ଆଉ ୧୦୦ 'ବାଲାକୋଟ୍‌' ବୋମା କିଣିବ ଭାରତ, ଇସ୍ରାଏଲ ସହ ଡିଲ୍‌

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ ସମୟରେ ଭାରତ ବ୍ୟବହାର କରିଥିବା ସ୍ପାଇସ ବୋମାକୁ ଏବେ ଅଧିକ ପରିମାଣରେ କିଣାଯିବ। ଆଉ ୧୦୦ଟି ସ୍ପାଇସ ବୋମା କିଣିବାକୁ ଆଜି ଭାରତ ସରକାର ଇସ୍ରାଏଲ୍‌ ସହ ଚୁକ୍ତି କରିଛନ୍ତି। ଏହି ବୋମାକୁ ବ୍ୟବହାର କରି ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରି ଦେଇଥିଲା। ବୋମା ପାଇଁ ଇସ୍ରାଏଲ୍‌ ସହ ୩୦୦ କୋଟି ଟଙ୍କାର ଡିଲ୍‌ ହୋଇଛି। ଆସନ୍ତା ୩ମାସ ମଧ୍ୟରେ […]

wq

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 10:00 PM IST

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ ସମୟରେ ଭାରତ ବ୍ୟବହାର କରିଥିବା ସ୍ପାଇସ ବୋମାକୁ ଏବେ ଅଧିକ ପରିମାଣରେ କିଣାଯିବ। ଆଉ ୧୦୦ଟି ସ୍ପାଇସ ବୋମା କିଣିବାକୁ ଆଜି ଭାରତ ସରକାର ଇସ୍ରାଏଲ୍‌ ସହ ଚୁକ୍ତି କରିଛନ୍ତି। ଏହି ବୋମାକୁ ବ୍ୟବହାର କରି ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରି ଦେଇଥିଲା। ବୋମା ପାଇଁ ଇସ୍ରାଏଲ୍‌ ସହ ୩୦୦ କୋଟି ଟଙ୍କାର ଡିଲ୍‌ ହୋଇଛି।

ଆସନ୍ତା ୩ମାସ ମଧ୍ୟରେ ୧୦୦ଟି ସ୍ପାଇସ ବୋମା ଇସ୍ରାଏଲ୍‌ ସହ ଭାରତୀୟ ବାୟୁସେନା ପାଖରେ ପହଞ୍ଚିବ। ଏହି ବୋମାର ରେଞ୍ଜ ୬୦ କିମି। ଏଭଳି ୧୦୦ଟି ବୋମା ଶତ୍ରୁ ପକ୍ଷର ନିଦ ହଜାଇବ ବୋଲି କୁହାଯାଉଛି।

Related story