ଦୋ ଫୁଲ୍‌, ଏକ ମାଲି! ବସ୍‌ଷ୍ଟାଣ୍ଡରେ ହେଲେ ପିଟାପିଟି

ଔରଙ୍ଗାବାଦ: ଏକ ଫୁଲ, ଦୋ ମାଲି। ଏକଥା ଆପଣ ଅନେକ ଥର ଶୁଣିଥିବେ। ହେଲେ ଦୋ ଫୁଲ, ଏକ ମାଲି କଥା ଆପଣ ବହୁତ କମ ଜାଣିଥିବେ। ଏହାର ଅର୍ଥ ଗୋଟିଏ ପୁଅ ପାଇଁ ଦୁଇ ଜଣ ଝିଅ  ଗୋଟିଏ ପୁଅ ପାଇଁ ମାରପିଟ କରିବା ଆପଣ କମ ଶୁଣିଥିଲେ। ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ  ଜନଗହଳୀ ପୂର୍ଣ୍ଣ ବସଷ୍ଟାଣ୍ଡରେ ଦୁଇ ଜଣ ଝିଅ ଗୋଟିଏ ପୁଅ ପାଇଁ ଯୁକ୍ତିତର୍କ କରିବା ସହ […]

Girl

  • Published: Saturday, 27 August 2022
  • , Updated: 27 August 2022, 09:22 AM IST

ଔରଙ୍ଗାବାଦ: ଏକ ଫୁଲ, ଦୋ ମାଲି। ଏକଥା ଆପଣ ଅନେକ ଥର ଶୁଣିଥିବେ। ହେଲେ ଦୋ ଫୁଲ, ଏକ ମାଲି କଥା ଆପଣ ବହୁତ କମ ଜାଣିଥିବେ। ଏହାର ଅର୍ଥ ଗୋଟିଏ ପୁଅ ପାଇଁ ଦୁଇ ଜଣ ଝିଅ  ଗୋଟିଏ ପୁଅ ପାଇଁ ମାରପିଟ କରିବା ଆପଣ କମ ଶୁଣିଥିଲେ। ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ  ଜନଗହଳୀ ପୂର୍ଣ୍ଣ ବସଷ୍ଟାଣ୍ଡରେ ଦୁଇ ଜଣ ଝିଅ ଗୋଟିଏ ପୁଅ ପାଇଁ ଯୁକ୍ତିତର୍କ କରିବା ସହ ମାରପିଟ କରିଛନ୍ତି।

ବୟଫ୍ରେଣ୍ଡ ଆଗରେ ହିଁ ଦୁଇ ଜଣ ଝିଅ ପିଟାପିଟି ହୋଇଛନ୍ତି। ମହାରାଷ୍ଟ୍ରର ପୈଥାନ ଜିଲ୍ଲାରେ ଥିବା ଗୋଟିଏ ବସଷ୍ଟାଣ୍ଡରେ ଏପରି ଘଟଣା ଘଟିଛି। ମାରପିଟ କରିଥିବା ଦୁଇ ଝିଅଙ୍କ ବୟସ ୧୭ ବର୍ଷ। ଏହି କାରଣରୁ ସେମାନଙ୍କ ନାଁ କିମ୍ବା ମୁହଁ ସାର୍ବଜନୀନ କରାଯାଇନି। କିନ୍ତୁ ପୁଲିସ୍‌ ଏମିତି ଏକ ଘଟଣା ବୁଧବାର ଘଟିଥିବା ସୂଚନା ଦେଇଛି।

ପୁଲିସ କହିଛି ଯେ ପୈଥାନର ଗୋଟିଏ ଜନଗହଳୀପୂର୍ଣ୍ଣ ବସଷ୍ଟାଣ୍ଡରେ ଦୁଇ ଜଣ ଝିଅ ପରସ୍ପରକୁ ଆକ୍ରମଣ କରି ମାରପିଟ କରିଛନ୍ତି। ପ୍ରଥମେ ଗୋଟିଏ ଝିଅ ତାଙ୍କ ବୟଫ୍ରେଣ୍ଡ ସହ ବସଷ୍ଟାଣ୍ଡକୁ ଆସିଥିଲେ। ସେମାନେ କଥାବାର୍ତ୍ତା ହେଉଥିବା ବେଳେ ଏ ସମ୍ପର୍କରେ କୌଣି ସୂତ୍ରରୁ ଅନ୍ୟ ଜଣେ ଝିଅ ଜାଣି ପାରିଥିଲେ। ସେ ତୁରନ୍ତ ବସ୍‌ଷ୍ଟାଣ୍ଡରେ ପହଞ୍ଚି ପୁଅ ଉପରେ ନିଜର ହକ ଜାହିର କରିଥିଲେ।

ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଉଭୟ ଉକ୍ତ ପିଲାକୁ ନିଜର ପ୍ରେମିକ କହିବାରୁ କଥା ହାତାହାତି ଯାଏ ଯାଇଥିଲା। ଅନେକ ଲୋକ ଏହାକୁ ଦେଖୁଥିଲେ ହେଁ କେହି ବି ପ୍ରତିବାଦ କରି ନଥିଲେ। ସେହିପରି ପୁଅଟି ମଧ୍ୟ ମାରପିଟ ଦେଖି ଚୁପଚାପ ସେଠାରୁ ଚାଲି ଯାଇଥିଲା।

ଦୀର୍ଘ ସମୟ ଧରି ଏହି ହାଇଡ୍ରାମା ଚାଲିଥିବା ବେଳେ ଶେଷରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଉଭୟ କିଶୋରୀଙ୍କୁ ପୁଲିସ୍‌ ନିଜ ସହ ଥାନାକୁ ଆଣି ପଚରାଉଚରା କରୁଥିଲା। ସେଠାରେ ସେମାନଙ୍କର କାଉନସେଲିଂ ପରେ ଉଭୟଙ୍କୁ ଛାଡ଼ି ଦିଆଯାଇଥିଲା। ତେବେ ସର୍ବସମ୍ମୁଖରେ ଦୁଇ ଜଣ ଝିଅ ଗୋଟିଏ ପୁଅ ପାଇଁ ମାରପିଟ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

Related story