କାଲିଠାରୁ କେବଳ ସକାଳ ୬ରୁ ଦିନ ୧୦ ଯାଏ କୋହଳ, ଏହାପରେ କେହି ଘରୁ ବାହାରିବେନି

ହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟଗୁଡ଼ିକ ଭଳି ତେଲେଙ୍ଗାନା ମଧ୍ୟ ଶେଷରେ ୧୦ ଦିନିଆ ଲକଡାଉନ ଜାରି କରିଛି। କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେସିଆର ଲକଡାଉନ ବିରୋଧରେ ମତ ଦେଇଥିଲେ। ହେଲେ ସଂକ୍ରମଣ ବଢ଼ୁଥିବାରୁ କାଲିଠାରୁ ୧୦ ଦିନ ପାଇଁ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଛନ୍ତି। କାଲିଠାରୁ ଲକଡାଉନ ଲାଗୁ ହେଉଥିଲେ ହେଁ ସକାଳ ୬ଟାରୁ ଦିନ ୧୦ଟା ଯାଏ ସବୁ କିଛି ଚାଲୁ ରହିବ। ଏହି ସମୟରେ ଲୋକମାନେ […]

LockDown

Hemant Lenka
  • Published: Tuesday, 11 May 2021
  • , Updated: 11 May 2021, 04:35 PM IST

ହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟଗୁଡ଼ିକ ଭଳି ତେଲେଙ୍ଗାନା ମଧ୍ୟ ଶେଷରେ ୧୦ ଦିନିଆ ଲକଡାଉନ ଜାରି କରିଛି। କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେସିଆର ଲକଡାଉନ ବିରୋଧରେ ମତ ଦେଇଥିଲେ। ହେଲେ ସଂକ୍ରମଣ ବଢ଼ୁଥିବାରୁ କାଲିଠାରୁ ୧୦ ଦିନ ପାଇଁ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଛନ୍ତି।

କାଲିଠାରୁ ଲକଡାଉନ ଲାଗୁ ହେଉଥିଲେ ହେଁ ସକାଳ ୬ଟାରୁ ଦିନ ୧୦ଟା ଯାଏ ସବୁ କିଛି ଚାଲୁ ରହିବ। ଏହି ସମୟରେ ଲୋକମାନେ ଯିବା ଆସିବା ମଧ୍ୟ କରିପାରିବେ। କିନ୍ତୁ ଦିନ ୧୦ଟା ପରଠାରୁ ତା’ ପରଦିନ ସକାଳ ୬ଟା ଯାଏ କେହି ବି ପଦାକୁ ବାହାରିବେ ନାହିଁ। ଏହି ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, “ରାଜ୍ୟ କ୍ୟାବିନେଟ୍‌ ଆସନ୍ତାକାଲି ଦିନ ୧୦ଟାରୁ ୧୦ଦିନ ପାଇଁ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଲକଡାଉନ ସମୟରେ ସମସ୍ତ କାର୍ଯ୍ୟକଳାପକୁ ଜାରି ରଖିବା ପାଇଁ ସକାଳ ୬ଟାରୁ ଦିନ ୧୦ଟା ଯାଏ କୋହଳ ନୀତି ଅବଲମ୍ବନ କରାଯିବ। ମନ୍ତ୍ରିପରିଷଦର ମଧ୍ୟ କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର କରିବ। ଏହାର ଅର୍ଥ ବିଦେଶୀରୁ ଟିକା ଆଣି ଲୋକଙ୍କୁ ଦିଆଯିବ।”

ଓଡ଼ିଶା ସରକାର ଗତକାଲି କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦୁଇଟି କମିଟି ମଧ୍ୟ ଗଠନ କରାଯାଇଛି।

ତେଲେଙ୍ଗାନାରେ ଆଜି ଲକଡାଉନ ନିଷ୍ପତ୍ତି ପୂର୍ବରୁ କଂଗ୍ରେସ ପକ୍ଷରୁ ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ ପାଇଁ ଦାବି କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆନ୍ଧ୍ର ପ୍ରଦେଶକୁ ଛାଡ଼ି ଏବେ ଦକ୍ଷିଣ ଭାରତର ସବୁ ରାଜ୍ୟରେ ଲକଡାଉନ ଲାଗୁ ହୋଇଛି। କର୍ଣ୍ଣାଟକା ଓ ତାମିଲନାଡୁରେ ମେ’ ୨୪ ଯାଏ ଲକଡାଉନ ଲାଗୁ ହୋଇଥିବା ବେଳେ କେରଳରେ ଏହା ମେ’ ୧୬ ଯାଏ ଲାଗୁ ହୋଇଛି। କାଲିଠାରୁ ୧୦ ଦିନ ପାଇଁ ତେଲେଙ୍ଗାନାରେ ଲକଡାଉନ ଲାଗୁ ହେବ। ଏବେ ଆନ୍ଧ୍ର ପ୍ରଦେଶ ଲକଡାଉନ ଲାଗୁ କରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର।

Related story