୫୬ ହଜାର ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗଲା ଆଉ ୧୦୩ ଜୀବନ

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଲକଡାଉନ, କର୍ଫ୍ୟୁ ଓ କଟକଣା ସତ୍ତ୍ୱେ କରୋନା ଥମିବାର ନାଁ ଧରୁନାହିଁ। ସ୍ଥିତି ଏପରି ହୋଇଛି ଯେ ଏବେ ପ୍ରତିଦିନ ୩ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ୧୮୮୬ରେ ପହଞ୍ଚି ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏଯାଏ ୧୬ ହଜାରରୁ ଅଧିକ ଲୋକ ସୁସ୍ଥ […]

da

Hemant Lenka
  • Published: Friday, 08 May 2020
  • , Updated: 08 May 2020, 09:25 AM IST

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଲକଡାଉନ, କର୍ଫ୍ୟୁ ଓ କଟକଣା ସତ୍ତ୍ୱେ କରୋନା ଥମିବାର ନାଁ ଧରୁନାହିଁ। ସ୍ଥିତି ଏପରି ହୋଇଛି ଯେ ଏବେ ପ୍ରତିଦିନ ୩ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି।

ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ୧୮୮୬ରେ ପହଞ୍ଚି ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏଯାଏ ୧୬ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁସଂଖ୍ୟା ୧୭୮୩ରୁ ବୃଦ୍ଧି ପାଇ ୧୮୮୬ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ଆଉ ୩୩୯୦ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬,୩୪୨ରେ ପହଞ୍ଚି ଯାଇଛି।

ଏମାନଙ୍କ ମଧ୍ୟରୁ ୧୬,୫୪୦ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୩୭,୯୧୬ ଜଣ ଚିକିତ୍ସିତ ହେଉଛନ୍ତି।

କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୭୪ ଥିବା ବେଳେ ମୃତ୍ୟୁସଂଖ୍ୟା ୬୯୪ ଛୁଇଁଛି। ସେହିପରି ୩୩୦୧ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁଜରାଟରେ ୭୦୧୨ ଜଣ ଅକ୍ରାନ୍ତ ହୋଇଥିବା ବେଳେ ୪୨୫ ଜଣ ମୃତ୍ୟୁବରଣ କରିଛନ୍ତି। ଦିଲ୍ଲୀରେ ଗତକାଲି ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଠାରେ ଆକ୍ରାନ୍ତ ହୋଇଥିବା ୫୯୮୦ ଜଣଙ୍କ ମଧ୍ୟରୁ ୧୯୩୧ ଜଣ ସୁସ୍ଥ ହୋଇଥିବା ବେଳେ ୬୬ ଜଣଙ୍କ ମୃତ୍ୟୁ ଘଟିଛି।

ତାମିଲନାଡୁରେ ୩୭, ପଶ୍ଚିମବଙ୍ଗରେ ୧୫୧, ଉତ୍ତର ପ୍ରଦେଶରେ ୬୨, ଉତ୍ତରାଖଣ୍ଡରେ ୧, ତେଲେଙ୍ଗାନାରେ ୨୯, ରାଜସ୍ଥାନରେ ୯୭, ପଞ୍ଜାବରେ ୨୮, ଓଡ଼ିଶାରେ ୨, ମେଘାଳୟରେ ୧, ମଧ୍ୟପ୍ରଦେଶରେ ୧୯୪, କେରଳରେ ୪, କର୍ଣ୍ଣାକାରେ ୩୦, ଝାରଖଣ୍ଡରେ ୩, ଜମ୍ମୁ-କଶ୍ମୀରରେ ୯, ହିମାଚଳ ପ୍ରଦେଶରେ ୨, ହରିଆଣାରେ ୭, ଚଣ୍ଡିଗଡ଼ରେ ୧, ବିହାରରେ ୫, ଆସାମରେ ୧ ଓ ଆନ୍ଧ୍ର ପ୍ରଦେଶରେ ୩୮ ଜଣ ପ୍ରାଣ ହରାଇଛନ୍ତି।

Related story