କରୋନା ଉତ୍ପତ୍ତିର ନିରପେକ୍ଷ ତଦନ୍ତ ଦାବି କଲା ଭାରତ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି କେଉଁଠୁ ହୋଇଛି? ଏହି ପ୍ରଶ୍ନ ଏବେ ବିଶ୍ୱବାସୀଙ୍କ ମନରେ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶର ଗୁଇନ୍ଦା ସଂସ୍ଥା କରୋନା ପାଇଁ ଚୀନକୁ ଦାୟୀ କରିଛନ୍ତି। ହେଲେ ଏହି ଭାଇରସ ବିସ୍ତାର କେଉଁଠି ହୋଇଛି ତାହା ଅସ୍ପଷ୍ଟ ରହିଛି। ଏବେ ଭାରତ କରୋନାର ଉତ୍ପତ୍ତି ବାବଦରେ ଜାଣିବା ପାଇଁ ଚେଷ୍ଟା କରିଛି। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ନିକଟରେ ନିରପେକ୍ଷ ତଦନ୍ତ ଦାବି କରିଛି। ଅଷ୍ଟ୍ରେଲିଆ, ୟୁରୋପୀୟ ଦେଶ କରୋନାର ଉତ୍ପତ୍ତି […]

china who

Subhransu Sekhar
  • Published: Sunday, 17 May 2020
  • , Updated: 17 May 2020, 05:42 PM IST

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି କେଉଁଠୁ ହୋଇଛି? ଏହି ପ୍ରଶ୍ନ ଏବେ ବିଶ୍ୱବାସୀଙ୍କ ମନରେ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶର ଗୁଇନ୍ଦା ସଂସ୍ଥା କରୋନା ପାଇଁ ଚୀନକୁ ଦାୟୀ କରିଛନ୍ତି। ହେଲେ ଏହି ଭାଇରସ ବିସ୍ତାର କେଉଁଠି ହୋଇଛି ତାହା ଅସ୍ପଷ୍ଟ ରହିଛି। ଏବେ ଭାରତ କରୋନାର ଉତ୍ପତ୍ତି ବାବଦରେ ଜାଣିବା ପାଇଁ ଚେଷ୍ଟା କରିଛି। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ନିକଟରେ ନିରପେକ୍ଷ ତଦନ୍ତ ଦାବି କରିଛି। ଅଷ୍ଟ୍ରେଲିଆ, ୟୁରୋପୀୟ ଦେଶ କରୋନାର ଉତ୍ପତ୍ତି ବାବଦରେ ତଦନ୍ତ ଦାବି କରିବା ପରେ ଭାରତ ମଧ୍ୟ ସମାନ ଦାବି କରିଛି। ଏଯାବତ ୨୧୦ଟି ଦେଶକୁ ଏହି ମହାମାରୀ ବ୍ୟାପିଛି। ଏଥିରେ ୩ ଲକ୍ଷରୁ ଅଧିକ ପ୍ରାଣ ହରାଇଛନ୍ତି।

ଗତବର୍ଷ ଡିସେମ୍ୱର ଶେଷରେ ଚୀନର ହୁବେଇ ପ୍ରାନ୍ତରେ ଥିବା ଉହାନ ସହରରୁ ଏହି ମହାମାରୀ ଦେଖିବାକୁ ମିଳିଥିଲା। ଏହାପରେ ଭାରତ ମାର୍ଚ୍ଚ ୨୪ରେ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଘୋଷଣା କରିଛି। ଲକଡାଉନ୍ ଆରମ୍ଭ ହେବା ପରେ ଜି -୨୦ ଶିଖର ସମ୍ମିଳନୀ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି WHO ସଂସ୍କାରକୁ ସମର୍ଥନ କରିଥିଲେ ଏବଂ କରୋନା ବାବଦରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଚୀନକୁ ଏବେ ଏହି ମହାମାରୀର ଉତ୍ପତ୍ତି ସ୍ଥଳ ବୋଲି ବିହିନ୍ନ ଦେଶ କହୁଛନ୍ତି। ହେଲେ ଚୀନ ଏଭଳି ଅଭିଯୋଗକୁ କିଛି ନକହି ଖାରଜ କରି ଆସୁଛି। WHO ମଧ୍ୟ ପ୍ରଥମେ ଏହି ମହାମାରୀ ପାଇଁ ଚୀନ୍ ସପକ୍ଷରେ ଓକିଲାତି କରୁଥିଲା।

ହେଲେ କିଛିଦିନ ପୂର୍ବରୁ WHOର ଫୁଡ୍ ସେଫଟି ଜୁନାଟିକ ଭାଇରସର ଏକ୍ସପୋର୍ଟ ଡକ୍ଟର ପିଟର ବେନ୍ ଏମ୍ୱରେକ କହିଥିଲେ, “ଭାଇରସ ବ୍ୟାପିବା ପଛରେ ଉହାନ ବଜାରର ଭୂମିକା ରହିଛି। ତେବେ ବଜାରକୁ କିଭଳି ଏହି କରୋନା ଭାଇରସ ଆସିଲା ସେ ବାବଦରେ ଗବେଷଣା କରିବା ଦରକାର। ଜୀବଜନ୍ତୁଙ୍କ ପାଖରୁ ନା ସଂକ୍ରମିତ ଦୋକାନୀ କିମ୍ବା କିଣୁଥିବା ଲୋକ ଏହି ଭାଇରସକୁ ନେଇ ବଜାରକୁ ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ”। ତେବେ WHOର ମୁଖ୍ୟ ଟେଡ୍ରୋସ ଆଢ଼ାନୋମ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

Related story