦରେ ଏକ ବିଲ୍ ଆଗତ କରିଛି। ଏହି ବିବାଦ ପ୍ରସଙ୍ଗରେ ଭାରତ ଦେଇଥିବା ପ୍ରସ୍ତାବକୁ ନେପାଳ ପ୍ରତ୍ୟାଖ୍ୟାନ କରି ସଂସଦରେ […]

INDIA NEPAL

Subhransu Sekhar
  • Published: Sunday, 07 June 2020
  • , Updated: 07 June 2020, 06:14 PM IST

ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଆହ୍ୱାନ କରିଛି ନେପାଳ। ଭିଡିଓ କନଫରେନସିଂ ଜରିଆରେ ନେପାଳ ବୈଦେଶିକ ସଚିବ ସ୍ତରରେ ଆଲୋଚନା କରିବା ପାଇଁ ଆହ୍ୱାନ କରିଛି। ହେଲେ ଭାରତ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହିଁ।

ଭାରତ ସହ ଲାଗି ରହିଥିବା ଭୌଗୋଳିକ ବିବାଦକୁ ନେଇ ନେପାଳର ଶାସକ ଦଳ ମେ’ ୩୧ରେ ସେଠାକାର ସଂସଦରେ ଏକ ବିଲ୍ ଆଗତ କରିଛି। ଏହି ବିବାଦ ପ୍ରସଙ୍ଗରେ ଭାରତ ଦେଇଥିବା ପ୍ରସ୍ତାବକୁ ନେପାଳ ପ୍ରତ୍ୟାଖ୍ୟାନ କରି ସଂସଦରେ ନିଜ ନକ୍ସା ଦାଖଲ କରି ସଂଶୋଧନ ପାଇଁ ପ୍ରସ୍ତାବ ରଖିଛି। ବିବାଦୀୟ ମାନଚିତ୍ର ସହିତ ସମ୍ବିଧାନ ସଂଶୋଧନ ବିଲ୍ ନେପାଳର ସଂସଦରେ ଅଣାଯାଇଛି। ସୂଚନାଯୋଗ୍ୟ, ଭାରତ ଦଖଲରେ ଥିବା ୩୯୫ କିଲୋମିଟର ଏରିଆକୁ ନିଜର ମାନଚିତ୍ରରେ ସାମିଲ୍ କରି ନୂଆ ନକ୍ସାକୁ ନେପାଳର କେପି ଓଲି ସରକାର ପକ୍ଷରୁ ସଂସଦରେ ଆଗତ କରାଯାଇଛି।

ନେପାଳ ପ୍ରସ୍ତୁତ କରିଥିବା ନକ୍ସାରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କାଲାପାନି ଅଞ୍ଚଳକୁ  ନିଜର ବୋଲି କହିଛି। ଯାହାର ଭୂ-ଭାଗ ଭାରତ ଅଧିନରେ ରହିଛି। ଯାହାର ଅନୁମୋଦନ ପାଇଁ କେପି ଓଲି ସରକାର ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ସଂସଦରୁ ସମର୍ଥନ ପାଇବାକୁ ଚାହୁଁଛନ୍ତି, ସେଥିପାଇଁ ଆଜି ଏହି ବିଲ୍ ସଂସଦରେ ଆଗତ କରାଯାଇଛି।

Related story