ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ୍‌, ଓଲଟିଲା ୧୬ ବଗି

ଭୋପାଳ: ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ମଧ୍ୟପ୍ରଦେଶର ଝାବୁଆରେ ଏଭଳି ଅଘଟଣ ଘଟିଛି। ପଶ୍ଚିମ ରେଲୱେର ରତଲାମ ମଣ୍ଡଳରେ ଏକ ମାଲବାହୀ ଟ୍ରେନ୍‌ର ୧୬ଟି ବଗି ଓଲଟି ପଡିଛି। ଫଳରେ ଅନେକ ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦାହୋଦ ଜିଲ୍ଲାର ମଙ୍ଗ ମହୁଡିରେ ଗତ ବିଳମ୍ବିତ ରାତିରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ଯୋଗୁ ଅନେକ ଯାତ୍ରୀବାହୀ ଟ୍ରେନ୍‌ ପ୍ରଭାବିତ ହୋଇଛି। ସେହିପରି କେକେତ ଟ୍ରେନ୍‌ର ଗତିକୁ ବଦଳାଇ ଦିଆଯିବା ସହ ଅନେକ […]

Train Derail

Train Derail

Madhupriya Mistry
  • Published: Monday, 18 July 2022
  • Updated: 18 July 2022, 11:04 AM IST

Sports

Latest News

ଭୋପାଳ: ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ମଧ୍ୟପ୍ରଦେଶର ଝାବୁଆରେ ଏଭଳି ଅଘଟଣ ଘଟିଛି। ପଶ୍ଚିମ ରେଲୱେର ରତଲାମ ମଣ୍ଡଳରେ ଏକ ମାଲବାହୀ ଟ୍ରେନ୍‌ର ୧୬ଟି ବଗି ଓଲଟି ପଡିଛି। ଫଳରେ ଅନେକ ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଦାହୋଦ ଜିଲ୍ଲାର ମଙ୍ଗ ମହୁଡିରେ ଗତ ବିଳମ୍ବିତ ରାତିରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ଯୋଗୁ ଅନେକ ଯାତ୍ରୀବାହୀ ଟ୍ରେନ୍‌ ପ୍ରଭାବିତ ହୋଇଛି। ସେହିପରି କେକେତ ଟ୍ରେନ୍‌ର ଗତିକୁ ବଦଳାଇ ଦିଆଯିବା ସହ ଅନେକ ଟ୍ରେନ୍‌ ବିଳମ୍ବରେ ଚାଲୁଛି।

goods train derailed in Dahod- India TV Hindi News

ସୂଚନା ମୁତାବକ, ମାଲବାହୀ ଟ୍ରେନ୍‌ର ୧୬ଟି ବଗି ଲାଇନଚ୍ୟୁତ ହୋଇ ପରସ୍ପର ଉପରେ ଚଢ଼ି ଯାଇଛି। ଟ୍ରେନ୍‌ର ୮ଟି ଗବି ଅପ୍‌, ୮ଟି ବଗି ଡାଉନ୍‌ ଲାଇନ୍‌ ଓ ୬ଟି ବଗି ଅଫ୍‌ ଲାଇନରେ ବିଛାଡି ହୋଇ ପଡିଛି। ଘଟଣାସ୍ଥଳରେ ଦୂରଦୂରାନ୍ତ ଯାଏଁ ମାଲବାହୀ ଟ୍ରେନ୍‌ର ଯନ୍ତ୍ରାଂଶ ଗୁଡିକ ଛିଟିକି ମଧ୍ୟ ପଡିଛି। ସେହିପରି ମଙ୍ଗଳ ମହୁଡିର ଦେଢ଼ କିଲୋମିଟର ଭିତରେ ରେଲୱେର ୨୫ ହଜାର ମେଗା ୱାଟ୍‌ର ମୁଖ୍ୟ ଲାଇନ୍‌ ଛିଡି ଯାଇଛି।

ଉକ୍ତ ମାଲବାହୀ ଟ୍ରେନ୍‌ର ବଗିରେ ସର୍ଟ ସର୍କିଟ୍‌ ପରେ ଏହି ଦୁର୍ଘଟଣା ଘଟିଛି। ଏଥିଯୋଗୁ ଦିଲ୍ଲୀ ଓ ମମ୍ବାଇ ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ରତଲାମ ଡିଆର୍‌ଏସ୍‌ ଓ ରେଲୱେ ଅଧିକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଘଟଣାଗ୍ରସ୍ତ ବଗି ଗୁଡିକୁ ଟ୍ରାକ୍‌କୁ ହଟାଇବା କାମ ଜାରି ରଖିଛନ୍ତି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story