ଭାରତ ପହଞ୍ଚିଲା ୫ ଲକ୍ଷ ରାପିଡ୍‌ ଟେଷ୍ଟିଂ କିଟ୍‌, ୧୫ ମିନିଟ୍‌ରେ ଦେବ ରେଜଲ୍ଟ

ନୂଆଦିଲ୍ଲୀ: ଚାଇନାର ଦୁଇଟି ଫାର୍ମରୁ ୫ ଲକ୍ଷ ରାପିଡ୍‌ ଟେଷ୍ଟିଂ କିଟ୍‌ ଭାରତ ପହଞ୍ଚିଛି। ଏଥିରେ ରାପିଡ୍‌ ଆଣ୍ଟିବଡି ଟେଷ୍ଟ କିଟ୍‌ ମଧ୍ୟ ରହିଥିବା ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ କହିଛି। ବର୍ତ୍ତମାନର ଷ୍ଟକ୍‌ରେ ଆଗାମୀ ୮ ସପ୍ତାହ ଯାଏ ପରୀକ୍ଷା ହୋଇପାରିବ। ମିଳିଥିବା ସୂଚନା ଅନୁଯାୟୀ, ଏହି ରାପିଡ୍‌ ଟେଷ୍ଟିଂ କିଟ୍‌ ୧୫ ମିନିଟ୍‌ରେ ରେଜଲ୍ଟ ଦେବ। ଏହା ସ୍ୱାବ୍‌ ବଦଳରେ ରକ୍ତ ନମୁନାରୁ ପରୀକ୍ଷା ହେବ। କିନ୍ତୁ ଆଇସିଏମ୍‌ଆର କହିବା ଅନୁଯାୟୀ ପ୍ରାରମ୍ଭିକ […]

covid19

Subrat Kumar Nayak
  • Published: Thursday, 16 April 2020
  • , Updated: 16 April 2020, 06:27 PM IST

ନୂଆଦିଲ୍ଲୀ: ଚାଇନାର ଦୁଇଟି ଫାର୍ମରୁ ୫ ଲକ୍ଷ ରାପିଡ୍‌ ଟେଷ୍ଟିଂ କିଟ୍‌ ଭାରତ ପହଞ୍ଚିଛି। ଏଥିରେ ରାପିଡ୍‌ ଆଣ୍ଟିବଡି ଟେଷ୍ଟ କିଟ୍‌ ମଧ୍ୟ ରହିଥିବା ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ କହିଛି। ବର୍ତ୍ତମାନର ଷ୍ଟକ୍‌ରେ ଆଗାମୀ ୮ ସପ୍ତାହ ଯାଏ ପରୀକ୍ଷା ହୋଇପାରିବ।

ମିଳିଥିବା ସୂଚନା ଅନୁଯାୟୀ, ଏହି ରାପିଡ୍‌ ଟେଷ୍ଟିଂ କିଟ୍‌ ୧୫ ମିନିଟ୍‌ରେ ରେଜଲ୍ଟ ଦେବ। ଏହା ସ୍ୱାବ୍‌ ବଦଳରେ ରକ୍ତ ନମୁନାରୁ ପରୀକ୍ଷା ହେବ। କିନ୍ତୁ ଆଇସିଏମ୍‌ଆର କହିବା ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାଦ୍ୱାରା ପରୀକ୍ଷା ହୋଇପାରିବନି। ତେବେ କମ୍‌ ପରୀକ୍ଷା ଜନିତ ସମସ୍ୟା ଏହା ଦ୍ୱାରା ସମାଧାନ ହୋଇପାରିବ। ଭାରତ ଏପ୍ରିଲ ୧୪ ସୁଦ୍ଧା ୨.୪ ଲକ୍ଷ ନମୁନା ପରୀକ୍ଷା କରିଥିଲେ ମଧ୍ୟ ଏହା ସାରା ଦେଶରେ ୧୦ ଲକ୍ଷରେ ୧୭୭ ବା ୦.୦୧୭୭%।

ଚାଇନାରେ ଭାରତର ରାଷ୍ଟ୍ରଦୂତ, ବିକ୍ରମ ମିଶ୍ରି ଏହା ପୂର୍ବରୁ କହିଥିଲେ ଚାଇନା ୬.୫ ଲକ୍ଷ ରାପିଡ୍‌ ଆଣ୍ଟିବଡି ଟେଷ୍ଟ କିଟ୍ ପଠାଇଥିଲା। ଏତଦ୍‌ବ୍ୟତୀତ ଆରଏନ୍ଏ ଏକ୍ସଟ୍ରାକ୍ସନ୍‌ କିଟ୍‌ ମଧ୍ୟ ଆସିଥିଲା। ଆଗାମୀ ୧୫ ଦିନରେ ଆହୁରି ୨୦ ଲକ୍ଷ କିଟ୍‌ ଆସିବାର ଅଛି।

ବିଶେଷ କରି ହଟ୍‌ସ୍ପଟ୍‌ଗୁଡ଼ିକରେ ବ୍ୟାପକ ଟେଷ୍ଟ କରିବା ପାଇଁ ୨ଟି କନ୍‌ସାଇନ୍‌ମେଣ୍ଟରେ ଏହିସବୁ କିଟ୍‌ କିଣାଯାଇଛି। ମିଶ୍ରି କହିଛନ୍ତି, ଟେଷ୍ଟିଂ କିଟ୍‌ ବ୍ୟତୀତ ଭାରତ ଚାଇନାରୁ ୧୫ ମିଲିଅନ୍‌ ପର୍ସନାଲ ପ୍ରୋଟେକ୍ସନ୍‌ ଗିଅର ମଗାଇଛି। ଏହା ଚାଇନା ସରକାର ମାଧ୍ୟମରେ ମଗାଯାଉଛି। ଭାରତ ବର୍ତ୍ତମାନ ବ୍ୟାପକ ପରୀକ୍ଷା ସହ ସାମାଜିକ ଦୂରତାକୁ ଅସ୍ତ୍ର କରି କରୋନା ଲଢ଼େଇ ଲଢ଼ୁଛି।

Related story