ଶର୍ଟସ୍ ପିନ୍ଧିଥିବାରୁ ମିଳିଲାନି ପ୍ରବେଶ ଅନୁମତି, ଗୋଡ଼କୁ ପରଦା ଘୋଡ଼ାଇ ଦେଲେ ପରୀକ୍ଷା

ନୂଆଦିଲ୍ଲୀ: ଶର୍ଟସ୍ ପିନ୍ଧି ପ୍ରବେଶିକା ପରୀକ୍ଷା ଦେବାକୁ ଯାଇଥିଲେ ଜଣେ ୧୯ ବର୍ଷୀୟା ଛାତ୍ରୀ। କିନ୍ତୁ ତାଙ୍କୁ ଶର୍ଟସ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ଦିଆଯାଇ ନଥିଲା। ତେଣୁ ସେ ଏକ ପରଦା ଘୋଡ଼ାଇ ହୋଇ ପରୀକ୍ଷା ଦେଇଥିଲେ। ଏମିତି ଏକ ଘଟଣା ଘଟିଛି ଆସାମର ସୋନିତପୁର ଜିଲ୍ଲାର ତେଜପୁର ସ୍ଥିତ ଗିରିଜାନନ୍ଦ ଚୌଧୁରୀ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍ନୋଲୋଜିରେ। ଏଠାରେ ଗତ ୧୫ ତାରିଖ ଦିନ ଆସାମ ଏଗ୍ରିକଲ୍‌ଚର ୟୁନିଭର୍ସିଟି ପକ୍ଷରୁ ପ୍ରବେଶିକା ପରୀକ୍ଷା […]

Victim

Jitendra Garnayak
  • Published: Friday, 17 September 2021
  • , Updated: 17 September 2021, 02:20 PM IST

ନୂଆଦିଲ୍ଲୀ: ଶର୍ଟସ୍ ପିନ୍ଧି ପ୍ରବେଶିକା ପରୀକ୍ଷା ଦେବାକୁ ଯାଇଥିଲେ ଜଣେ ୧୯ ବର୍ଷୀୟା ଛାତ୍ରୀ। କିନ୍ତୁ ତାଙ୍କୁ ଶର୍ଟସ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ଦିଆଯାଇ ନଥିଲା। ତେଣୁ ସେ ଏକ ପରଦା ଘୋଡ଼ାଇ ହୋଇ ପରୀକ୍ଷା ଦେଇଥିଲେ।

ଏମିତି ଏକ ଘଟଣା ଘଟିଛି ଆସାମର ସୋନିତପୁର ଜିଲ୍ଲାର ତେଜପୁର ସ୍ଥିତ ଗିରିଜାନନ୍ଦ ଚୌଧୁରୀ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍ନୋଲୋଜିରେ। ଏଠାରେ ଗତ ୧୫ ତାରିଖ ଦିନ ଆସାମ ଏଗ୍ରିକଲ୍‌ଚର ୟୁନିଭର୍ସିଟି ପକ୍ଷରୁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଅନ୍ୟମାନଙ୍କ ଭଳି ଜୁବଲୀ ତମୁଲି ମଧ୍ୟ ପରୀକ୍ଷା ଦେବାକୁ ଯାଇଥିଲେ। ସେ ବିଶ୍ୱନାଥ ଚାରିଆଲିରୁ ତାଙ୍କ ବାପାଙ୍କ ସହିତ ପରୀକ୍ଷା ଦେବାକୁ ଯାଇଥିଲେ। ସେ ପରୀକ୍ଷା କେନ୍ଦ୍ରକୁ ଗଲା କେହି ଅଟକାଇ ନଥିଲେ। ନିୟମ ଅନୁଯାୟୀ ଯାଞ୍ଚ ପରେ ତାଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିଥିଲା। କିନ୍ତୁ ପରୀକ୍ଷା ହଲ୍‌ରେ ପ୍ରବେଶ କରୁଥିବା ବେଳେ ଅକଳ ସ୍ଥିତିରେ ପଡ଼ିଯାଇଥିଲେ। ଜଣେ ପରୀକ୍ଷା ପର୍ଯ୍ୟବେକ୍ଷକ ତାଙ୍କୁ ଅଟକାଇ ଦେଇଥିଲେ। ଶର୍ଟସ୍ ପିନ୍ଧିଥିବା ଯୋଗୁ ତାଙ୍କୁ ପରୀକ୍ଷା ହଲ୍‌ ଭିତରକୁ ଛଡ଼ା ଯାଇ ନଥିଲା।

ଜୁବଲୀଙ୍କ ସମସ୍ତ ଯୁକ୍ତି ଓ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଥିଲା। ଏହା ସହିତ ତାଙ୍କ ବାପାଙ୍କୁ କହି ବଜାରରୁ ପ୍ୟାଣ୍ଟ କିଣି ଆଣିବାକୁ କୁହାଯାଇଥିଲା। ତା’ପରେ ସେ ତାଙ୍କ ବାପାଙ୍କ ନିକଟକୁ ଯାଇ ଏହି କଥା କହିଥିଲେ। ତାଙ୍କ ବାପା ମଧ୍ୟ ତୁରନ୍ତ ବଜାରକୁ ପ୍ୟାଣ୍ଟ କିଣିବା ପାଇଁ ଧାଇଁ ଯାଇଥିଲେ।

ଜୁବଲୀ ଚିନ୍ତିତ ହୋଇ ତାଙ୍କ ବାପାଙ୍କୁ ଅପେକ୍ଷା କରିଥିବା ବେଳେ ଦୁଇ ଜଣ ଯୁବତୀ ତାଙ୍କ ନିକଟକୁ ଆସିଥିଲେ ଏବଂ ଏକ ପରଦାକୁ ଗୋଡ଼ରେ ଘୋଡ଼ାଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ଶେଷରେ ଜୁବଲୀ ସେୟା କଲେ। ଆଉ ସମୟ ନଷ୍ଟ ନ କରି ସେ ଗୋଡ଼ରେ ପରଦା ଘୋଡ଼ାଇ ପରୀକ୍ଷା ଦେଇଥିଲେ।

ଜୁବଲୀ କହିଛନ୍ତି ଯେ ଯଦି ଶର୍ଟସ୍ ଅନୁମତି ନଥିଲା, ତା’ହେଲେ ସେ କଥା ଆଡ୍‌ମିଟ୍‌ କାର୍ଡରେ ଉଲ୍ଲେଖ କରାଯିବା ଉଚିତ୍ ଥିଲା। ଅନ୍ୟପକ୍ଷରେ କଲେଜର ଅଧ୍ୟକ୍ଷ ଅବଦୁଲ ବାକି ଅହମଦ କହିଛନ୍ତି ଯେ ସେ ଏହି ଘଟଣା ବେଳେ ଉପସ୍ଥିତ ନଥିଲେ। ଆସାମ ଏଗ୍ରିକଲ୍ଚର ୟୁନିଭର୍ସିଟି ପକ୍ଷରୁ ଏହି ପ୍ରବେଶିକା ପରୀକ୍ଷା କରାଯାଉଥିଲା। ତାଙ୍କ ଅନୁଷ୍ଠାନ କେବଳ ଆବଶ୍ୟକ ଶ୍ରେଣୀ ଗୃହ ଓ ଅନ୍ୟ ବୈଷୟିକ ସହାୟତା ଯୋଗାଇ ଦେଇଥିଲା। ପର୍ଯ୍ୟବେକ୍ଷକ ଓ ପରୀକ୍ଷା ନିରୀକ୍ଷକ ବି ସେମାନେ ବାହାରୁ ଆଣିଥିଲେ।

Related story