ଡେରାଡୁନ: ବାଟ ମଝିରେ ଫସିଗଲେ ହଜାର ହଜାର ଯାତ୍ରୀ। ଯମୁନେତ୍ରୀ ମନ୍ଦିରକୁ ଯାଇଥିବା ଜାତୀୟ ରାଜପଥର ସୁରକ୍ଷା ଦିଆଲ ଭୁଶୁଡ଼ି ପଡ଼ିବା ପରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିବାରୁ ସେହି ଜାତୀୟ ରାଜପଥରେ ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକେ ଅଟକି ରହିଛିନ୍ତି। ଟ୍ରାଫିକ ବନ୍ଦ ଥିବାରୁ ପ୍ରାୟ ୧୦, ୦୦୦ ଲୋକେ ରାସ୍ତାର ବିଭିନ୍ନ ସ୍ଥନାରେ ଅଟକି ରହିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ହଜାର ହଜାର ଗାଡ଼ି ମୋଟର ମଧ୍ୟ ଅଟକି ରହିଛି। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ପରିସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ସମସ୍ୟାର ସମାଧାନ ପାଇଁ ୩ ଦିନ ଲାଗିବ। ୩ଦିନ ପରେ ଉକ୍ତ ରାସ୍ତାଟିକୁ ସର୍ବସାଧାରଣଙ୍କ ପାଇଁ ସ୍ୱାଭାବିକ ହୋଇପାରେ।
ଅନ୍ୟପଟେ ଭିଡ଼ ଭିତରୁ ଛୋଟ ଛୋଟ ଗାଡ଼ି ଗୁଡ଼ିକୁ ସ୍ଥାନନ୍ତାର ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି। ହେଲେ ବଡ଼ ବଡ଼ ଗାଡ଼ି ଗୁଡ଼ିକୁ ବାହାର କରିବାକୁ କାଠିକର ପାଠ ହୋଇପଡ଼ିଛି। ପାହାଡ଼ିଆ ରାସ୍ତା ହୋଇଥିବାରୁ ସେଥିରୁ ମୁକଳିବା ମୁସକିଲ ହୋପଡ଼ଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।