ଘାଇଁ ଘାଇଁ ବଢ଼ୁଛି କରୋନା, ଗୋଟିଏ ଦିନରେ ଦେଶରେ ୭୪ ମୃତ

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ମହାମାରୀ କରୋନା ଭାଇରସ ବ୍ୟାପୀବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ପ୍ରାଣଘାତୀ ଭାଇରସ ଦେଶରେ ୭୪ ଜଣଙ୍କ ଜୀବନ ନେଇଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ଦେଶରେ ପ୍ରାଣ ହରାଇବା ପ୍ରଥମ ଘଟଣା। ଆଜିର ମୃତକଙ୍କୁ ମିଶାଇ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୦୮ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ଶହରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ […]

ed

Hemant Lenka
  • Published: Wednesday, 29 April 2020
  • , Updated: 29 April 2020, 07:18 PM IST

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ମହାମାରୀ କରୋନା ଭାଇରସ ବ୍ୟାପୀବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ପ୍ରାଣଘାତୀ ଭାଇରସ ଦେଶରେ ୭୪ ଜଣଙ୍କ ଜୀବନ ନେଇଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ଦେଶରେ ପ୍ରାଣ ହରାଇବା ପ୍ରଥମ ଘଟଣା।

ଆଜିର ମୃତକଙ୍କୁ ମିଶାଇ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୦୮ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ଶହରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୭୮୭ରେ ପହଞ୍ଚି ଯାଇଛି।

ଏମାନଙ୍କ ମଧ୍ୟରୁ ୭୭୯୭ ଜଣ ସୁସ୍ଥ ହୋଇଛନ୍ତି। ଅର୍ଥାତ ଏବେ ୨୨,୯୮୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରେ ୧୧୧ ଜଣ ବିଦେଶୀ ନାଗରିକ ରହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୯,୩୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୦୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୧୩୮୮ ଜଣ ସୁସ୍ଥ ହୋଇଛନ୍ତି।

ଗୁଜରାଟ କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ଓ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ଗୁଜରାଟରେ ଏଯାଏ ୩,୭୪୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୮୧ ଜଣ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୧୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୭୮ ଜଣ ସୁସ୍ଥ ହୋଇଛନ୍ତି।

ଏଠାରେ ମୃତକଙ୍କ ସଂଖ୍ୟା ୫୪ ରହିଛି। ଗତ ୨୪ ଘଣ୍ଟାରେ ଏଠାରେ ୨୦୧ ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ଦିନ ହେଲା କେହି ବି ପ୍ରାଣ ହରାଇନାହାନ୍ତି।

ମଧ୍ୟପ୍ରଦେଶରେ ୧୧୯, ତାମିଲନାଡୁରେ ୨୫, ଆନ୍ଧ୍ର ପ୍ରଦେଶରେ ୩୧, ଜମ୍ମୁ-କଶ୍ମୀରରେ ୮, କର୍ଣ୍ଣାଟକାରେ ୨୦, ପଞ୍ଜାବରେ ୧୯, ରାଜସ୍ଥାନରେ ୫୧, ତେଲେଙ୍ଗାନାରେ ୨୬, ଉତ୍ତର ପ୍ରଦେଶରେ ୩୬ ଓ ପଶ୍ଚିମବଙ୍ଗରେ ୨୨ ଜଣ ଲୋକ ପ୍ରାଣ ହରାଇଛନ୍ତି।

Related story