୨୪ ଘଣ୍ଟାରେ ୨୮, ୬୩୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ଚିହ୍ନଟ ହେଉଛି। ରବିବାର ସକାଳୁ ଆସିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୨୮, ୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮.୫ ଲକ୍ଷ ଅତିକ୍ରମ କରିଛି। ବିଗତ ୫ ଦିନ ତଳେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ରହିଥିଲା। ଏବେ ପ୍ରତିଦିନ ହାରାହାରି ୨୫ ହଜାର ଆକ୍ରାନ୍ତ ବାହାରୁଥିବାରୁ ମାତ୍ର […]

corona-39

Subhransu Sekhar
  • Published: Sunday, 12 July 2020
  • , Updated: 12 July 2020, 04:19 PM IST

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ଚିହ୍ନଟ ହେଉଛି। ରବିବାର ସକାଳୁ ଆସିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୨୮, ୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮.୫ ଲକ୍ଷ ଅତିକ୍ରମ କରିଛି। ବିଗତ ୫ ଦିନ ତଳେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ରହିଥିଲା। ଏବେ ପ୍ରତିଦିନ ହାରାହାରି ୨୫ ହଜାର ଆକ୍ରାନ୍ତ ବାହାରୁଥିବାରୁ ମାତ୍ର ୫ ଦିନରେ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ୯ ଦିନ ହେବ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୨୨ ହଜାର ଉପରେ ରହିଥିବା ସୂଚନା ରହିଛି।

ରବିବାର ସକାଳ ୮ଟାରେ ଆସିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୨୮, ୬୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫୧ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୪୯,୫୫୩ ଛୁଇଁଛି।

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୨, ୨୫୮ ଚିକିତ୍ସାଧୀନ ରହିଥିବା ବେଳେ ୫୩୪,୬୨୧ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ଦେଶରେ ଏଯାବତ କରୋନାରେ ୨୨,୬୭୪ ଜଣଙ୍କର ମୃତ୍ୟୁ ଘଟିଛି।

Related story