ରାଗିଂ କରିବା ମହଙ୍ଗା ପଡ଼ିଲା।, ୧୮ ଛାତ୍ର ନିଲମ୍ବିତ

ହାଇଦ୍ରାବାଦ: ଜୁନିଅରମାନଙ୍କୁ  ରାଗିଂ କରିବା ମହଙ୍ଗା ପଡ଼ିଲା। ରାଗିଂ କରିବା ଅଭିଯୋଗରେ ଜବାହରଲାଲ ନେହରୁ ବୈଷୟିକ ବିଶ୍ୱବିଦ୍ୟାଳୟ(ଜେଏନଟିୟୁ)ର ୧୮ ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଆନ୍ଦ୍ରପ୍ରଦେଶର ଅନନ୍ତପୁରଠାରେ ଅବସ୍ଥିତ ଅନନ୍ତପୁର ଇଞ୍ଜିନିୟରିଂ କଲେଜରେ ଜୁନିଅମାନଙ୍କୁ ନିର୍ଯାତନା ନେଇ ଅଭିଯୋଗ ଆସିଥିଲା। ଫେବୃଆରୀ ୪ରେ ଏହି ଘଟଣା ଘଟିଥିଲା। ସବୁଛାତ୍ରମାନେ ଅନନ୍ତପୁର ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନ କରନ୍ତି। ହଷ୍ଟେଲରେ ଫ୍ରେସରମାନଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। କଲେଜ ଏକାଡେମିକ କାଉନସିଲ ପକ୍ଷରୁ ସମ୍ପୃକ୍ତ ସିନିୟର […]

ragging

Tapas Behera
  • Published: Monday, 07 February 2022
  • , Updated: 07 February 2022, 10:00 PM IST

ହାଇଦ୍ରାବାଦ: ଜୁନିଅରମାନଙ୍କୁ  ରାଗିଂ କରିବା ମହଙ୍ଗା ପଡ଼ିଲା। ରାଗିଂ କରିବା ଅଭିଯୋଗରେ ଜବାହରଲାଲ ନେହରୁ ବୈଷୟିକ ବିଶ୍ୱବିଦ୍ୟାଳୟ(ଜେଏନଟିୟୁ)ର ୧୮ ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଆନ୍ଦ୍ରପ୍ରଦେଶର ଅନନ୍ତପୁରଠାରେ ଅବସ୍ଥିତ ଅନନ୍ତପୁର ଇଞ୍ଜିନିୟରିଂ କଲେଜରେ ଜୁନିଅମାନଙ୍କୁ ନିର୍ଯାତନା ନେଇ ଅଭିଯୋଗ ଆସିଥିଲା। ଫେବୃଆରୀ ୪ରେ ଏହି ଘଟଣା ଘଟିଥିଲା। ସବୁଛାତ୍ରମାନେ ଅନନ୍ତପୁର ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନ କରନ୍ତି।

ହଷ୍ଟେଲରେ ଫ୍ରେସରମାନଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। କଲେଜ ଏକାଡେମିକ କାଉନସିଲ ପକ୍ଷରୁ ସମ୍ପୃକ୍ତ ସିନିୟର ଛାତ୍ରମାନଙ୍କୁ ନିଲମ୍ବିତ କରାଯାଇଛି। କଲେଜ ପ୍ରିନ୍ସପାଲ ସୁଜାତାଙ୍କ ଅନୁଯାୟୀ,  ଶୁକ୍ରବାର ରାତିରେ ଛାତ୍ରମାନଙ୍କୁ ରାଗିଂ କରାଯାଇଥିଲା। ଏହାର ପରଦିନ ଅଭିଯୋଗ କଲେଜ ପରିଚାଳନା ବିଭାଗ ପାଖରେ ପହଞ୍ଚିଥିଲା।

ଅଭିଯୋଗକୁ ଅଧାର କରି କଲେଜ ଏକାଡେମିକ କାଉନସିଲ ପକ୍ଷରୁ ୧୮ ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତଙ୍କ ମଧ୍ୟରେ ଫାଷ୍ଟ ୟରର ୩ ଜଣ ଛାତ୍ର ଅଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ଯାଞ୍ଜ ପ୍ରକ୍ରିୟା ସରିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।  ଅନନ୍ତନୁର ପୁଲିସ ପକ୍ଷରୁ ସୁମୋଟୁ ମାମଲା ରୁଜୁ କରାଯାଇଛି। ଡିଏସପି ରାଙ୍କର ଅଫିସରଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ହେବ ବୋଲି ଜଣାପଡ଼ିଛି।

Related story