କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାର, ସୁସ୍ଥ ହେଲେଣି ୩୯୬୦

ନୂଆଦିଲ୍ଲୀ: ଲକଡାଉନ ଓ କଟକଣା ସତ୍ତ୍ୱେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୪ ଶହରୁ ଅଧିକ ଲୋକ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାର କରିଛି। ସେହିପରି ମୃତ୍ୟୁସଂଖ୍ୟା ୬୫୦ ଡେଉଁଛି। ତେବେ କରୋନା ଯୁଦ୍ଧରେ ୩୯୬୦ ଜଣ ବିଜୟୀ ହୋଇ ଘରକୁ ଫେରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଦେଶରେ ଆରୋଗ୍ୟ […]

nx

Hemant Lenka
  • Published: Wednesday, 22 April 2020
  • , Updated: 22 April 2020, 07:11 PM IST

ନୂଆଦିଲ୍ଲୀ: ଲକଡାଉନ ଓ କଟକଣା ସତ୍ତ୍ୱେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୪ ଶହରୁ ଅଧିକ ଲୋକ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାର କରିଛି। ସେହିପରି ମୃତ୍ୟୁସଂଖ୍ୟା ୬୫୦ ଡେଉଁଛି। ତେବେ କରୋନା ଯୁଦ୍ଧରେ ୩୯୬୦ ଜଣ ବିଜୟୀ ହୋଇ ଘରକୁ ଫେରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୧୯.୩୬%କୁ ବୃଦ୍ଧି ପାଇଛି। ଗତକାଲି ସୁଦ୍ଧା ୩୨୫୯ ଜଣ ସୁସ୍ଥ ହୋଇଥିଲେ। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୯୬୦ରେ ପହଞ୍ଚି ଯାଇଛି।

ସେହିପରି ଏଯାଏ ଦେଶରେ ୨୦,୪୭୧ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୫୨ ଜଣ ମୃତ୍ୟୁ ବରଣ କରିଛନ୍ତି। କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।

ଗତକାଲି ଗୋଟିଏ ଦିନରେ ଏଠାରେ ୫୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଫଳରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୨୧ ଛୁଇଁଛି। ୭୨୨ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୨୫୧ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଦିଲ୍ଲୀରେ ୨୧୫୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୭ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ୬୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆନ୍ଧ୍ର ପ୍ରଦେଶରେ ୮୩୧, ଆଣ୍ଡାମାନରେ ୧୭, ଅରୁଣାଚଳରେ ୧, ଆସାମରେ ୩୫, ବିହାରରେ ୧୨୬, ଚଣ୍ଡିଗଡ଼ରେ ୨୭, ଛତିଶଗଡ଼ରେ ୩୬, ଗୋଆରେ ୭, ଗୁଜରାଟରେ ୨୨୭୨, ହରିଆଣାରେ ୨୫୪, ହିମାଚଳ ପ୍ରଦେଶରେ ୩୯, ଜମ୍ମୁ-କଶ୍ମୀରରେ ୩୮୦, ଝାରଖଣ୍ଡରେ ୪୫, କର୍ଣ୍ଣାଟକାରେ ୪୨୫, କେରଳରେ ୪୨୭, ଲଦାଖରେ ୧୮,ମଧ୍ୟପ୍ରଦେଶରେ ୧୫୯୨, ମଣିପୁର ୨, ମେଘାଳୟରେ ୧୨, ମିଜୋରାମ ୧, ଓଡ଼ିଶାରେ ୮୩, ପୁଡୁଚେରୀରେ ୭, ପଞ୍ଜାବରେ ୨୫୧, ରାଜସ୍ଥାନରେ ୧୮୦୧, ତାମିଲନାଡୁରେ ୧୫୯୬, ତେଲେଙ୍ଗାନାରେ ୯୪୫, ତ୍ରିପୁରାରେ ୨, ଉତ୍ତରାଖଣ୍ଡରେ ୪୬, ଉତ୍ତରପ୍ରଦେଶରେ ୧୪୧୨ ଓ ପଶ୍ଚିମବଙ୍ଗରେ ୪୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଆ ଓ ମଣିପୁରର ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related story