ଭାରତର ‘ମୋଷ୍ଟ ଫେଭର୍‌ଡ ନେସନ୍‌’ ତାଲିକାରୁ ବାଦ୍‌ ପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ଥାନର ଅଘୋଷିତ ସମର୍ଥନରେ ଚାଲୁଥିବା ଆତଙ୍କୀ ସଂଗଠନର ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୩୭ ଜଣ ସିଆରପିଏଫ୍‌ ଯବାନ ସହିଦ ହେବାର କିଛି ଘଣ୍ଟା ପରେ ଭାରତ ସରକାର ପାକିସ୍ତାନକୁ ‘ମୋଷ୍ଟ ଫେଭର୍‌ଡ ନେସନ୍‌’ ତାଲିକାରୁ ବାଦ୍‌ ଦେଇଛନ୍ତି। ଆଜି ସରକାରଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଅରୁଣ ଜେଟଲୀ ଏନେଇ ଗଣମାଧ୍ୟମରେ କହିଥିଲେ, ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ସ୍ତରରେ କଟକଣା ଲଗାଇବାପାଇଁ ବୈଦେଶିକ ମନ୍ତ୍ରଣାଳୟ ଯଥାସମ୍ଭବ ଏବଂ ଉପଲବ୍ଧ ଥିବା ସମସ୍ତ ବିକଳ୍ପର ସହାୟତା ନେଇ କଡ଼ା […]

india-pak

india-pak

Subrat Kumar Nayak
  • Published: Friday, 15 February 2019
  • Updated: 15 February 2019, 01:18 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ଥାନର ଅଘୋଷିତ ସମର୍ଥନରେ ଚାଲୁଥିବା ଆତଙ୍କୀ ସଂଗଠନର ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୩୭ ଜଣ ସିଆରପିଏଫ୍‌ ଯବାନ ସହିଦ ହେବାର କିଛି ଘଣ୍ଟା ପରେ ଭାରତ ସରକାର ପାକିସ୍ତାନକୁ ‘ମୋଷ୍ଟ ଫେଭର୍‌ଡ ନେସନ୍‌’ ତାଲିକାରୁ ବାଦ୍‌ ଦେଇଛନ୍ତି।

ଆଜି ସରକାରଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଅରୁଣ ଜେଟଲୀ ଏନେଇ ଗଣମାଧ୍ୟମରେ କହିଥିଲେ, ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ସ୍ତରରେ କଟକଣା ଲଗାଇବାପାଇଁ ବୈଦେଶିକ ମନ୍ତ୍ରଣାଳୟ ଯଥାସମ୍ଭବ ଏବଂ ଉପଲବ୍ଧ ଥିବା ସମସ୍ତ ବିକଳ୍ପର ସହାୟତା ନେଇ କଡ଼ା ପଦକ୍ଷେପ ନେବ। ଜୈଶ-ଇ-ମହମ୍ମଦର ଏତାଦୃଶ ଷଡ଼ଯନ୍ତ୍ର ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ଜଣାପଡ଼ୁଥିବାରୁ ଏହି ପଦକ୍ଷେପ ନିଆଯାଉଥିବା ଜଣାଯାଇଛି।

‘ମୋଷ୍ଟ ଫେଭର୍‌ଡ ନେସନ୍‌’ କ’ଣ
ଏହା ଅନ୍ତର୍ଜାତୀୟ ସ୍ତରରରେ ବାଣିଜ୍ୟିକ ସହଯୋଗୀଙ୍କୁ ଦିଆଯାଇଥିବା ଏପରି ଏକ ମାନ୍ୟତା ଯାହାଫଳରେ ବିଶ୍ୱ ବାଣିଜ୍ୟିକ ସଂଗଠନ(WTO)ର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ବାଣିଜ୍ୟିକ ବୈଷମ୍ୟତା ନରହିବା ନିଶ୍ଚିତ କରିଥାଏ।

ଗୋଟିଏ ଦେଶ ଅନ୍ୟ ଏକ ଦେଶକୁ ଏହି ମାନ୍ୟତା ଦେବାର ଅର୍ଥ ବାଣିଜ୍ୟିକ ଚୁକ୍ତିରେ ସେହି ଦେଶକୁ ସମସ୍ତ ପ୍ରକାରର ରିହାତି, ସୁବିଧା ଏବଂ ଅନ୍ୟ ଫାଇଦା ଦେବା। ଜେନେରାଲ ଏଗ୍ରିମେଣ୍ଟ ଅନ୍‌ ଟାରିଫ୍‌ ଆଣ୍ଡ ଟ୍ରେଡ୍‌ (ଗାଟ୍‌)ର ପ୍ରଥମ ଅନୁଚ୍ଛେଦ।

ଯଦିଓ ଏହି ଶବ୍ଦରୁ ଅଗ୍ରାଧିକାର ଦିଆଯିବା ଉଦ୍ଦିଷ୍ଟ ରାଷ୍ଟ୍ର ଭଳି ପ୍ରତୀୟମାନ ହେଉଛି, ଏହାର ଅର୍ଥ ତାହା ନୁହେଁ। ପାକିସ୍ତାନକୁ କିଭଳି ‘ମୋଷ୍ଟ ଫେଭର୍‌ଡ ନେସନ୍‌’ ମାନ୍ୟତା ଦିଆଗଲା ସେ ନେଇ ପ୍ରଶ୍ନ ଉଠୁଥିବାବେଳେ ଏହାର ଉତ୍ତର ମଧ୍ୟ ଏଥିରେ ନିହିତ ରହିଛି। ଏହା କେବଳ ବାଣିଜ୍ୟିକ ବୈଷମ୍ୟ ହଟାଇବା ପାଇଁ ଉଦ୍ଦିଷ୍ଟ। ଏହାଫଳରେ ଦୁଇ ଦେଶକୁ ବାଣିଜ୍ୟିକ ଫାଇଦା ହୋଇଥାଏ ଏବଂ ଟାରିଫ୍‌ କମ୍‌ ରହୁଥିବାରୁ ଉଭୟ ଦେଶର ବ୍ୟବସାୟୀଙ୍କ ପାଇଁ ଫାଇଦା ହୋଇଥାଏ।

ପାକିସ୍ତାନକୁ କେବେ ମିଳିଥିଲା ଏହି ମାନ୍ୟତା?
WTO ଗଠନର ଏକବର୍ଷ ପରେ ବା ୧୯୯୬ ମସିହାରେ ଭାରତ ପାକିସ୍ତାନକୁ ଏହି ମାନ୍ୟତା ଦେଇଥିଲା। କିନ୍ତୁ ପାକିସ୍ତାନ ଏଯାଏ ଭାରତକୁ ଏହି ମାନ୍ୟତା ଦେଇନି। ଏହି ସମୟରେ ସଂଘର୍ଷ, ଅବିଶ୍ୱାସ ଏବଂ ଯୁଦ୍ଧ ଚାଲୁ ରହିଥିବାରୁ ଏହି ବାହାନା ଦେଖାଇ ପାକିସ୍ତାନ ‘ମୋଷ୍ଟ ଫେଭର୍‌ଡ ନେସନ୍‌’ ମାନ୍ୟତା ଦେଇନଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story