କରୋନା ସମୟରେ ବି ରାଜନୀତି କରୁଛି ପାକ୍‌, ବର୍ଷିଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ନେଇ ହେଉଥିବା ଭିଡିଓ କନ୍‌ଫରେନ୍ସକୁ ପାକିସ୍ତାନ ବୟକଟ୍‌ କରିବା ପରେ ଭାରତ ଏହାର ପ୍ରତିକ୍ରିୟା ରଖିଛି। ସାର୍କ ରାଷ୍ଟ୍ରମାନଙ୍କର ଏହି ଭିଡିଓ କନ୍‌ଫରେନ୍ସରେ ଯୋଗନଦେବା ପାକିସ୍ତାନର ସଂକୀର୍ଣ୍ଣ ରାଜନୀତିକୁ ପ୍ରମାଣିତ କରୁଥିବା ଭାରତ କହିଛି। ସାରା ବିଶ୍ୱ କରୋନା ମହାମାରୀ ବିରୋଧରେ ଲଢ଼େଇ କରୁଥିବାବେଳେ ପାକିସ୍ତାନର ଏପରି ନୀତିକୁ ଭାରତ ସମାଲୋଚନା କରିଛି। ପାକିସ୍ତାନ ବୁଧବାର ଏହି ଭିଡିଓ କନ୍‌ଫରେନ୍ସକୁ ବୟକଟ୍‌ କରି କହିଥିଲା, ଏହା ଭାରତ ବଦଳରେ ସାର୍କ ସଚିବ […]

saarc

Subrat Kumar Nayak
  • Published: Thursday, 09 April 2020
  • , Updated: 09 April 2020, 05:39 PM IST

ନୂଆଦିଲ୍ଲୀ: ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ନେଇ ହେଉଥିବା ଭିଡିଓ କନ୍‌ଫରେନ୍ସକୁ ପାକିସ୍ତାନ ବୟକଟ୍‌ କରିବା ପରେ ଭାରତ ଏହାର ପ୍ରତିକ୍ରିୟା ରଖିଛି। ସାର୍କ ରାଷ୍ଟ୍ରମାନଙ୍କର ଏହି ଭିଡିଓ କନ୍‌ଫରେନ୍ସରେ ଯୋଗନଦେବା ପାକିସ୍ତାନର ସଂକୀର୍ଣ୍ଣ ରାଜନୀତିକୁ ପ୍ରମାଣିତ କରୁଥିବା ଭାରତ କହିଛି। ସାରା ବିଶ୍ୱ କରୋନା ମହାମାରୀ ବିରୋଧରେ ଲଢ଼େଇ କରୁଥିବାବେଳେ ପାକିସ୍ତାନର ଏପରି ନୀତିକୁ ଭାରତ ସମାଲୋଚନା କରିଛି।

ପାକିସ୍ତାନ ବୁଧବାର ଏହି ଭିଡିଓ କନ୍‌ଫରେନ୍ସକୁ ବୟକଟ୍‌ କରି କହିଥିଲା, ଏହା ଭାରତ ବଦଳରେ ସାର୍କ ସଚିବ ଏହାର ଆୟୋଜନ କରିଥିଲେ ପାକିସ୍ତାନ ଯୋଗ ଦେଇଥା’ନ୍ତା। ଏହାପରେ ଭାରତ କହିଥିଲା, ପାକିସ୍ତାନ ଏପରି କରି ସଂକୀର୍ଣ୍ଣ ରାଜନୀତି କରୁଛି।

ସୂଚନାଯୋଗ୍ୟ ଯେ, ସାର୍କ ରାଷ୍ଟ୍ରଗୁଡ଼ିକ ଏକାଠି କରି କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଭାରତ ହିଁ ପ୍ରଥମେ ପ୍ରୟାସ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଭିଡିଓ କନ୍‌ଫରେନ୍ସ କରିବା ସହ ଏକ ସ୍ୱତନ୍ତ୍ର ଫଣ୍ଡ ପାଇଁ ଆହ୍ୱାନ କରିଥିଲେ।

ବୁଧବାର କନ୍‌ଫରେନ୍ସରେ କରୋନାର ବାଣିଜ୍ୟିକ ପ୍ରଭାବ ବାବଦରେ ଆଲୋଚନା ହୋଇଥିଲା। ସାର୍କର ଷ୍ଟ୍ରାଟେଜୀ ମଧ୍ୟ ଆଲୋଚନାରେ ଥିଲା। ସୂଚନାଯୋଗ୍ୟ ଯେ, କୋଭିଡ୍‌-୧୯ ମୁକାବିଲାରେ କିଛି ମାତ୍ରାରେ ସଫଳ ହୋଇଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଭାରତ ପ୍ରଥମେ ପଡ଼ୋଶୀ ରାଷ୍ଟ୍ରଙ୍କୁ ରପ୍ତାନୀ କରିବ ବୋଲି ସ୍ପଷ୍ଟ କରିସାରିଛି।

Related story