ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼: ଜଣେ ପୁଲିସ ସହିଦ, ୨ ଆହତ

ଶ୍ରୀନଗର: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ଲାଲ ବଜାର ନିକଟରେ ପୁଲିସ୍‌ର ଗୋଟିଏ ପ୍ୟାଟ୍ରୋଲିଂ ପାର୍ଟି ଉପରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ପୁଲିସ୍‌ କର୍ମଚାରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ସ୍ଥାନୀୟ ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ତେବେ ଏଯାଏ […]

attack

Hemant Lenka
  • Published: Tuesday, 12 July 2022
  • , Updated: 12 July 2022, 08:23 PM IST

ଶ୍ରୀନଗର: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ଲାଲ ବଜାର ନିକଟରେ ପୁଲିସ୍‌ର ଗୋଟିଏ ପ୍ୟାଟ୍ରୋଲିଂ ପାର୍ଟି ଉପରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ଆହତ ଦୁଇ ପୁଲିସ୍‌ କର୍ମଚାରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ସ୍ଥାନୀୟ ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ତେବେ ଏଯାଏ ଗୁଳି ଚଳାଇଥିବା ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ଲାଲ ବଜାର ଠାରେ ଥିବା ଜିଡି ଗୋଏଙ୍କା ସ୍କୁଲ ବାହାରେ ପ୍ୟାଟ୍ରୋଲିଂ ଟିମ୍‌ ଯାଉଥିବା ବେଳେ ସେମାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ପୁଲିସ୍ ପକ୍ଷରୁ ମଧ୍ୟ ତୁରନ୍ତ ଏହାର ଜବାବ ଦିଆଯିବା ସହ ଆତଙ୍କବାଦୀମାନଙ୍କୁ ଧରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେମାନେ ଖସି ଯିବାକୁ ସକ୍ଷମ ହୋଇଛନ୍ତି। ଘଟଣା ପରେ ଗୁଳିମାଡ଼ ହୋଇଥିବା ସ୍ଥାନକୁ କର୍ଡନ କରାଯାଇଛି। ବରିଷ୍ଠ ଅଧିକାରୀ ଓ ଆର୍ମି ଯବାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ଅମରନାଥ ଯାତ୍ରା ପାଇଁ ପୂରା ଜମ୍ମୁ-କଶ୍ମୀରରେ ହାଲ ଆଲର୍ଟ ଜାରି କରାଯାଇଥିବା ବେଳେ ଏପରି ଆକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇଛି।

Related story