ସୀମାରେ ଶାନ୍ତି ଫେରିବ ତ !

ଭାରତ-ପାକିସ୍ତାନ ସୀମାରେ ଶାନ୍ତି ଫେରିବା ଆଶା ଉଜ୍ଜୀବିତ। ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଅସ୍ତ୍ରବିରତିକୁ କଡ଼ାକାଡି ଲାଗୁ କରିବାକୁ ରାଜି ହୋଇଛନ୍ତି ଉଭୟ ଦେଶ। ହଟ୍‌ଲାଇନରେ ଡିଜିଏମଓ ସ୍ତରୀୟ କଥାବାର୍ତ୍ତାରେ ଏନେଇ ସହମତି ହୋଇଛି। ବୁଝାମଣା ଅନୁସାରେ କୌଣସି ସମସ୍ୟା ଉପୁଜିଲେ ଉଭୟ ପକ୍ଷ ସଂଜମତା ଅବଲମ୍ବନ କରିବେ। ଏବଂ ହଟ୍ ଲାଇନରେ କଥାବାର୍ତ୍ତା କିମ୍ବା ବୋର୍ଡର ଫ୍ଲାଗ୍ ମିଟିଂ ଜରିଆରେ ବିବାଦର ସମାଧାନ କରିବାକୁ ଉଦ୍ୟମ କରିବେ। ଏଥିସହିତ ୨୦୦୩ର ବୁଝାମଣା ଅନୁଯାୟୀ ଅସ୍ତ୍ରବିରତିକୁ କଡ଼ାକଡ଼ି ଲାଗୁ […]

aa-Cover-ocm2b7omm9k8acj4pa0uq9ae77-20170824075842.Medi

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 09:42 PM IST

ଭାରତ-ପାକିସ୍ତାନ ସୀମାରେ ଶାନ୍ତି ଫେରିବା ଆଶା ଉଜ୍ଜୀବିତ। ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଅସ୍ତ୍ରବିରତିକୁ କଡ଼ାକାଡି ଲାଗୁ କରିବାକୁ ରାଜି ହୋଇଛନ୍ତି ଉଭୟ ଦେଶ। ହଟ୍‌ଲାଇନରେ ଡିଜିଏମଓ ସ୍ତରୀୟ କଥାବାର୍ତ୍ତାରେ ଏନେଇ ସହମତି ହୋଇଛି।

ବୁଝାମଣା ଅନୁସାରେ କୌଣସି ସମସ୍ୟା ଉପୁଜିଲେ ଉଭୟ ପକ୍ଷ ସଂଜମତା ଅବଲମ୍ବନ କରିବେ। ଏବଂ ହଟ୍ ଲାଇନରେ କଥାବାର୍ତ୍ତା କିମ୍ବା ବୋର୍ଡର ଫ୍ଲାଗ୍ ମିଟିଂ ଜରିଆରେ ବିବାଦର ସମାଧାନ କରିବାକୁ ଉଦ୍ୟମ କରିବେ। ଏଥିସହିତ ୨୦୦୩ର ବୁଝାମଣା ଅନୁଯାୟୀ ଅସ୍ତ୍ରବିରତିକୁ କଡ଼ାକଡ଼ି ଲାଗୁ କରାଯିବ।

ଉଭୟ ଦେଶର ଡିଜିଏମଓ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିଛନ୍ତି। ସୀମାରେ ଶାନ୍ତି ବଜାୟ ରଖିବା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ଯେପରି ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ନପଡିବ ସେନେଇ ଉଭୟ ପକ୍ଷ ସକାରତ୍ମକ ପଦକ୍ଷେପ ନେବାକୁ ରାଜି ହୋଇଛନ୍ତି।

 

Related story