୨୦୩୦ ବେଳକୁ ଅର୍ଥନୀତିରେ ଆମେରିକା ପଛକୁ ରହିବ ଭାରତ !

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତର ଅର୍ଥନୀତି ଖରାପ ରହିଛି। ହେଲେ ଆଗକୁ ଭାରତର ଅର୍ଥନୀତି ସୁଧୁରିବ। ୨୦୨୫ ସୁଦ୍ଧା ଭାରତ ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିକ ଦେଶ ହେବ ଏବଂ ୨୦୩୦ ବେଳକୁ ତୃତୀୟ ସ୍ଥାନରେ ପହଞ୍ଚିବ ଭାରତ। ୨୦୧୯ରେ ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିଲା। ଏବେ କିନ୍ତୁ କରୋନା ମହାମାରୀ ଯୋଗୁଁ ଷଷ୍ଠ ସ୍ଥାନରେ ରହିଛି ଭାରତ। ବ୍ରିଟେନର Centre for Economics and […]

gdp

Subhransu Sekhar
  • Published: Saturday, 26 December 2020
  • , Updated: 26 December 2020, 04:51 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତର ଅର୍ଥନୀତି ଖରାପ ରହିଛି। ହେଲେ ଆଗକୁ ଭାରତର ଅର୍ଥନୀତି ସୁଧୁରିବ। ୨୦୨୫ ସୁଦ୍ଧା ଭାରତ ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିକ ଦେଶ ହେବ ଏବଂ ୨୦୩୦ ବେଳକୁ ତୃତୀୟ ସ୍ଥାନରେ ପହଞ୍ଚିବ ଭାରତ। ୨୦୧୯ରେ ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିଲା। ଏବେ କିନ୍ତୁ କରୋନା ମହାମାରୀ ଯୋଗୁଁ ଷଷ୍ଠ ସ୍ଥାନରେ ରହିଛି ଭାରତ।

ବ୍ରିଟେନର Centre for Economics and Business Research ନାମକ ସଂସ୍ଥା ଭାରତର ଅର୍ଥନୀତିକୁ ନେଇ ଏଭଳି ଗୋଲାପୀ ଚିତ୍ର ଦେଖାଇଛି। ବ୍ରିଟେନ ୨୦୨୪ ପର୍ଯ୍ୟନ୍ତ ଆଗରେ ରହିବ ଏବଂ ଏହା ପରେ ଭାରତ ଆଗଇଯିବ। ଟଙ୍କା ଦୁର୍ବଳ ହେବାରୁ ବ୍ରିଟେନ ୨୦୨୦ରେ ଭାରତଠାରୁ ଆଗକୁ ଯାଇଛି। ଭାରତ ୨୦୨୫ରେ ବ୍ରିଟେନକୁ ୨୦୨୭ ରେ ଜର୍ମାନୀ ଏବଂ ୨୦୩୦ ରେ ଜାପାନକୁ ଅତିକ୍ରମ କରିବ। ୨୦୨୮ରେ ଚାଇନା କିନ୍ତୁ ଆମେରିକାର ଅର୍ଥନୀତିକୁ ଅତିକ୍ରମ କରି ବିଶ୍ୱର ବୃହତ୍ତମ ଅର୍ଥନୀତିକ ଦେଶ ହେବ ବୋଲି Centre for Economics and Business Research ଆକଳନ କରିଛି।

୨୦୨୧ରେ ଭାରତର ଅଭିବୃଦ୍ଧି ୯ ପ୍ରତିଶତ ଏବଂ ୨୦୨୨ରେ ୭ ପ୍ରତିଶତ ହେବ। ଭାରତର ଅର୍ଥନୀତିକ ଅଭିବୃଦ୍ଧି ବୃଦ୍ଧି ହେଉଛି ତେଣୁ ଆଗକୁ ଦେଶର ଅଭିବୃଦ୍ଧି ହାର ସ୍ଥିର ହୋଇଯିବ। ୨୦୩୫ ସୁଦ୍ଧା ଅଭିବୃଦ୍ଧି ହାର ୫.୮ ପ୍ରତିଶତକୁ ଆସିଯିବ। ସୂଚନାଯୋଗ୍ୟ, ୨୦୧୯ରେ ଦେଶର ଅଭିବୃଦ୍ଧି ହାର ୪.୨ ପ୍ରତିଶତ ଥିଲା, ଯାହାକି ଦଶ ବର୍ଷର ସର୍ବନିମ୍ନ ଅଭିବୃଦ୍ଧି।

Related story