ସିନ୍ଧିଆଙ୍କ ସୁରକ୍ଷାରେ ଢିଲା, ୧୪ ପୁଲିସ୍ କର୍ମୀ ସସପେଣ୍ଡ

ଗ୍ୱାଲିୟର୍: ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୁରକ୍ଷାରେ ବ୍ୟାପକ ଢିଲା ହୋଇଥିବା ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରୁ ଗ୍ୱାଲିୟର ଆସୁଥିବା ସିନ୍ଧିଆଙ୍କ କାର୍ ନିରାଭାଲି ଗାଁରୁ ହଜିରା ଛକ ପର୍ଯ୍ୟନ୍ତ ପାଖାପାଖି ୭ କିଲୋମିଟର ବିନା ସୁରକ୍ଷାରେ ଚାଲିଥିଲା। ଏହି ବଡ଼ ଅବହେଳା କାରଣରୁ ଗ୍ୱାଲିୟର ଓ ମୁରେନା ଥାନାର ୧୪ ପୁଲିସ୍ କର୍ମୀଙ୍କୁ ସସ୍‌ ପେଣ୍ଡ କରିଦିଆଯାଇଛି। ପୁଲିସ୍ କର୍ମୀଙ୍କ ଗାଡ଼ି ସିନ୍ଧିଆଙ୍କ କାରକୁ ଛାଡ଼ି ଅନ୍ୟ କାରକୁ ପାଇଲଟ୍ କରୁଥିଲେ। ରାତି ସମୟରେ ମଲଗଢା […]

jyotiraditya-scindia

jyotiraditya-scindia

Ranjit Kumar Jena
  • Published: Monday, 21 June 2021
  • Updated: 21 June 2021, 08:02 PM IST

Sports

Latest News

ଗ୍ୱାଲିୟର୍: ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୁରକ୍ଷାରେ ବ୍ୟାପକ ଢିଲା ହୋଇଥିବା ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରୁ ଗ୍ୱାଲିୟର ଆସୁଥିବା ସିନ୍ଧିଆଙ୍କ କାର୍ ନିରାଭାଲି ଗାଁରୁ ହଜିରା ଛକ ପର୍ଯ୍ୟନ୍ତ ପାଖାପାଖି ୭ କିଲୋମିଟର ବିନା ସୁରକ୍ଷାରେ ଚାଲିଥିଲା। ଏହି ବଡ଼ ଅବହେଳା କାରଣରୁ ଗ୍ୱାଲିୟର ଓ ମୁରେନା ଥାନାର ୧୪ ପୁଲିସ୍ କର୍ମୀଙ୍କୁ ସସ୍‌ ପେଣ୍ଡ କରିଦିଆଯାଇଛି।

ପୁଲିସ୍ କର୍ମୀଙ୍କ ଗାଡ଼ି ସିନ୍ଧିଆଙ୍କ କାରକୁ ଛାଡ଼ି ଅନ୍ୟ କାରକୁ ପାଇଲଟ୍ କରୁଥିଲେ। ରାତି ସମୟରେ ମଲଗଢା ତିରାହା ପାଖରେ ହଜିରା ଥାନା ପ୍ରଭାରୀ ଆଲୋକ ପରିହାର ସିନ୍ଧିଆଙ୍କ ଗାଡ଼ିକୁ ଏକୁଟିଆ ଯାଉଥିବା ଦେଖିବାକୁ ପାଇଲେ। ଏହା ପରେ ସେ ନିଜେ ଗାଡ଼ିକୁ ସୁରକ୍ଷା ଦେବା ସହ ସିନ୍ଧିଆଙ୍କୁ ନେଇ ଜୟବିଳାସ ପ୍ୟାଲେସ ପହଞ୍ଚିଥିଲେ।

ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅନ୍ତର୍ଜାତୀୟ ଯୋଗ ଦିବସରେ ଆୟୋଜିତ ଟିକାକରଣ ଅଭିଯାନରେ ସାମିଲ୍ ହେବା ପାଇଁ ରବିବାର ଦିଲ୍ଲୀରୁ ଗ୍ୱାଲିୟର୍ ଆସୁଥିଲେ। ଦିଲ୍ଲୀରୁ ବାହାରିବା ପରେ ହାଇୱେରେ ସିନ୍ଧିଆଙ୍କ କାରକୁ ସୁରକ୍ଷା ଦେବା ପାଇଁ ପ୍ରତି ଜିଲ୍ଲାରେ ପାଇଲଟିଂ ଗାଡ଼ି ମହଜୁଦ୍ ଥିଲା। ମଧ୍ୟପ୍ରଦେଶର ମୁରେନାର ସୀମାରେ ପ୍ରବେଶ କରିବା ପରେ ମୁରେନାର ପାଇଲଟିଂ ଟିମ୍ ସିନ୍ଧିଆଙ୍କ କାରର ଆଗରେ ଯିବା ଆରମ୍ଭ କରିଦେଇଥିଲେ।

ନିଜ ସୀମାରେ ପୁରୁଣା କ୍ୟାଣ୍ଟନମେଣ୍ଟର ନିରାଭାଲୀ ପଏଣ୍ଟ ପର୍ଯ୍ୟନ୍ତ ମୁରେନା ପୁଲିସ୍ ଟିମ୍ ସିନ୍ଧିଆଙ୍କ ସହ ଆସିଥିଲା। ଯେଉଁଠାରେ ଗ୍ୱାଲିୟର୍ ପୁଲିସ୍ ଟିମ୍ ପାଇଲଟ୍ ଓ ଫଲୋ ବାହନ ସହ ପ୍ରସ୍ତୁତ ଥିଲା। କିନ୍ତୁ ଏଠାରେ ଦୁଇ ଜିଲ୍ଲାର ପୁଲିସ୍ ଟିମ୍ ମଧ୍ୟରେ ତାଳମେଳ ଠିକ୍ ରହିପାରିଲା ନାହିଁ। ଗ୍ୱାଲିୟର୍ ପୁଲିସର ଟିମ୍ ଦ୍ୱିତୀୟ କାରକୁ ସିନ୍ଧିଆଙ୍କୁ କାର୍ ଭାବି ପାଇଲଟିଂ କରିଥିଲା। ହେଲେ କିଛି ବାଟ ଯିବା ପରେ ପାଇଲଟିଂ କରୁଥିବା ପୁଲିସ୍ ଅଧିକାରୀଙ୍କୁ ଭୁଲ୍ ଅନୁଭୂତ ହୋଇଥିଲା, କିନ୍ତୁ ସେତେବେଳକୁ ରାଜ୍ୟସଭା ସାଂସଦଙ୍କ ଗାଡ଼ି ବହୁ ଆଗକୁ ଚାଲିଯାଇଥିଲା।

ଏହିପରି ଭାବେ ସିନ୍ଧିଆ ରାତିରେ ପାପାପାଖି ୭ କିଲୋମିଟର୍ ବିନା ସୁରକ୍ଷାରେ ଯାତ୍ରା କରିଥିଲେ। ଯେତେବେଳେ ସିନ୍ଧିଆଙ୍କ ଗାଡ଼ି ହଜିରା ଥାନା ସାମ୍ନା ଦେଇ ଗତି କଲା, ସେତେବେଳେ ଟିଆଇ ଆଲୋକ ପରିହାରଙ୍କ ନଜର ତାଙ୍କ ଗାଡ଼ି ଉପରେ ପଡ଼ିଥିଲା। ସିନ୍ଧିଆଙ୍କ ଗାଡ଼ି ଏକୁଟିଆ ଯାଉଥିବା ଦେଖି ଟିଆଇ ତୁରନ୍ତ ନିଜ ଟିମ୍ ସୁରକ୍ଷା ଦେଇଥିଲେ। ଏହି ଘଟଣା ପରେ ଗ୍ୱାଲିୟର୍ ଓ ମୁରେନା ପୁଲିସ୍ ଟିମର ଅବହେଳା ସାମ୍ନାକୁ ଆସିଛି। ଯାହା ପରେ ମୁରେନା ଜିଲ୍ଲାରୁ ୯ ଓ ଗ୍ୱାଲିୟରରୁ ୫ ଜଣ ପୁଲିସ କର୍ମୀଙ୍କୁ ସସପେଣ୍ଡ କରିଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story