୨ ମାସରେ ପ୍ରଥମ: ସାପ୍ତାହିକ ସଂକ୍ରମଣ ୧ ଲକ୍ଷ ତଳକୁ ଖସିଲା, ମୃତ୍ୟୁସଂଖ୍ୟା ବି ହ୍ରାସ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ଧୀରେଧୀରେ ହ୍ରାସ ପାଉଥିବା ସଙ୍କେତ ମିଳିଛି। ଅବଶ୍ୟ କିଛି ରାଜ୍ୟରେ ସଂକ୍ରମଣ ଅଧିକ ରହିଛି, ତଥାପି ଅଧିକାଂଶ ସହରରେ କରୋନା ଗ୍ରାଫ ତଳମୁହାଁ ହେଉଛି। ଏହିକ୍ରମରେ ୮ ସପ୍ତାହ ଅର୍ଥାତ ୨ ମାସ ମଧ୍ୟରେ କରୋନାର ସାପ୍ତାହିକ ସଂକ୍ରମଣ ୧ ଲକ୍ଷ ତଳେ ରେକର୍ଡ ହୋଇଛି। ଏହାର ଅର୍ଥ ୭ ଦିନର ମଧ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ମଧ୍ୟ ଏହା ୧ ଲକ୍ଷରୁ କମ ରହିଛି। […]

corona

  • Published: Monday, 22 August 2022
  • , Updated: 22 August 2022, 07:33 AM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ଧୀରେଧୀରେ ହ୍ରାସ ପାଉଥିବା ସଙ୍କେତ ମିଳିଛି। ଅବଶ୍ୟ କିଛି ରାଜ୍ୟରେ ସଂକ୍ରମଣ ଅଧିକ ରହିଛି, ତଥାପି ଅଧିକାଂଶ ସହରରେ କରୋନା ଗ୍ରାଫ ତଳମୁହାଁ ହେଉଛି। ଏହିକ୍ରମରେ ୮ ସପ୍ତାହ ଅର୍ଥାତ ୨ ମାସ ମଧ୍ୟରେ କରୋନାର ସାପ୍ତାହିକ ସଂକ୍ରମଣ ୧ ଲକ୍ଷ ତଳେ ରେକର୍ଡ ହୋଇଛି।

ଏହାର ଅର୍ଥ ୭ ଦିନର ମଧ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ମଧ୍ୟ ଏହା ୧ ଲକ୍ଷରୁ କମ ରହିଛି। ସେହିପରି ପଜିଟିଭିଟି ରେଟ୍‌ ମଧ୍ୟ ପ୍ରାୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହ୍ରାସ ପାଇଛି। ଜୁଲାଇ ୭ ପରେ ଦେଶର ପଜିଟିଭିଟି ରେଟ୍‌ ୪% ତଳକୁ ଖସିଛି। କେବଳ ସଂକ୍ରମଣ କିମ୍ବା ଟିପିଆର ନୁହେଁ, କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ କମିଛି। ଅଗଷ୍ଟ ୧୫ରୁ ୨୧ ତାରିଖ ମଧ୍ୟରେ କରୋନା ଯୋଗୁ ୨୭୫ ଜଣଙ୍କ ଜୀବନ ଯାଇଛି। ଏହାର ପୂର୍ବ ସପ୍ତାହ ଅର୍ଥାତ ୮ ଅଗଷ୍ଟରୁ ୧୪ ଅଗଷ୍ଟ ମଧ୍ୟରେ ଏହିସଂଖ୍ୟା ୩୦୭ ରହିଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଅଗଷ୍ଟ ୧୫ରୁ ୨୧ ମଧ୍ୟରେ ସମଗ୍ର ଦେଶରୁ ପ୍ରାୟ ୮୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ୮ ସପ୍ତାହ ମଧ୍ୟରେ ସବୁଠାରୁ କମ। ଶେଷଥର ପାଇଁ ଜୁନ ୧୩ରୁ ୧୯ ମଧ୍ୟରେ ଏପରି ଟ୍ରେଣ୍ଡ ଦେଖିବାକୁ ମିଳିଥିଲା।

ସେହିପରି ଅଗଷ୍ଟ ୮ରୁ ୧୪ ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତୁଳନାରେ ଏହା ୨୪% କମ। ଗତ ସପ୍ତାହରେ ପ୍ରାୟ ୧.୦୫ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଗତ ୨ ମାସ ହେଲା କ୍ରମାଗତ କରୋନା ସଂକ୍ରମଣ ବଢ଼ୁଥିବାରୁ ଓମିକ୍ରନର କୌଣସି ନୂଆ ସବ ଭାରିଏଣ୍ଟ ଲୋକଙ୍କୁ ସଂକ୍ରମିତ କରୁଥିବା ଆଶଙ୍କା ପ୍ରକାଶ ପାଇଥିଲା। ଏବେ କିନ୍ତୁ ପ୍ରାୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଛି। ଅବଶ୍ୟ ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ପାଇଁ ଟେଷ୍ଟିଂ ସଂଖ୍ୟା କମିଥିଲା। ତଥାପି କରୋନା ଗ୍ରାଫ ତଳମୁହାଁ ହେବା ଆଶ୍ୱସ୍ତିର ବିଷୟ।

Related story