ଏ ବର୍ଷ ସଫା ହୋଇଛନ୍ତି ୧୭୨ ଆତଙ୍କବାଦୀ

ଜମ୍ମୁ: ଚଳିତ ବର୍ଷ ଜାମ୍ମୁ ଓ କାଶ୍ମୀରରେ ନିପାତ ହୋଇଛନ୍ତି ୧୭୨ ଆତଙ୍କବାଦୀ।  ଏମାନଙ୍କ ମଧ୍ୟରେ ଅଛନ୍ତି ୪୨ ଜଣ ବିଦେଶୀ ଆତଙ୍କୀ।  ନିପାତ ହୋଇଥିବା ଆତଙ୍କୀଙ୍କ ମଧ୍ୟରୁ ସର୍ବାଧିକ ଲସ୍କର ଇ ତୋଇବା ସଂଗଠନର ।  ଏହି ସୂଚନା ଦେଇଛନ୍ତି କାଶ୍ମୀର ADGP ବିଜୟ କୁମାର।  ସେହିପରି ଆତଙ୍କୀ ସଂଗଠନରେ ନୂଆ ଆତଙ୍କୀ ଭର୍ତ୍ତି ବହୁ ପରିମାଣରେ କମିଛି । ନୂଆକରି ଆତଙ୍କୀ ସଂଗଠନରେ ଭର୍ତ୍ତି ହୋଇଥିବା ୬୫ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ନିପାତ କରିଛନ୍ତି […]

Terrorist attack

  • Published: Saturday, 31 December 2022
  • , Updated: 31 December 2022, 04:35 PM IST

ଜମ୍ମୁ: ଚଳିତ ବର୍ଷ ଜାମ୍ମୁ ଓ କାଶ୍ମୀରରେ ନିପାତ ହୋଇଛନ୍ତି ୧୭୨ ଆତଙ୍କବାଦୀ।  ଏମାନଙ୍କ ମଧ୍ୟରେ ଅଛନ୍ତି ୪୨ ଜଣ ବିଦେଶୀ ଆତଙ୍କୀ।  ନିପାତ ହୋଇଥିବା ଆତଙ୍କୀଙ୍କ ମଧ୍ୟରୁ ସର୍ବାଧିକ ଲସ୍କର ଇ ତୋଇବା ସଂଗଠନର ।  ଏହି ସୂଚନା ଦେଇଛନ୍ତି କାଶ୍ମୀର ADGP ବିଜୟ କୁମାର।  ସେହିପରି ଆତଙ୍କୀ ସଂଗଠନରେ ନୂଆ ଆତଙ୍କୀ ଭର୍ତ୍ତି ବହୁ ପରିମାଣରେ କମିଛି । ନୂଆକରି ଆତଙ୍କୀ ସଂଗଠନରେ ଭର୍ତ୍ତି ହୋଇଥିବା ୬୫ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ନିପାତ କରିଛନ୍ତି ।  ସେହିପରି ଚଳିତ ବର୍ଷ ପ୍ରଚୁର ପରିମାଣର ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଏନ୍‌କାଉଣ୍ଟର ବେଳେ ୩୬୦ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ତାମଧ୍ୟରୁ ୧୨୧ଟି AK ସିରିଜ୍ ରାଇଫଲ୍ସ, ୮ଟି M4 କାର୍ବାଇନ୍, ୨୩୧ଟି ପିସ୍ତଲ ରହିଛି।  ଏହାସହ ବିପୁଳ ପରିମାଣର IED, ଷ୍ଟିକି ବୋମା, ଗ୍ରେନ୍ଡ ମଧ୍ୟ ଜବତ ହୋଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଏହି ବର୍ଷ ୨୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।  ତା ମଧ୍ୟରେ ରହିଛନ୍ତି ୨୧ ଜଣ ସ୍ଥାନୀୟ ବାସିନ୍ଦା ।  ତେବେ ଆତଙ୍କୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୧ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅଛନ୍ତି ୩ ଜଣ କଶ୍ମୀର ପଣ୍ଡିତ।

ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ସମସ୍ତ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ନିପାତ କରିଛନ୍ତି ।  ତେବେ ଆକ୍ରମଣରେ ସଂପୃକ୍ତ ଦୁଇ ଆତଙ୍କୀ ବସିତ୍ ଦର ଓ ଆଦିଲ୍ ଓ୍ୱାନିଙ୍କୁ ଖୁବଶୀଘ୍ର ନିପାତ କରାଯିବ ବୋଲି କହିଛନ୍ତି କଶ୍ମୀର ADGP ବିଜୟ କୁମାର ।  ଏହି ବର୍ଷ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍ ବେଳେ ୨୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ।  ସହିଦଙ୍କ ଭିତରେ ଅଛନ୍ତି ୧୪ ଜଣ ଜମ୍ମୁ ଓ କଶ୍ମୀର ପୋଲିସ କର୍ମୀ।

Related story