କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୩ ମୃତ

ମୁମ୍ୱାଇ: କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିରାର ଓ୍ୱେଷ୍ଟ ସ୍ଥିତ ବିଜୟ ବଲ୍ଲଭ କୋଭିଡ୍ କେୟାର ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି। ଖବର ଲେଖାହେବା ସୁଦ୍ଧା ମୃତକଙ୍କ ପରିଚୟ ବାବଦରେ କୌଣସି ସୂଚନା ମିଳିପାରି ନାହିଁ। ଭୋର୍ ୩ଟା ୧୫ ମିନିଟରେ ଆଇସିୟୁ ୟୁନିଟରେ ପ୍ରଥମେ ନିଆଁ ଲାଗିଥିଲା। ଆଉ ଘଟଣାସ୍ଥଳରେ ଅଗ୍ନି ନିର୍ବାପକ ଟିମ୍ ଆସି ନିଆଁ ନିଭାଇଥିଲା। ସକାଳ ୫ଟା ୩୦ […]

Vijay-Vallha-hospital

Subhransu Sekhar
  • Published: Friday, 23 April 2021
  • , Updated: 23 April 2021, 08:38 AM IST

ମୁମ୍ୱାଇ: କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିରାର ଓ୍ୱେଷ୍ଟ ସ୍ଥିତ ବିଜୟ ବଲ୍ଲଭ କୋଭିଡ୍ କେୟାର ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି। ଖବର ଲେଖାହେବା ସୁଦ୍ଧା ମୃତକଙ୍କ ପରିଚୟ ବାବଦରେ କୌଣସି ସୂଚନା ମିଳିପାରି ନାହିଁ।

ଭୋର୍ ୩ଟା ୧୫ ମିନିଟରେ ଆଇସିୟୁ ୟୁନିଟରେ ପ୍ରଥମେ ନିଆଁ ଲାଗିଥିଲା। ଆଉ ଘଟଣାସ୍ଥଳରେ ଅଗ୍ନି ନିର୍ବାପକ ଟିମ୍ ଆସି ନିଆଁ ନିଭାଇଥିଲା। ସକାଳ ୫ଟା ୩୦ ମିନିଟ୍ ବେଳକୁ ଏହି ନିଆଁ ଲିଭିଥିଲା। ମୋଟ୍ ୧୭ ଜଣ ଆଇସିୟୁରେ ଥିଲେ। ଏଯାବତ ୧୩ ଜଣଙ୍କର ମୃତ୍ୟୁ ହୋଇଛି ହେଲେ ବାକି ୪ ଜଣଙ୍କୁ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହସ୍ପିଟାଲରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ ଏହା ଏକ ଗଣମାଧ୍ୟମକୁ ଏହା କହିଛନ୍ତି। ହସ୍ପିଟାଲରେ ପାଣି ସିଞ୍ଚନକାରୀ ସାମଗ୍ରୀ ସହିତ କୌଣସି ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସେ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।

https://twitter.com/ANI/status/1385410567309971456?s=20

Related story