ପୁଲୱାମା ପ୍ରତିଶୋଧ ନେଲା ଭାରତୀୟ ବାୟୁ ସେନା: ପିଓକେରେ ପଶି ପକାଇଲା ୧୦୦୦ କେଜିର ବୋମା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ନେଇ ସମଗ୍ର ଦେଶରେ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ଆକ୍ସନ୍ ମୁଡ୍‌କୁ ଆସିଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନା ପକ୍ଷରୁ ଆଜି ଶତ୍ରୁ ଶିବିର ଉପରେ ଜବରଦସ୍ତ ଆକ୍ରମଣ କରାଯାଇଛି। ଆଜି ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୧୦୦୦ କେଜି ଓଜନର ବୋମା ପକା ଯାଇଛି। ଆତଙ୍କବାଦୀଙ୍କ ଶିବିରକୁ ଲକ୍ଷ୍ୟ କରି ଏହି ସବୁ ବୋମା ପକା ଯାଇଥିଲା। ଏହି ଆକ୍ରମଣରେ ପ୍ରାୟ ୨୦୦ ଆତଙ୍କବାଦୀ ନିହତ ହୋଇଥିବା ବେଳେ […]

pulwama

Tapas Behera
  • Published: Tuesday, 26 February 2019
  • , Updated: 26 February 2019, 11:15 AM IST

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ନେଇ ସମଗ୍ର ଦେଶରେ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ଆକ୍ସନ୍ ମୁଡ୍‌କୁ ଆସିଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନା ପକ୍ଷରୁ ଆଜି ଶତ୍ରୁ ଶିବିର ଉପରେ ଜବରଦସ୍ତ ଆକ୍ରମଣ କରାଯାଇଛି।

ଆଜି ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୧୦୦୦ କେଜି ଓଜନର ବୋମା ପକା ଯାଇଛି। ଆତଙ୍କବାଦୀଙ୍କ ଶିବିରକୁ ଲକ୍ଷ୍ୟ କରି ଏହି ସବୁ ବୋମା ପକା ଯାଇଥିଲା। ଏହି ଆକ୍ରମଣରେ ପ୍ରାୟ ୨୦୦ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ଶିବିର ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି। ତେବେ ଏନେଇ ବାୟୁସେନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବାୟୁସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି କାର୍ଯ୍ୟାନୁଷ୍ଠାନ ନେଇ ସବିଶେଷ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

ଧ୍ୱଂସ ହୋଇଥିବା ଆତଙ୍କବାଦୀ ଶିବିରଗୁଡ଼ିକ ମଧ୍ୟରେ ଜୈଶ-ଇ-ମହମ୍ମଦର ଶିବର ବି ରହିଥିବା ଜଣାପଡ଼ିଛି। ପୁଲୱାମା ଆକ୍ରମଣ ଘଟଣାରେ ଏହି ଆତଙ୍କବାଦୀ ସଂଗଠନ ସାମିଲ ଥିଲା। ଏଥିରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୩ ଟା ୩୦ରୁ ବାୟୁ ସେନା ପକ୍ଷରୁ ଏହି ଅପରେଶନ୍‌ ଆରମ୍ଭ କରାଯାଇଥିଲା। ୧୨ଟି  ମିରାଜ୍‌ ୨୦୦୦ ଯୁଦ୍ଧ ବିମାନରେ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସେନାର ଏହି ଅପରେଶନ୍‌ ୧୦୦ ପ୍ରତିଶତ ସଫଳ ହୋଇଥିବା ଜଣାପଡ଼ିଛି। ସବୁ ଯୋଜନା ମୁତାବକ ହୋଇଥିବା ବାୟୁସେନା ସୂତ୍ରରୁ ସୂଚନା ମିଳିଛି।

ପାକିସ୍ତାନର ବାଲାକୋଟ, ମୁଜାଫରାବାଦ୍ ଓ ଚକୋଟିରେ ଥିବା ଆତଙ୍କବାଦୀ ଶିବିର ଉପରେ ବାୟୁ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏହି ତିନିଟି ସ୍ଥାନରେ ଥିବା ଜୈଶ଼-ଇ-ମହମ୍ମଦର କ୍ୟାମ୍ପ ଧ୍ୱଂସ ହୋଇଛି। ତା’ସହିତ ଏସବୁ ସ୍ଥାନରେ ଥିବା ଲଶ୍କର-ଇ-ତୋଇବା ଓ ହିଜ୍‌ବୁଲ୍ ମୁଜାହିଦ୍ଦୀନର ଶିବିର ମଧ୍ୟ ନଷ୍ଟ ହୋଇଯାଇଛି।

ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବାୟୁସେନା ଏଲ୍‌ଓସି ଅତିକ୍ରମ କରିଥିଲା। ତେବେ ପାକିସ୍ତାନ ପକ୍ଷରୁ ସଠିକ୍‌ ସମୟରେ ଉଚିତ୍ ଜବାବ ଦିଆଯିବା ଯୋଗୁ ଭାରତୀୟ ଯୁଦ୍ଧ ବିମାନଗୁଡ଼ିକ ଫେରି ଯାଇଥିଲେ। ଭାରତୀୟ ଯୁଦ୍ଧ ବିମାନଗୁଡ଼ିକ କୌଣସି କ୍ଷତି କରି ପାରି ନାହାନ୍ତି ବୋଲି ପାକିସ୍ତାନର ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଟ୍ୱଟ୍‌ କରି ଜଣାଇଛନ୍ତି।

Related story