୧୩ ସୁଦ୍ଧା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଆତଙ୍କ ଭିତରେ ଆଜି ଭାରତ ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୧୩ ତାରିଖ ସୁଦ୍ଧା ଭାରତରେ କରୋନାକୁ ମାତ ଦେବା ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ସରକାର କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଭାରତରେ ଦୁଇଟି ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳି ସାରିଛି। ଅନୁମତି ମିଳିବାର ୧୦ ଦିନ ଭିତରେ ଟିକାକରଣ କାର୍ଯ୍ୟ ଆରମ୍ଭ କରିବାକୁ ଭାରତ ସରକାର […]

ff

Hemant Lenka
  • Published: Tuesday, 05 January 2021
  • , Updated: 05 January 2021, 05:15 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଆତଙ୍କ ଭିତରେ ଆଜି ଭାରତ ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୧୩ ତାରିଖ ସୁଦ୍ଧା ଭାରତରେ କରୋନାକୁ ମାତ ଦେବା ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ସରକାର କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଭାରତରେ ଦୁଇଟି ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳି ସାରିଛି। ଅନୁମତି ମିଳିବାର ୧୦ ଦିନ ଭିତରେ ଟିକାକରଣ କାର୍ଯ୍ୟ ଆରମ୍ଭ କରିବାକୁ ଭାରତ ସରକାର ପ୍ରସ୍ତୁତ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅକ୍ସଫୋର୍ଡର କରୋନା ଟିକା କୋଭିସିଲ୍ଡର ବ୍ୟବହାର କରାଯିବ। ଏହାପରେ କୋଭାକ୍ସିନକୁ ବ୍ୟବହାର କରାଯିବ।

ଜାନୁଆରୀ ୩ରେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଓ ଅକ୍ସଫୋର୍ଡ/ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଥିଲା। ତେଣୁ ଅନୁମତି ପାଇବାର ୧୦ ଦିନ ମଧ୍ୟରେ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏହାର ଅର୍ଥ ୧୩ ତାରିଖ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି ସେ ଘୋଷଣା କରିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଜରୁରୀ କାଳୀନ ସେବାରେ ନିୟୋଜିତ କର୍ମଚାରୀ ଓ ବୟସ୍କମାନଙ୍କୁ ଏହି ଟିକା ଦିଆଯିବ। ଏଥିପାଇଁ ସମସ୍ତଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ଟିକାକରଣ ପାଇଁ ବିଭିନ୍ନ ରାଜ୍ୟରେ ଡ୍ରାଏ ରନ୍‌ ମଧ୍ୟ ଆରମ୍ଭ ହୋଇଯାଇଛି। ଏହା ସକାରାତ୍ମକ ରହିଥିବାରୁ ଟିକାକରଣରେ କୌଣସି ଅସୁବିଧା ହେବନାହିଁ।

ଟିକା ପ୍ରସ୍ତୁତ କରିଥିବା କମ୍ପାନୀ ଗୁଡ଼ିକ ଏହାର ଡୋଜ୍‌ ପ୍ରଥମେ ମୁମ୍ବାଇ, ଚେନ୍ନାଇ, କୋଲକାତା ଓ ହରିଆଣାର କର୍ଣ୍ଣାଲରେ ଥିବା ସରକାରୀ ମେଡିକାଲ ଷ୍ଟୋର ଡିପାର୍ଟମେଣ୍ଟ ଡିପୋକୁ ଆକାଶ ପଥରେ ପଠାଇବେ। ଏଠାରୁ ଟିକାର ଡୋଜ୍‌ ଗୁଡ଼ିକ ବିଭିନ୍ନ ରାଜ୍ୟରେ ଥିବା ୩୭ଟି ଷ୍ଟୋରକୁ ଯିବ। ସେଠାରୁ ବିଭିନ୍ନ ଜିଲ୍ଲାକୁ ପଠାଯିବ।

ଶେଷରେ ଟିକାକରଣ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଟିକାକରଣ ପାଇଁ ଉର୍ଦ୍ଦିଷ୍ଟ କେନ୍ଦ୍ରକୁ ସଂପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ଏହାକୁ ପଠାଯିବ। ବର୍ତ୍ତମାନ ସୁଦ୍ଧା ଭାରତ ପାଖରେ ୨୯ ହଜାର କୋଲ୍ଡ ଚେନ୍‌ ସିଷ୍ଟମ ରହିଛି। ଏହିସବୁ ଶୀତଳ ଭଣ୍ଡାରରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ସଂରକ୍ଷିତ କରି ରଖାଯିବ।

ଅନ୍ୟପକ୍ଷରେ ଅକ୍ସଫୋର୍ଡ ଟିକାର ଉତ୍ପାଦନ ଦାୟିତ୍ୱ ନେଇଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୫୦ ନିୟୁତ ଡୋଜ୍‌ ପ୍ରସ୍ତୁତ କରି ରଖିଛି।

Related story