ଅଶାନ୍ତ ଲିବ୍ୟାରୁ ସ୍ଥାନାନ୍ତର ହେଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଲିବ୍ୟା ସେନା ଏବଂ ବିରୋଧୀ ଦଳର ସମର୍ଥକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁ ଲିବ୍ୟାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ବାବଦରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ସୂଚନା ଦେଇ କହିଛନ୍ତି, ଶାନ୍ତିରକ୍ଷା ପାଇଁ ସେଠାରେ ନିୟୋଜିତ ୧୫ ଜଣିଆ ସିଆରପିଏଫ୍‌ ଟିମ୍‌କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ସେ ଟ୍ୱିଟ୍‌ କରି ଜଣାଇଛନ୍ତି, “ଲିବ୍ୟାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଟ୍ୟୁନିସିଆରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ୧୫ ଜଣ ସିଆରପିଏଫ୍‌ ଯବାନଙ୍କୁ […]

libya

Subrat Kumar Nayak
  • Published: Sunday, 07 April 2019
  • , Updated: 07 April 2019, 07:29 PM IST

ନୂଆଦିଲ୍ଲୀ: ଲିବ୍ୟା ସେନା ଏବଂ ବିରୋଧୀ ଦଳର ସମର୍ଥକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁ ଲିବ୍ୟାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ବାବଦରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ସୂଚନା ଦେଇ କହିଛନ୍ତି, ଶାନ୍ତିରକ୍ଷା ପାଇଁ ସେଠାରେ ନିୟୋଜିତ ୧୫ ଜଣିଆ ସିଆରପିଏଫ୍‌ ଟିମ୍‌କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି।

ସେ ଟ୍ୱିଟ୍‌ କରି ଜଣାଇଛନ୍ତି, “ଲିବ୍ୟାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଟ୍ୟୁନିସିଆରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ୧୫ ଜଣ ସିଆରପିଏଫ୍‌ ଯବାନଙ୍କୁ ସ୍ଥାନାନ୍ତର କରାଯାଇଛି। ମୁଁ ଟ୍ୟୁନିସିଆ ଦୂତାବାସର ଏହି ପଦକ୍ଷେପକୁ ସାଧୁବାଦ ଜଣାଉଛି।”

ଶ୍ରୀମତୀ ସ୍ୱରାଜ ମଧ୍ୟ ଲିବ୍ୟାର ଟ୍ରିପୋଲିଠାରେ ଥିବା ଦୂତାବାସର ୨ ଜଣ ଅଧିକାରୀଙ୍କ ନମ୍ବର ଟ୍ୱିଟ୍‌ କରି ସେଠାରେ ରହୁଥିବା ଏବଂ ବର୍ତ୍ତମାନ ସଙ୍କଟଜନକ ସ୍ଥିତିର ସାମ୍ନା କରୁଥିବା ପ୍ରବାସୀ ଭାରତୀୟମାନେ ସେମାନଙ୍କ ସହାୟତା ନେଇପାରିବେ ବୋଲି କହିଛନ୍ତି।

କିନ୍ତୁ ସୁଷମା ଟ୍ୟୁନିସିଆର ଦୂତାବାସକୁ କାହିଁକି ଧନ୍ୟବାଦ ଜଣାଇଲେ ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଟ୍ୟୁନିସିଆରେ ଅବସ୍ଥାପିତ ରାଷ୍ଟ୍ରଦୂତ ହିଁ ଲିବ୍ୟାର ଅତିରିକ୍ତ ଦାୟିତ୍ୱ ନେଉଛନ୍ତି।

ସୂଚନାଯୋଗ୍ୟ ଯେ, ଲିବ୍ୟାର କମାଣ୍ଡର ଖଲିଫା ହଫ୍‌ତାରଙ୍କ ଅନୁଗାମୀ ଅନ୍ତର୍ଜାତୀୟ ଅନୁମୋଦନ ପ୍ରାପ୍ତ ସରକାରଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛନ୍ତି। ରାଜଧାନୀ ତ୍ରିପୋଲିର ଦକ୍ଷିଣ ଅଞ୍ଚଳରେ ଏହି ହିଂସା ଉଗ୍ରରୂପ ଧାରଣ କରିଥିବାବେଳେ ଖଲିଫା ହଫ୍‌ତାରଙ୍କ ସମର୍ଥକଙ୍କ ଉପରେ ଆକାଶମାର୍ଗରୁ ଆକ୍ରମଣ ହେଉଥିବା ଜଣାପଡ଼ିଛି।

Related story