ଅଧିକାରୀ ନିଖୋଜ, ପାକିସ୍ତାନକୁ ଜବାବ ତଲବ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଦୂତବାସର ଦୁଇ ସରକାରୀ ଅଧିକାରୀ ନିଖୋଜ ଘଟଣାକୁ ନେଇ ପାକିସ୍ତାନକୁ ଜବାବ ତଲବ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ। ପାକିସ୍ତାନ ହାଇକମିଶନରଙ୍କୁ ଏହି ରିପୋର୍ଟ ତଲବ କରାଯାଇଛି। ଆଜି ସକାଳେ ଦୁଇ ଅଧିକାରୀ ସରକାରୀ କାମରେ ବାହାରକୁ ଯାଇଥିଲେ। ହେଲେ ଦୁଇ ଘଣ୍ଟା ପରେ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରିନଥିଲା। ଏ ନେଇ ଭାରତୀୟ ଦୂତାବାସ ସୂଚନା ଦେଇଛି। #WATCH – Pakistan's Charge d'affaires to India arrives […]

india islamabad

Subhransu Sekhar
  • Published: Monday, 15 June 2020
  • , Updated: 15 June 2020, 04:55 PM IST

ନୂଆଦିଲ୍ଲୀ: ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଦୂତବାସର ଦୁଇ ସରକାରୀ ଅଧିକାରୀ ନିଖୋଜ ଘଟଣାକୁ ନେଇ ପାକିସ୍ତାନକୁ ଜବାବ ତଲବ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ। ପାକିସ୍ତାନ ହାଇକମିଶନରଙ୍କୁ ଏହି ରିପୋର୍ଟ ତଲବ କରାଯାଇଛି।

ଆଜି ସକାଳେ ଦୁଇ ଅଧିକାରୀ ସରକାରୀ କାମରେ ବାହାରକୁ ଯାଇଥିଲେ। ହେଲେ ଦୁଇ ଘଣ୍ଟା ପରେ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରିନଥିଲା। ଏ ନେଇ ଭାରତୀୟ ଦୂତାବାସ ସୂଚନା ଦେଇଛି।

https://twitter.com/ANI/status/1272484034002608129

ନିକଟରେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଦୂତାବାସର ଦୁଇ କର୍ମଚାରୀ ଆଇଏସଆଇ ପାଇଁ ଗୁଇନ୍ଦା ଗିରି କରୁଥିବାର ଧରା ପଡ଼ିବା ପରେ ସେମାନଙ୍କୁ ସ୍ୱଦେଶ ଫେରିଯିବାକୁ କୁହାଯାଇଥିଲା। ଏବେ ଏହି ଅପମାନର ବଦଲା ନେବାକୁ ଯାଇ ପାକିସ୍ତାନ ଭାରାତୀୟ ହାଇକମିଶନର ଅଫିସର ଦୁଇ କର୍ମଚାରୀଙ୍କୁ ଅପହରଣ କରିଥିବା ଆଶଙ୍କା କରାଯାଉଛି।

ଦୂତାବାସ କର୍ମଚାରୀଙ୍କ ପାଇଁ ଜାରି ହୋଇଥିବା ନିୟମକୁ ପାକିସ୍ତାନ ଉଲ୍ଲଘଂନ କରୁଛି ବୋଲି ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଶରତ ସବ୍ରାୱାଲ କହିଛନ୍ତି। ଏହା ପାକିସ୍ତାନର ଅପାରଗତାକୁ ସୂଚାଉଛି ବୋଲି ସେ କହିଛନ୍ତି।

Related story