ଭାରତରେ ୮,୪୪୭ ଆକ୍ରାନ୍ତ, ଗଲାଣି ୨୭୩ ଜୀବନ

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଗଲାଣି ୩୧ ଜୀବନ। ମହାମାରୀ କରୋନା କବଳରେ ଆକ୍ରାନ୍ତ ହେଲେଣି ୯୧୮ ଲୋକ। ଏଥିସହିତ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୪୭ ଛୁଇଁଛି। ଅନ୍ୟପକ୍ଷରେ ଏଯାଏ ୨୭୩ ଜଣଙ୍କ ଜୀବନ ନହେଇ ସାରିଲାଣି କୋଭିଡ୍-୧୯ ଭୂତାଣୁ। ଅନ୍ୟପକ୍ଷରେ ଏକ ମାତ୍ର ଭଲ ଖବର ସ୍ୱରୂପ ୭୬୪ ଲୋକ ସୁସ୍ଥ ହୋଇ ସାରିଲେଣି। ଅନ୍ୟପକ୍ଷରେ ବର୍ତ୍ତମାନ ମଧ୍ୟ ୭,୪୦୯ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, […]

Corona-4-1-1

Subrat Kumar Nayak
  • Published: Sunday, 12 April 2020
  • , Updated: 12 April 2020, 09:45 PM IST

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଗଲାଣି ୩୧ ଜୀବନ। ମହାମାରୀ କରୋନା କବଳରେ ଆକ୍ରାନ୍ତ ହେଲେଣି ୯୧୮ ଲୋକ। ଏଥିସହିତ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୪୭ ଛୁଇଁଛି। ଅନ୍ୟପକ୍ଷରେ ଏଯାଏ ୨୭୩ ଜଣଙ୍କ ଜୀବନ ନହେଇ ସାରିଲାଣି କୋଭିଡ୍-୧୯ ଭୂତାଣୁ। ଅନ୍ୟପକ୍ଷରେ ଏକ ମାତ୍ର ଭଲ ଖବର ସ୍ୱରୂପ ୭୬୪ ଲୋକ ସୁସ୍ଥ ହୋଇ ସାରିଲେଣି। ଅନ୍ୟପକ୍ଷରେ ବର୍ତ୍ତମାନ ମଧ୍ୟ ୭,୪୦୯ ଜଣଙ୍କଠାରେ କରୋନା ସକ୍ରିୟ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୧,୭୬୧ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହି ରାଜ୍ୟରେ ୧୨୭ ଜଣଙ୍କ ଜୀବନ ଗଲାଣି। ସେହିଭଳି ଦିଲ୍ଲୀରେ ୧୦୬୯ ଆକ୍ରାନ୍ତ ଥିବାବେଳେ ୧୯ ଜଣଙ୍କ ଜୀବନ ଯାଇଛି। ତାମିଲନାଡ଼ୁରେ ୯୬୯ ଆକ୍ରାନ୍ତ ଥିବାବେଳେ ମୋଟ ୧୦ ଜଣଙ୍କ ଜୀବନ ଯାଇଛି। ସେହିଭଳି ରାଜସ୍ତାନରେ ୭୦୦ ଜଣ ଆକ୍ରାନ୍ତ ଅଛନ୍ତି। ଏହି ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି।

ମୃତ୍ୟୁ ସଂଖ୍ୟାକୁ ବିଚାର କଲେ କ୍ରମ ଅନୁସାରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ଦିଲ୍ଲୀରେ ଯଥାକ୍ରମେ ୧୨୭, ୩୬, ୨୨ ଏବଂ ୧୯ ଜଣଙ୍କ ଜୀବନ ଯାଇଛି।

ପଞ୍ଜାବରେ ୧୧ ଜଣଙ୍କ ଜୀବନ ଯାଇଥିବାବେଳେ ତାମିଲନାଡ଼ୁରେ ୧୦ ଜଣଙ୍କ ଜୀବନ ଯାଇଛି। ସେହିଭଳି ତେଲେଙ୍ଗାନାରେ ୯ ଜଣଙ୍କ ଜୀବନ ଯାଇଛି। ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକାରେ ୬ ଜଣ ଲେଖାଏ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ପଶ୍ଚିମବଙ୍ଗରେ ଏଯାଏ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ଜମ୍ମୁ-କଶ୍ମୀର ଏବଂ ଉତ୍ତରପ୍ରଦେଶରେ ଯଥାକ୍ରମେ ୪ ଜଣ ଏବଂ ୫ ଜଣଙ୍କ ଜୀବନ ଯାଇଛି। ହରିଆଣା ଏବଂ ରାଜସ୍ଥାନରେ ୩ ଜଣ ଲେଖାଏ ଜୀବନ ଯାଇଛି। ସେହିଭଳି କେରଳରେ ୨ ଜଣ କରୋନା କାରଣରୁ ପ୍ରାଣ ହରାଛନ୍ତି। ଅନ୍ୟପକ୍ଷରେ ବିହାର, ହିମାଚଳ ପ୍ରଦେଶ, ଓଡ଼ିଶା, ଝାରଖଣ୍ଡ ଏବଂ ଆସାମରେ ଜଣେ ଲେଖାଏ ଜୀବନ ଯାଇଛି।

Related story