ଚାଇନାର ନୂଆ ଚାଲକୁ ଜୋରଦାର ବିରୋଧ କଲା ଭାରତ, କହିଲା ୧୯୫୯ କଥା ମାନିବୁନି

ନୂଆଦିଲ୍ଲୀ: ପୁଣି ଚାଇନା ନୂଆ ଭେଳିକି ଦେଖାଇ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ସହ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିଛି। ଏଲଏସି ପ୍ରଙ୍ଗରେ ଚାଇନା ଦେଇଥିବା ପ୍ରସ୍ତାବକୁ ଭାରତ ରୋକଠୋକ ମନା କରିଦେଇଛି। ଏଥିସହ ବାରମ୍ବାର ଚାଇନା ବିଭିନ୍ନ ପ୍ରସଙ୍ଗ ଉଠାଇ ମୁଖ୍ୟ କଥାକୁ ବାଟବଣା କରିବାକୁ ଯେଉଁ ଚେଷ୍ଟା କରୁଛି, ତା’ହା ଆଦୌ ସଫଳ ହେବନାହିଁ ବୋଲି ନୂଆଦିଲ୍ଲୀ କହିଛି। ଭାରତ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଥିଲେ ହେଁ […]

dfs

Hemant Lenka
  • Published: Tuesday, 29 September 2020
  • , Updated: 29 September 2020, 08:13 PM IST

ନୂଆଦିଲ୍ଲୀ: ପୁଣି ଚାଇନା ନୂଆ ଭେଳିକି ଦେଖାଇ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ସହ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିଛି। ଏଲଏସି ପ୍ରଙ୍ଗରେ ଚାଇନା ଦେଇଥିବା ପ୍ରସ୍ତାବକୁ ଭାରତ ରୋକଠୋକ ମନା କରିଦେଇଛି। ଏଥିସହ ବାରମ୍ବାର ଚାଇନା ବିଭିନ୍ନ ପ୍ରସଙ୍ଗ ଉଠାଇ ମୁଖ୍ୟ କଥାକୁ ବାଟବଣା କରିବାକୁ ଯେଉଁ ଚେଷ୍ଟା କରୁଛି, ତା’ହା ଆଦୌ ସଫଳ ହେବନାହିଁ ବୋଲି ନୂଆଦିଲ୍ଲୀ କହିଛି।

ଭାରତ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଥିଲେ ହେଁ ଏହାକୁ ବେଜିଂ ଆଦୌ ମାନୁନାହିଁ। ଏଥିସହ ଭାରତ ପକ୍ଷରୁ ଲଦାଖରେ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ଚାଲିଥିବାକୁ ଏହାକୁ ଚାଇନା ବିରୋଧ କରୁଛି। ୧୯୫୯ରେ ଭାରତ ସହ ଚାଇନା କରିଥିବା ଏକପାଖିଆ ଚୁକ୍ତିକୁ ପାଳନ କରିବା ପାଇଁ ବେଜିଂ ଭାରତ ଉପରେ ଚାପ ପକାଇ ଚାଲିଛି। କିନ୍ତୁ ଭାରତ ୧୯୫୯ର ଚୁକ୍ତିକୁ ପାଳନ କରିବ ନାହିଁ ବୋଲି କହିଛି।

ଏଲଏସି ସମ୍ପର୍କରେ ଚାଇନାର ଏପରି ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ୧୯୫୯ ମସିହାରେ ଚାଇନା ଏକ ପାଖିଆ ଭାବେ ଏଲଏସିର ସମ୍ପର୍କରେ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହାକୁ ଭାରତ କେବେ ହେଲେ ମାନିବ ନାହିଁ। ୧୯୯୩ ପରେ ଏମିତି ଅନେକ ଚୁକ୍ତି ସୀମାରେ ଶାନ୍ତି ଓ ସ୍ଥିରତା ବଜାୟୀ ରଖିବା ପାଇଁ କରାଯାଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆହୁରି କିହିଛି ଭାରତ ଓ ଚାଇନା ଏଲଏସି ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ହେଲେ ଚାଇନାର ଇଚ୍ଛାଶକ୍ତି ଅଭାବରୁ ଏହା ଆଗକୁ ବଢ଼ି ପାରି ନଥିଲା। ୨୦୦୩ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଏଲଏସି ଉପରେ ଆଲୋଚନା କରିଥିଲେ ଓ ସ୍ଥିରତା ବଜାୟୀ ରଖିଥିଲେ। କିନ୍ତୁ ଏହା ପରେ ଚାଇନା ଏଥିରେ ଆଗ୍ରହ ଦେଖାଇବା ବନ୍ଦ କରିଦେଇଥିଲା। ତେଣୁ ଆଲୋଚନା ପ୍ରକ୍ରିୟା ଆଗକୁ ବଢ଼ି ନଥିଲା।

ବର୍ତ୍ତମାନ ଚାଇନା କହିଛି ଯେ କେବଳ ଗୋଟିଏ ଏଲଏସି ଅଛି। ଯାହା ପୂର୍ବ ସମ୍ମତିର ଉଲ୍ଲଙ୍ଘନ। ଚାଇନା ୧୯୯୫ କଥା କହୁଛି। ହେଲେ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Related story