ମତଦାନରେ ହେରଫେର! ୯୦ ଜଣ ଭୋଟର୍‌ କିନ୍ତୁ ୧୭୧ ଖଣ୍ଡ ଭୋଟ୍‌ ପଡ଼ିଲା

ହାଫଲଙ୍ଗ: ମତଦାନ ବେଳେ ବ୍ୟାପକ ହେରଫେର ଓ ବେଆଇନ କାମ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ଆସାମର ଗୋଟିଏ ବୁଥରେ ଦେଖିବାକୁ ମିଳିଛି। ରାଜ୍ୟର ଦିମା ହାସାଓ ଜିଲ୍ଲାର ଗୋଟିଏ ବୁଥରେ ୯୦ ଜଣ ଭୋଟର ଥିବା ବେଳେ ଏଠାରେ ୧୭୧ଟି ଭୋଟ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ହାଫଲଙ୍ଗ ନିର୍ବାଚନ ମଣ୍ଡଳୀର ଏହି ବୁଥରେ ଏପ୍ରିଲ ୧ରେ ଭୋଟିଂ ହୋଇଥିଲା। ତେବେ ମତଦାନରେ ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ନିର୍ବାଚନ କମିଶନ ୫ ଜଣ […]

Voter

Hemant Lenka
  • Published: Monday, 05 April 2021
  • , Updated: 05 April 2021, 04:32 PM IST

ହାଫଲଙ୍ଗ: ମତଦାନ ବେଳେ ବ୍ୟାପକ ହେରଫେର ଓ ବେଆଇନ କାମ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ଆସାମର ଗୋଟିଏ ବୁଥରେ ଦେଖିବାକୁ ମିଳିଛି। ରାଜ୍ୟର ଦିମା ହାସାଓ ଜିଲ୍ଲାର ଗୋଟିଏ ବୁଥରେ ୯୦ ଜଣ ଭୋଟର ଥିବା ବେଳେ ଏଠାରେ ୧୭୧ଟି ଭୋଟ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି।

ଜିଲ୍ଲାର ହାଫଲଙ୍ଗ ନିର୍ବାଚନ ମଣ୍ଡଳୀର ଏହି ବୁଥରେ ଏପ୍ରିଲ ୧ରେ ଭୋଟିଂ ହୋଇଥିଲା। ତେବେ ମତଦାନରେ ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ନିର୍ବାଚନ କମିଶନ ୫ ଜଣ ପୁଲିଂ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ସେହିପରି ଏଠାରେ ପୁଣିଥରେ ଭୋଟିଂ ହେବ ବୋଲି ମଧ୍ୟ ସୂଚନା ମିଳିଛି।

ସୂଚନା ଅନୁସାରେ, ହାଫଲଙ୍ଗ ନିର୍ବାଚନ ମଣ୍ଡଳୀର ୧୦୭(A) ଖୋଟଲିଆର ଏଲପି ସ୍କୁଲରେ ମତାଦନ କେନ୍ଦ୍ର ହୋଇଥିଲା। ପୁଲିଂ ଷ୍ଟେସନରେ ୯୦ ଜଣ ଭୋଟରଙ୍କ ନାଁ ରହିଥିଲା। ହେଲେ ମତଦାନ ସମୟ ଶେଷ ହେବା ପରେ ଏହି ବୁଥରେ ୧୭୧ ଜଣ ଭୋଟ ଦେଇଥିବା ଜଣାପଡ଼ିଥିଲା।

ପୁଲିଂ ଅଧିକାରୀଙ୍କ ପାଖରେ ଥିବା ଲିଷ୍ଟକୁ ଗାଁ ମୁଖିଆ ଗ୍ରହଣ କରି ନଥିଲେ। ସେ ନିଜେ ପ୍ରସ୍ତୁତ କରିଥିବା ଭୋଟିଂ ଲିଷ୍ଟ ଧରି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଏହି ଲିଷ୍ଟ ଅନୁସାରେ ଗାଁର ଲୋକମାନେ ଉକ୍ତ ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ତେବେ କାହିଁକି ବୁଥର ପୁଲିଂ ଅଧିକାରୀ ଗାଁ ମୁଖିଆଙ୍କ ଲିଷ୍ଟକୁ ଗ୍ରହଣ କଲେ ଓ ମତଦାନ ବେଳେ ସୁରକ୍ଷରକର୍ମୀ କ’ଣ କରୁଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଥିଲା। ବିବାଦ ବଢ଼ିବାରୁ ନିର୍ବାଚନ କମିଶନ ୫ ଜଣ ପୁଲିଂ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏପ୍ରିଲ ୨ରେ ହିଁ ନିର୍ବାଚନ କମିଶନ ୫ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ହେଲେ ଏହି ଘଟଣାଟି ଆଜି ହିଁ ସାମ୍ନାକୁ ଆସିଛି। ଏ ସମ୍ପର୍କରେ ପିଟିଆଇ ଖବର ପ୍ରକାଶ କରିଛି।

Related story