ଚାଇନାକୁ ଆଉ ଏକ ଝଟକା ଦେବ ଭାରତ, ଏଥର ଜାତୀୟ ରାଜପଥ ପ୍ରକଳ୍ପ

ନୂଆଦିଲ୍ଲୀ: ଡିଜିଟାଲ ଷ୍ଟ୍ରାଇକ ପରେ ଏବେ ଜାତୀୟ ରାଜପଥ ପ୍ରକଳ୍ପ କାମରୁ ଚାଇନାକୁ ବେଦଖଲ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ଭାରତ ସରକାର। ଭାରତରେ କୌଣସି ଚାଇନିଜ କମ୍ପାନୀଙ୍କୁ ଜାତୀୟ ରାଜପଥ ପ୍ରକଳ୍ପ କାମରେ ଭାଗ ନେବାକୁ ସୁଯୋଗ ମିଳିବ ନାହିଁ। ସେହିପରି ଭାରତୀୟ କମ୍ପାନୀ ଓ ଚାଇନା କମ୍ପାନୀ ମିଳିତ ପ୍ରକଳ୍ପ ଗୁଡ଼ିକ ଉପରେ ବି ରୋକ ଲାଗିବ ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି। ଚାଇନା ସହ […]

j

Hemant Lenka
  • Published: Wednesday, 01 July 2020
  • , Updated: 01 July 2020, 03:53 PM IST

ନୂଆଦିଲ୍ଲୀ: ଡିଜିଟାଲ ଷ୍ଟ୍ରାଇକ ପରେ ଏବେ ଜାତୀୟ ରାଜପଥ ପ୍ରକଳ୍ପ କାମରୁ ଚାଇନାକୁ ବେଦଖଲ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ଭାରତ ସରକାର। ଭାରତରେ କୌଣସି ଚାଇନିଜ କମ୍ପାନୀଙ୍କୁ ଜାତୀୟ ରାଜପଥ ପ୍ରକଳ୍ପ କାମରେ ଭାଗ ନେବାକୁ ସୁଯୋଗ ମିଳିବ ନାହିଁ। ସେହିପରି ଭାରତୀୟ କମ୍ପାନୀ ଓ ଚାଇନା କମ୍ପାନୀ ମିଳିତ ପ୍ରକଳ୍ପ ଗୁଡ଼ିକ ଉପରେ ବି ରୋକ ଲାଗିବ ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି।

ଚାଇନା ସହ ସୀମା ବିବାଦ ଚରମ ସୀମାରେ ପହଞ୍ଚିଥିବାରୁ ଭାରତରେ ବୟକଟ ଚାଇନା ସ୍ଲୋଗାନ ଜୋର ଧରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସୋମବାର ଦେଶରେ ଟିକଟକ ସହ ୫୯ଟି ଚାଇନିଜ ଆପ୍‌କୁ ବ୍ୟାନ୍‌ କରିଥିଲେ। ଏବେ ଚାଇନାକୁ ବିଭିନ୍ନ ଉପାୟରେ ଝଟକା ଦେବାକୁ ସରକାର ଯୋଜନା କରିଛନ୍ତି।

ଗଡ଼କରୀ କହିଛନ୍ତି, ଆମେ ଚାଇନିଜ କମ୍ପାନୀଙ୍କୁ କୌଣସି ପ୍ରକାରର ନିର୍ମାଣ କାମ କରିବାକୁ ଭାରତରେ ଅନୁମତି ଦେବୁନାହିଁ। ଯଦି ଚାଇନିଜ କମ୍ପାନୀ ଭାରତୀୟ କମ୍ପାନୀ ସହ ମିଶି ଦେଶରେ କୌଣସି ରାସ୍ତା କିମ୍ବା ନିର୍ମାଣ କାମ କରିବାକୁ ଉଦ୍ୟମ କରୁଥିବେ, ତା’ହେଲେ ତା’ ଉପରେ ବି ରୋକ ଲାଗିବ। ଚାଇନା କମ୍ପାନୀଙ୍କୁ କୌଣସି ପ୍ରକାରର ଅନୁମତି ଦେଶରେ ମିଳିବ ନାହିଁ ବୋଲି ସେ କହିଛନ୍ତି।

Related story