ଭାରତରେ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା

କୋଲକାତା: ମହାମାରୀ କରୋନା ଭାଇରସ ଭାରତରେ ପୁଣିଥରେ ଜଣଙ୍କ ମୁଣ୍ଡ ନେଇଛି। ସକାଳେ ମହାରାଷ୍ଟ୍ରରରେ ଜଣେ ଫିଲିପାଇନ୍ସ ନାଗରିକ ପ୍ରାଣ ହରାଇଥିଲେ। ତେବେ ଏହାକୁ ଭାରତ ସରକାର କରୋନା ଜନିତ ମୃତ୍ୟୁସଂଖ୍ୟା ତାଲିକାରେ ଯୋଡ଼ି ନଥିଲେ। କିନ୍ତୁ ଆଜି ମଧ୍ୟାହ୍ନରେ କୋଲକାତାରେ କରୋନା ଜଣେ ୫୫ ବର୍ଷୀୟ ଭାରତୀୟଙ୍କ ମୁଣ୍ଡ ନେଇଛି। ନିକଟରରେ ଏହି ବ୍ୟକ୍ତି ଜଣଙ୍କ ଇଟାଲୀରୁ ଫେରିଥିଲେ।  ତାଙ୍କ ଶରୀରରେ କରୋନା ଭୂତାଣୁ ଥିବା ସନ୍ଦେହରେ ତାଙ୍କ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। […]

df

Hemant Lenka
  • Published: Monday, 23 March 2020
  • , Updated: 23 March 2020, 05:01 PM IST

କୋଲକାତା: ମହାମାରୀ କରୋନା ଭାଇରସ ଭାରତରେ ପୁଣିଥରେ ଜଣଙ୍କ ମୁଣ୍ଡ ନେଇଛି। ସକାଳେ ମହାରାଷ୍ଟ୍ରରରେ ଜଣେ ଫିଲିପାଇନ୍ସ ନାଗରିକ ପ୍ରାଣ ହରାଇଥିଲେ। ତେବେ ଏହାକୁ ଭାରତ ସରକାର କରୋନା ଜନିତ ମୃତ୍ୟୁସଂଖ୍ୟା ତାଲିକାରେ ଯୋଡ଼ି ନଥିଲେ।

କିନ୍ତୁ ଆଜି ମଧ୍ୟାହ୍ନରେ କୋଲକାତାରେ କରୋନା ଜଣେ ୫୫ ବର୍ଷୀୟ ଭାରତୀୟଙ୍କ ମୁଣ୍ଡ ନେଇଛି। ନିକଟରରେ ଏହି ବ୍ୟକ୍ତି ଜଣଙ୍କ ଇଟାଲୀରୁ ଫେରିଥିଲେ।  ତାଙ୍କ ଶରୀରରେ କରୋନା ଭୂତାଣୁ ଥିବା ସନ୍ଦେହରେ ତାଙ୍କ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା।

ଏହି ପରୀକ୍ଷା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କୋଲକାତାରେ କରୋନା ପ୍ରଥମ ମୁଣ୍ଡ ନେଇଥିବା ବେଳେ ଭାରତରେ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚି ଯାଇଛି।

ଯଦି ଆମେ ଫିଲିପାଇନ୍ସ ଓ ରାଜସ୍ଥାନରେ ପ୍ରାଣ ହରାଇଥିବା ଇଟାଲୀ ନାଗରିକଙ୍କୁ ଏହି ତାଲିକାରେ ମିଶାଇବା, ତା’ହେଲେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦ ଛୁଇଁବ। ହେଲେ ଭାରତ ସରକାର କରୋନା ଜନିତ ମୃତ୍ୟୁସଂଖ୍ୟା ତାଲିକାରେ ଏହି ଦୁଇ ବ୍ୟକ୍ତିଙ୍କୁ ସାମିଲ କରିନାହାନ୍ତି।

ଫଳରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ରହିଛି। ଗତକାଲି ଗୁଜରାଟ, ବିହାର ଏବଂ ମହାରାଷ୍ଟ୍ରରେ ଜଣେ ଲେଖାଏ ଲୋକ କରୋନାରେ ପ୍ରାଣ ହରାଇଥିଲେ। ଏହା ପୂର୍ବରୁ କର୍ଣ୍ଣାଟକା, ମହାରାଷ୍ଟ୍ର, ଦିଲ୍ଲୀ ଏବଂ ପଞ୍ଜାବରେ ଜଣେ ଲେଖାଏ ଲୋକଙ୍କ ମୁଣ୍ଡ କରୋନା ନେଇଥିଲା।

Related story