କରୋନା ଆକ୍ରାନ୍ତ ହେବା ପରେ ୧୪୯ ଜଣଙ୍କ ଆତ୍ମହତ୍ୟା

ଥିରୁଅନନ୍ତପୁରମ: ମହାମାରୀ କରୋନାର ପ୍ରକୋପ କମି ନଥିବା ବେଳେ ଏବେ ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। କେରଳ ସରକାର ଦେଇଥିବା ତଥ୍ୟ ଅନୁସାରେ, କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ଏଯାଏ ୪୧ ଜଣ ଗର୍ଭବତୀ ପ୍ରାଣ ହରାଇଛନ୍ତି। ସେହିପରି କରୋନାରେ ଆକ୍ରାନ୍ତ ହେବା ପରେ ଭୟରେ ୧୪୯ ଜଣ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଆଜି କେରଳ ବିଧାନସଭାର ପ୍ରଶ୍ନକାଳରେ ଗୃହକୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଏ […]

veena

Hemant Lenka
  • Published: Wednesday, 27 October 2021
  • , Updated: 27 October 2021, 03:52 PM IST

ଥିରୁଅନନ୍ତପୁରମ: ମହାମାରୀ କରୋନାର ପ୍ରକୋପ କମି ନଥିବା ବେଳେ ଏବେ ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। କେରଳ ସରକାର ଦେଇଥିବା ତଥ୍ୟ ଅନୁସାରେ, କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ଏଯାଏ ୪୧ ଜଣ ଗର୍ଭବତୀ ପ୍ରାଣ ହରାଇଛନ୍ତି। ସେହିପରି କରୋନାରେ ଆକ୍ରାନ୍ତ ହେବା ପରେ ଭୟରେ ୧୪୯ ଜଣ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।

ଆଜି କେରଳ ବିଧାନସଭାର ପ୍ରଶ୍ନକାଳରେ ଗୃହକୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ କଂଗ୍ରେସ ବିଧାୟକ ଟିଜେ ବିନୋଦ ଜାଣିବାକୁ ପାଇଁ ପ୍ରଶ୍ନ କରିଥିଲେ।

ଏହାର ଜବାବରେ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା କହିଛନ୍ତି, “ବିଭିନ୍ନ ଜିଲ୍ଲାରୁ ମିଳିଥିବା ସୂଚନା ତଥ୍ୟ ଅନୁଯାୟୀ ଏଯାଏ କରୋନାରେ ଆକ୍ରାନ୍ତ ହୋଇ ୪୧ ଜଣ ଗର୍ଭବତୀ ପ୍ରାଣ ହରାଇଛନ୍ତି। ଏହାବାଦ ଭାଇରାଲ ସଂକ୍ରମରେ ଆକ୍ରାନ୍ତ ହୋଇଥିବା ଆଉ ୧୪୯ ଜଣ ଲୋକ ଭୟରେ ଜୀବନ ହାରିଛନ୍ତି।”

ଆଉ ଏକ ପ୍ରଶ୍ନରେ ସେ କହିଛନ୍ତି, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କରିଥିବା ସେରୋ ସର୍ଭେ ଓ ଆଇସିଏମଆର କରିଥିବା ସେରୋ ସର୍ଭେରେ ବିଶେଷ ପାର୍ଥକ୍ୟ ଦେଖାଯାଇନି। ଆଇସିଏମଆରର ସର୍ଭେ ଅନୁଯାୟୀ ୨୦୨୦ ମସିହା ମେ’, ଅଗଷ୍ଟ ଓ ଡିସେମ୍ବରରେ କେରଳରେ ସେରୋ ପଜିଟିଭିଟି ଯଥାକ୍ରମେ ୦.୩୩%, ୦.୮୮% ଓ ୧.୧୬% ରହିଥିଲା। ସେହିପରି ୨୦୨୧ ମେ’ ମାସରେ ଏହା ୪୪.୪% ରହିଛି। ଅଗଷ୍ଟ-ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ଯେତେବେଳେ ସେରୋ ସର୍ଭେ କରିଥିଲେ ଏହା ୮୨.୬୧%କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ଆଗକୁ ରାଜ୍ୟର ସେରୋ ପଜିଟିଭିଟି ରେଟ୍‌ ବଢ଼ିବ ବୋଲି ଆଶା କରାଯାଉଛି। ରାଜ୍ୟରେ ଚାଲିଥିବା ଟିକାକରଣ ଓ ଲୋକଙ୍କ ଜୈବଶଳୀ ଯୋଗୁ ଏହା ସମ୍ଭବ ହୋଇପାରିଛି। ରାଜ୍ୟ ସରକାର କରୋନା ବିରୋଧରେ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ତଥ୍ୟକୁ ବିଚାର କଲେ ଜଣାପଡ଼ୁଛି ଯେ ରାଜ୍ୟର ଅଧିକାଂଶ ଲୋକଙ୍କ ଶରୀରରେ କରୋନାକୁ ମାତ ଦେବାକୁ କ୍ଷମତା ରଖିଛନ୍ତି।

Related story