ଭାରତରେ ରେକର୍ଡ କଲା କରୋନା ମୃତ୍ୟୁସଂଖ୍ୟା, ୬ ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଦୀର୍ଘ ୧୦ ଦିନ ହେଲାଣି କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି। ତେବେ ପ୍ରଥମଥର ପାଇଁ ଦେଶରେ କରୋନା ମୃତ୍ୟୁସଂଖ୍ୟା ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଗତ ୨୪ ଘଣ୍ଟାରେ ଏହି ଭାଇରସ ଦେଶରେ ସର୍ବାଧିକ ୫୦୭ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭,୪୦୦କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ […]

ta

Hemant Lenka
  • Published: Wednesday, 01 July 2020
  • , Updated: 01 July 2020, 04:29 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଦୀର୍ଘ ୧୦ ଦିନ ହେଲାଣି କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି। ତେବେ ପ୍ରଥମଥର ପାଇଁ ଦେଶରେ କରୋନା ମୃତ୍ୟୁସଂଖ୍ୟା ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଗତ ୨୪ ଘଣ୍ଟାରେ ଏହି ଭାଇରସ ଦେଶରେ ସର୍ବାଧିକ ୫୦୭ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭,୪୦୦କୁ ବୃଦ୍ଧି ପାଇଛି।

ସେହିପରି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ମୁହାଁ ହୋଇଛି। ମଙ୍ଗଳବାର ୧୮,୬୫୩ ଜଣ କରୋନାରେ ସଂକ୍ରମିତ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୮୫,୪୯୩ ଛୁଇଁଛି।

ଦେଶରେ ଆରୋଗ୍ୟ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୩,୧୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାପରେ ଦେଶରେ ଆରୋଗ୍ୟ ହାର ୫୯.୪୩%ରେ ପହଞ୍ଚି ଯାଇଛି। ଏଯାଏ ଦେଶରେ ୩, ୪୭,୯୭୯ ଜଣ ସୁସ୍ଥ ହୋଇଥିବା ବେଳେ ୨,୨୦,୧୧୪ ଜଣ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୧,୭୪,୭୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭,୮୫୫ ଜଣ ପ୍ରାଣ ହରାଇଛନ୍ତି। ଦିଲ୍ଲୀକୁ ଅତିକ୍ରମ କରି ତାମିଲନାଡୁ କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଏଠାରେ ୯୦,୧୬୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୨୦୧ ଜଣ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ଏବେ ୮୭,୩୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୪୨ ଜଣ ପ୍ରାଣ ହରାଇଛନ୍ତି।

Related story