ଅମୃତସର: ଦିଲ୍ଲୀ ପରେ ପଞ୍ଜାବ ଦଖଲ କରିଥିବା ଆପ୍ ପକ୍ଷରୁ ଆଜି ୧୦ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନେତୃତ୍ୱରେ ଗଠନ ହୋଇଥିବା ମନ୍ତ୍ରିମଣ୍ଡଳର ସଦଦସ୍ୟମାନେ ଆଜି ରାଜଭବନରେ ଗୋପନୀୟ ଶପଥ ପାଠ କରିଛନ୍ତି। ସେହିପରି ପଞ୍ଜାବର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ କ୍ୟାବିନେଟ ବୈଠକ ବସିବ। ଦିର୍ବା ଆସନାରୁ ଦ୍ୱିତୀୟ ଥର ଭାବେ ବିଧାୟକ ନିର୍ବାଚିତ ହୋଇଥିବା ହରପାଲ ସିଂ ଚିମା ମନ୍ତ୍ରୀ ଭାବେ ଶପଥ ପାଠ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ପଞ୍ଜାବ ବିଧାନ ସଭାରେ ବିରୋଧି ଦଳ ନେତା ଭାବେ ପଦ ସମ୍ଭାଳି ଥିଲେ। ପରେ ସେ ଆପ୍ରେ ମିଶି ଜଣେ ଦଳିତ ନେତା ଭାବେ ନିଜକୁ ପ୍ରସ୍ତୁତ କରିଥିଲେ।
ପୂର୍ବତନ ଆପ ଏପି ସାଧୁ ସିଂହଙ୍କ ଝିଅ ଡ. ବଲଜିତ କୁମାର ମଧ୍ୟ ମନ୍ତ୍ରୀଭାବେ ଶପ ନେଇଛନ୍ତି। ସେ ମାଲୁଟତ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟ ଜଣେ ମନ୍ତ୍ରୀ ଭାବେ ଶପଥ ନେଇ ଥିବା ବ୍ୟକ୍ତି ହେଉଛନ୍ତି ହରଭଜନ ସିଂହ ଇଟୋ। ଜନଡିଆଲା ଆସନରୁ ବିଧାୟକ ଥିବା ହରଭଜନ ସିଂହ ଇଟୋ ୨୦୧୭ରେ ଆପ୍ରେ ମିଶିଥିଲେ। ପୂର୍ବରୁ ଅବକାରୀ ବିଭାଗରେ ଅଫିସର ଥିବା ହରଭଜନ ସିଂହ ଇଟୋ ରାଜନୀତିରେ ଯୋଗ ଦେବା ପାଇଁ ସ୍ୱେଚ୍ଛାକୃତ ଭାବେ ଚାକିରି ଛାଡ଼ିଥିଲେ।
ସେହିପରି ଅନ୍ୟ ନବନିଯୁକ୍ତ ମନ୍ତ୍ରୀ ହେଉଛନ୍ତି ଡ. ବିଜୟ ସିଂହ। ବିଜୟ ପେଶାରେ ଜଣେ ଦନ୍ତ ଡାକ୍ତର ହୋଇଥିବା ବେଳେ ସଙ୍ଗୀତ କ୍ଷେତ୍ରରେ ତାଙ୍କର ପ୍ରସିଦ୍ଧି ରହିଛି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଗୁରମିର ସିଂହ ମୀତ ହାୟର, ହରଜୋତ ସିଂହ ବୈନ୍ସ, ଲାଲ ଚାନ୍ଦ, କୁଲଦୀପ ସିଂହ ଧାଲିୱାଲ, ଲାଲଜିତ ସିଂହ ଭୁଲ୍ଲାର ଓ ବ୍ରାମ ଶଙ୍କର(ଝିମ୍ପା) ମନ୍ତ୍ରୀ ଭାବେ ଶପଥ ନେଚନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ଚଣ୍ଡିଗଡ଼ରେ ରାଜଭବନରେ ଅନୁଷ୍ଠିତ ହୋଇଛି । ପଞ୍ଜାବ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଶ ୧୮ ଜଣ ସାମିଲ ହୋଇ ପାରିବେ। ତେବେ ନିକଟ ଭବିଷ୍ୟତରେ ମାନ ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରି ନୂଆ ନେତାଙ୍କୁ ସାମିଲ କରିବାର ସମ୍ଭାବନା ରହିଛି।