ନୂଆଦିଲ୍ଲୀ: ଭାରତ ପୂର୍ବରୁ ‘ଏନର୍ଜି ଡିମାଣ୍ଡ’ ବା ବିଶ୍ୱ ଉର୍ଜା ଚାହିଦାରେ ଯେପରି ଆଗରେ ଥିଲା କରୋନା ପରେ ମଧ୍ୟ ତାହା ଅପରିବର୍ତ୍ତିତ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଜି-୨୦ ଶକ୍ତି ମନ୍ତ୍ରୀ ସମ୍ମିଳନୀରେ ଭିଡିଓ କନଫରେନ୍ସିଂ ଯୋଗେ ସେ ଏଭଳି ମତ ଦେଇଛନ୍ତି।
https://twitter.com/dpradhanbjp/status/1248621629548007425?s=20
ଭାରତରେ ବଢ଼ୁଥିବା ଏଲ୍ପିଜି ଆବଶ୍ୟକତାକୁ ଦେଶର ପାରମ୍ପରିକ ବନ୍ଧୁ ରାଷ୍ଟ୍ର ଗୁଡିକ ପୂରଣ କରୁଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।
ସେହିପରି ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମାନଙ୍କ ପାଇଁ ଉଚିତ୍ ମୂଲ୍ୟ ତଥା କ୍ରୟ କରୁଥିବା ଭାରତ ପରି ଦେଶମାନଙ୍କ ପାଇଁ କଷ୍ଟ ନହେବା ପରି ମୂଲ୍ୟ ନେଇ ଭାରତର ପୂର୍ବ ମତକୁ ଏହି ସମ୍ମିଳନୀରେ ସେ ଦୋହରାଇଥିଲେ। ବିଶ୍ୱର ତୈଳ ଚାହିଦା କମ୍ ହେଉଥିବା ବେଳେ ଆଗାମୀ ଦିନରେ ଇନ୍ଧନ ଚାହିଦା ବଢ଼ାଇ ଯୋଗାଣକୁ ବୃଦ୍ଧି କରି ଉତ୍ପାଦନକାରୀ ଦେଶମାନେ ମୂଲ୍ୟ କମ୍ ରଖିବା ସମୟର ଆବଶ୍ୟକତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି ସମ୍ମିଳନୀରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ସାଉଥ କୋରିଆ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କି, ଆମେରିକା, ଇଂଲଣ୍ଡ, ସ୍ପେନ, ସିଙ୍ଗାପୁର, ସୁଇଜରଲ୍ୟାଣ୍ଡ ଏବଂ ୟୁରୋପୀୟ ୟୁନିୟନ ତଥା ବିଶ୍ୱ ତୈଳ ସଂଗଠନମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।