‘ଖୋଲା ଶୌଚ ମୁକ୍ତ ହୋଇଛି ଗ୍ରାମୀଣ ଭାରତ’

ନୂଆଦିଲ୍ଲୀ:ବୁଧବାର ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ବିଶେଷ କରି ଗ୍ରାମୀଣ ଭାରତ ଦିନେ ଖୋଲା ଶୌଚରୁ ମୁକ୍ତ ହେବ ବୋଲି ଗାନ୍ଧିଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପୂରଣ ହୋଇଥିବା ମୋଦି କହିଛନ୍ତି। ଆଜିର ଏହି ବିଶେଷ ଅବସରରେ ସାବରମତୀ ନଦୀ କୂଳରେ ୨୦,୦୦୦ ଗାଁ ମୁଖିଆଙ୍କୁ ଉଦ୍‌ବୋଧନ ଦେଇ ଏଭଳି କହିଛନ୍ତି ମୋଦି। ଏହି କାର୍ଯ୍ୟକ୍ରମରେ ଗାନ୍ଧିବାଦୀ ଅନୁଷ୍ଠାନ, ହାଇକୋର୍ଟ ବିଚାରପତି, ପଦ୍ମ […]

modi

modi

Subrat Kumar Nayak
  • Published: Wednesday, 02 October 2019
  • Updated: 02 October 2019, 09:35 PM IST

Sports

Latest News

ନୂଆଦିଲ୍ଲୀ:ବୁଧବାର ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ବିଶେଷ କରି ଗ୍ରାମୀଣ ଭାରତ ଦିନେ ଖୋଲା ଶୌଚରୁ ମୁକ୍ତ ହେବ ବୋଲି ଗାନ୍ଧିଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପୂରଣ ହୋଇଥିବା ମୋଦି କହିଛନ୍ତି। ଆଜିର ଏହି ବିଶେଷ ଅବସରରେ ସାବରମତୀ ନଦୀ କୂଳରେ ୨୦,୦୦୦ ଗାଁ ମୁଖିଆଙ୍କୁ ଉଦ୍‌ବୋଧନ ଦେଇ ଏଭଳି କହିଛନ୍ତି ମୋଦି।

ଏହି କାର୍ଯ୍ୟକ୍ରମରେ ଗାନ୍ଧିବାଦୀ ଅନୁଷ୍ଠାନ, ହାଇକୋର୍ଟ ବିଚାରପତି, ପଦ୍ମ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବ୍ୟକ୍ତି, ଛାତ୍ର, ଶିକ୍ଷାବିତ ଏବଂ ଗ୍ରାମାଞ୍ଚଳରେ ପରିମଳ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ।

ତୃଣମୂଳ ସ୍ତରରେ ସ୍ୱଚ୍ଛତା ପାଇଁ ଅଭିଯାନ ଚଲାଇଥିବା ସ୍ୱେଚ୍ଛାସେବୀ ଏବଂ ଶୌଚାଳୟ ପ୍ରସଙ୍ଗକୁ ବ୍ୟାପକ କରାଇଥିବା ଲୋକଙ୍କୁ ଏହି ସଫଳତା ପାଇଁ ଶ୍ରେୟ ଦେଇଛନ୍ତି। ସେ କହିଥିଲେ, ଏହି ମିଶନ୍‌ ଶୌଚାଳୟ ନିର୍ମାଣରେ ସହାୟକ ହେଲା ଯାହାକି ପୂର୍ବରୁ କଷ୍ଟକର ଥିଲା। ବାହାଘର ପୂର୍ବରୁ ଶୌଚାଳୟ ଆଗ ବୋଲି କହୁଥିବା ଝିଅ ଏବଂ ବଲିଉଡ୍‌ କଳାକାରଙ୍କ ଅଭିଯାନ ଏସବୁ ହିଁ ଗ୍ରାମୀଣ ଭାରତକୁ ଖୋଲା ଶୌଚ ମୁକ୍ତ କରିବାରେ ସହାୟକ ହୋଇଛି।

ମୋଦି କହିଛନ୍ତି ମାତ୍ର ୭୦ ମାସରେ ଦେଶର ଏତେ ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ଦେଖି ସମଗ୍ର ବିଶ୍ୱ ଏବେ ଚକିତ ହୋଇଯାଇଛି। ଏହି ଅଭିଯାନରେ ମହିଳାମାନେ ବହୁତ ସଂଖ୍ୟାରେ ସାମିଲ ହୋଇଥିଲେ। ଏହା ୭୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଏହି ସଫଳତା ହିଁ ମହାତ୍ମା ଗାନ୍ଧିଙ୍କ ଅନେକ ସ୍ୱପ୍ନରୁ ଗୋଟିଏ ଥିଲା।

ଏହି କାର୍ଯ୍ୟକ୍ରମ ବିକଶିତ ଭାରତକୁ ଅନୁଭବ କରିବାର ସୁଯୋଗ ବୋଲି କହିବା ସହ ସରକାର ପରିମଳ ଏବଂ ସ୍ୱଚ୍ଛ ପାନୀୟ ଜଳ ପାଇଁ ପ୍ରୟାସ କରୁଥିବା କହିଛନ୍ତି। ସେ ଆଜିର ଏହି ଅଭିଭାଷଣରେ ବର୍ଷା ଜଳ ସଂରକ୍ଷଣ ଏବଂ ତତ୍‌ସମ୍ପର୍କିତ ଅନ୍ୟ ପ୍ରକଳ୍ପ ବାବଦରେ କହିଥିଲେ। ମହାତ୍ମା ଗାନ୍ଧିଙ୍କ ୩ଟି ଲକ୍ଷ୍ୟ ଥିଲା ସ୍ୱଚ୍ଛତା, ପରିବେଶ ଏବଂ ପଶୁ ସୁରକ୍ଷା। ଏହି ୩ଟି ପ୍ରସଙ୍ଗ ପାଇଁ ପ୍ଲାଷ୍ଟିକ୍‌ ବିପଦ ବୋଲି ମୋଦି କହିଛନ୍ତି।

ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌କୁ ନିଷିଦ୍ଧ ଘୋଷଣା କରିବା ନେଇ ସରକାରଙ୍କ ପଦକ୍ଷେପ ବାବଦରେ ସେ କହିଥିଲେ, ୨୦୨୨ ସୁଦ୍ଧା ଆମେ ଭାରତକୁ ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌ ମୁକ୍ତ କରିବୁ। ଗତ ୩ ସପ୍ତାହରେ ଏହି ଅଭିଯାନ ତ୍ୱରିତ ବେଗରେ ଆଗେଇ ଚାଲିଛି। ସ୍ୱଚ୍ଛତା ହିଁ ସେବା ଜରିଆରେ ଏହା କରାଯାଉଛି ବୋଲି ସେ କହିଛନ୍ତି। ବୃହତ୍‌ ପରିମାଣରେ ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ସାରା ଦେଶରୁ ସଂଗ୍ରହ କରାଯାଇଛି। ପ୍ଲାଷ୍ଟିକ୍‌ ବ୍ୟବହାର ମଧ୍ୟ କମିଯାଇଛି। କିନ୍ତୁ ଜନ ଭାଗିଦାରୀ ବିନା ଏହାର ପ୍ରକୃତ ଲକ୍ଷ୍ୟ ସାଧନ ହୋଇପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos