ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୦୦ ପାର, ୨୪ ଘଣ୍ଟାରେ ୩୭ ମୃତ

ନୂଆଦିଲ୍ଲୀ: ମାହାମାରୀ କରୋନା ଦେଶରେ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୭ ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିବା ବେଳେ ୮୯୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଜାନୁଆରୀ ୩୦ରେ ଦେଶରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଗୋଟିଏ ଦିନରେ ଏତେ ସଂଖ୍ୟକ ମୃତ୍ୟୁ ଓ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଥମ ଘଟଣା। ଗତ ୨୪ ଘଣ୍ଟାର ତଥ୍ୟ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। […]

coronacuttack

Hemant Lenka
  • Published: Friday, 10 April 2020
  • , Updated: 10 April 2020, 08:10 PM IST

ନୂଆଦିଲ୍ଲୀ: ମାହାମାରୀ କରୋନା ଦେଶରେ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୭ ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିବା ବେଳେ ୮୯୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଜାନୁଆରୀ ୩୦ରେ ଦେଶରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଗୋଟିଏ ଦିନରେ ଏତେ ସଂଖ୍ୟକ ମୃତ୍ୟୁ ଓ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଥମ ଘଟଣା। ଗତ ୨୪ ଘଣ୍ଟାର ତଥ୍ୟ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଏବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୦୦ ପାର ହୋଇଯାଇଛି।

ଦେଶର କରୋନା ସ୍ଥିତି ଉପରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୬୧ରେ ପହଞ୍ଚି ଯାଇଛି। ସେହିପରି ୩୭ ଜଣଙ୍କ ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୦୬ ଛୁଇଁଛି।

ଆଜି ମଧ୍ୟ ଏକାଧିକ ରାଜ୍ୟରେ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କିଛି ଲୋକ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ହେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ଏହାକୁ ସାମିଲ କରାଯାଇନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ବର୍ତ୍ତମାନ ସୁଦ୍ଧା ୫୧୬ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬୦୩୯ଟି ଆକ୍ଟିଭ କେସ ରହିଛି।

କରୋନା ଦ୍ୱାରା ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୧୩୬୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୭ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ପରେ ତାମିଲନାଡୁରେ ୮୩୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ଘଟିଛି।

ଆନ୍ଧ୍ର ପ୍ରଦେଶରେ ୩୬୩, ଆସାମରେ ୨୯, ବିହାରରେ ୬୦, ଦିଲ୍ଲୀରେ ୮୯୮,ଗୁଜରାଟରେ ୨୪୧, ହରିଆଣାରେ ୧୬୯, ଜମ୍ମୁ-କଶ୍ମୀରରେ ୧୮୪, କର୍ଣ୍ଣାଟକାରେ ୧୯୭, କେରଳରେ ୩୫୭, ମଧ୍ୟପ୍ରଦେଶରେ ୨୫୯, ପଞ୍ଜାବରେ ୧୩୨, ରାଜସ୍ଥାନରେ ୪୬୩, ତେଲେଙ୍ଗାନାରେ ୪୭୩, ଉତ୍ତର ପ୍ରଦେଶରେ ୪୩୧, ପଶ୍ଚିମବଙ୍ଗରେ ୧୧୬, ଚଣ୍ଡିଗଡ଼ରେ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଥିଲେ ହେଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଲିକାରେ ଏହା ୪୪ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି, ଦେଶରେ କୋଭିଡ୍-୧୯ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଛି। ଗତକାଲି ଗୋଟିଏ ଦିନରେ ୧୬ ହଜାର ୨ ଜଣଙ୍କ କରୋନା ଟେଷ୍ଟ ହୋଇଛି। ଯେଉଁଥିରୁ ମାତ୍ର ୦.୨ % ନମୁନା ପଜିଟିଭ ଆସିଛି।

Related story