ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ମାମଲା ଲଗାତର ବଢ଼ିବାରେ ଲାଗିଛି। ଶୁକ୍ରବାର ଗୁଜରାଟରେ ୨ ଓ ମହାରାଷ୍ଟ୍ରରେ ୮ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ମାମଲା ସାମ୍ନାକୁ ଆସିବା ପରେ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି। ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ମୁତାବକ, ମହାରାଷ୍ଟ୍ରରେ ଶୁକ୍ରବାର ଆଉ ୮ ଜଣ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ନୂଆ ଭାରିଏଣ୍ଟର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୮ […]

omicron1

Ranjit Kumar Jena
  • Published: Friday, 17 December 2021
  • , Updated: 17 December 2021, 10:19 PM IST

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ନୂଆ ଭାରିଏଣ୍ଟ 'ଓମିକ୍ରନ' ମାମଲା ଲଗାତର ବଢ଼ିବାରେ ଲାଗିଛି। ଶୁକ୍ରବାର ଗୁଜରାଟରେ ୨ ଓ ମହାରାଷ୍ଟ୍ରରେ ୮ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ମାମଲା ସାମ୍ନାକୁ ଆସିବା ପରେ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି। ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ମୁତାବକ, ମହାରାଷ୍ଟ୍ରରେ ଶୁକ୍ରବାର ଆଉ ୮ ଜଣ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ନୂଆ ଭାରିଏଣ୍ଟର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୮ ହୋଇଛି।

ରିପୋର୍ଟ ମୁତାବକ, ୮ ଜଣଙ୍କ ମଧ୍ୟରୁ ୬ଜଣ ଆକ୍ରାନ୍ତ ପୁଣେରୁ ଚିହ୍ନଟ ହୋଇଥିବା ବେଳେ ଜଣେ ମୁମ୍ବାଇ ଏବଂ ଜଣେ କଲ୍ୟାଣ-ଡୋମ୍ବିବଲିରୁ ଚିହ୍ନଟ ହୋଇଛନ୍ତି। ସମସ୍ତ ୮ଜଣ ଯାକ ପୁରୁଷ ଅଟନ୍ତି ଏବଂ ସେମାନଙ୍କର ବୟସ ୨୯ରୁ ୪୫ ବର୍ଷ ହେବ।

ଗୁଜରାଟରେ ଶୁକ୍ରବାର ଓମିକ୍ରନର ଦୁଇ ନୂଆ ମାମଲା ସାମ୍ନାକୁ ଆସିଛି। ଗୁଜରାଟର ସ୍ୱାସ୍ଥ୍ୟ ବିଭାଗ ମୁତାବକ, ରାଜ୍ୟରେ ଏବେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

ଦିଲ୍ଲୀରେ ଶୁକ୍ରବାର ଓମିକ୍ରନର ୧୨ ନୂଆ ମାମଲା ସାମ୍ନାକୁ ଆସିବା ପରେ ଏହି ସଂଖ୍ୟା ୨୨ ହୋଇଥିଲା। ତେବେ ସେଥିମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତ ହୋଇଥିବା ଅଧିକାଂଶ ଲୋକଙ୍କର ଟିକାକରଣ ହୋଇସାରିଛି ଏବଂ ସେମାନଙ୍କ ଭିତରେ କୌଣସି ଲକ୍ଷଣ ନାହିଁ।

Related story