ସମୁଦ୍ରରେ ଡ୍ରାଗନକୁ ଘେରିବେ ଚାରି ଦେଶ

ନୂଆଦିଲ୍ଲୀ: ଚାଇନାକୁ ଘେରିବା ପାଇଁ ଭାରତର ଜବରଦସ୍ତ ପ୍ରୟାସ। ଚୀନ୍ ସେନା ଏବେ ପୂର୍ବ ଲଦାଖ ସୀମାରେ ପଛକୁ ଫେରିଛି, କିନ୍ତୁ ଚୀନର ୧୯୬୨ ଚାଲକୁ ଭୁଲିନି ଭାରତ। ତେଣୁ ଭୁଲର ପୁନରାବୃତି ନହେଉ ଚିନ୍ତା କରି ଭାରତ ବେଜିଂ ଉପରେ କଡ଼ା ନଜର ରଖିଛି। ତେଣୁ ମାଲବାର ଡ୍ରିଲ ପାଇଁ ଅଷ୍ଟ୍ରେଲିଆ ଡାକିବାକୁ ଯୋଜନା କରିଛି ଭାରତ। ଏଭଳି କଲେ ଚୀନ ଉପରେ ଚାପ ପକାଇ ହେବ ବୋଲି ଭାରତ ଚିନ୍ତା କରିଛି। ଏ ପର୍ଯ୍ୟନ୍ତ […]

malabar-excercise-1

malabar-excercise-1

Subhransu Sekhar
  • Published: Friday, 10 July 2020
  • Updated: 10 July 2020, 10:46 PM IST

Sports

Latest News

ନୂଆଦିଲ୍ଲୀ: ଚାଇନାକୁ ଘେରିବା ପାଇଁ ଭାରତର ଜବରଦସ୍ତ ପ୍ରୟାସ। ଚୀନ୍ ସେନା ଏବେ ପୂର୍ବ ଲଦାଖ ସୀମାରେ ପଛକୁ ଫେରିଛି, କିନ୍ତୁ ଚୀନର ୧୯୬୨ ଚାଲକୁ ଭୁଲିନି ଭାରତ। ତେଣୁ ଭୁଲର ପୁନରାବୃତି ନହେଉ ଚିନ୍ତା କରି ଭାରତ ବେଜିଂ ଉପରେ କଡ଼ା ନଜର ରଖିଛି। ତେଣୁ ମାଲବାର ଡ୍ରିଲ ପାଇଁ ଅଷ୍ଟ୍ରେଲିଆ ଡାକିବାକୁ ଯୋଜନା କରିଛି ଭାରତ। ଏଭଳି କଲେ ଚୀନ ଉପରେ ଚାପ ପକାଇ ହେବ ବୋଲି ଭାରତ ଚିନ୍ତା କରିଛି। ଏ ପର୍ଯ୍ୟନ୍ତ ଭାରତୀୟ ନୌସେନା ଆମେରିକା ଏବଂ ଜାପାନ ସହିତ ମିଶି ଡ୍ରିଲ ଚାଲିଛି। ଏବେ ଅଷ୍ଟ୍ରେଲିଆକୁ ନିମନ୍ତ୍ରଣ କରି ଭାରତ ଡ୍ରାଗନକୁ ଦମ ଦେଖାଇବାକୁ ଚିନ୍ତା କରିଛି। କହି ରଖୁଛୁ କରୋନା ମହାମାରୀ ପାଇଁ ଚୀନ ସହିତ ଅଷ୍ଟ୍ରେଲିଆର ସମ୍ପର୍କ ମଧ୍ୟ ଖରାପ ରହିଛି।

ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଏହି ଡ୍ରିଲରେ ସାମିଲ ହୋଇ ଚୀନକୁ ମଧ୍ୟ ଏକ କଡ଼ା ଜବାବ ଦେବାକୁ ଚିନ୍ତା କରିଛି। ଚଳିତବର୍ଷ ଶେଷ ବେଳକୁ ଭାରତ, ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆ ନୌସେନା ବଙ୍ଗୋପସାଗରରେ ଏକାଠି ସମରଭ୍ୟାସ କରିବେ। ଆଉ ବେଜିଂ ସମୁଦ୍ରରେ ଚାରି ଦେଶର ସେନାର ଦକ୍ଷତା ଦେଖିବ। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ଆସନ୍ତା ସପ୍ତାହ ସୁଦ୍ଧା ଅଷ୍ଟ୍ରେଲିଆକୁ ଏକ ଆନୁଷ୍ଠାନିକ ନିମନ୍ତ୍ରଣ ପଠାଯିବ। ବର୍ତ୍ତମାନ ଜାପାନ ଏବଂ ଆମେରିକା ସହ ଆଲୋଚନା ଚାଲିଛି।

ଏହି ଚାରୋଟି ଗଣତାନ୍ତ୍ରିକ ଦେଶ ନିକଟତର ହେବା ଚୀନ୍ ପାଇଁ ଅଡ଼ୁଆ ସୃଷ୍ଟି କରିବ। ୨୦୦୪ ସୁନାମି ପରେ ଏହି ଚାରି ଦେଶ ଭାରତ-ପ୍ରଶାନ୍ତ ମହାସାଗରରେ ଏକାଠି ହୋଇଥିଲେ। ଏହାପରେ ୨୦୧୭ରେ ଏହି ଦେଶ ମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ଏବେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏହି ଚାରି ଦେଶ ମଧ୍ୟରେ ସମ୍ପର୍କ ବଢ଼ିଛି। ଏହା ବ୍ୟତୀତ ଭିଏତନାମ, ଦକ୍ଷିଣ କୋରିଆ ଏବଂ ନ୍ୟୁଜିଲ୍ୟାଣ୍ଡ ସହିତ ଏହି ଚାରୋଟି ଦେଶ ନିରନ୍ତର ସମନ୍ୱୟ ରକ୍ଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos