ବିରିୟାନି ଦୋକାନରେ ଗୁଳିକାଣ୍ଡ, ୨ ଗୁରୁତର

କୋଲକାତା: ଏକ ବିରିୟାନି ଦୋକାନରେ ଗୁଳିକାଣ୍ଡ ଘଟି ୨ ଜଣ ଗୁରୁତର ହୋଇଛନ୍ତି। ପଶ୍ଚିମବଙ୍ଗର ଉତ୍ତର-୨୪ ପ୍ରଗଣା ଅଞ୍ଚଳ ବାରାକପୋର ବିରିୟାନୀ ଦୋକାନରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ଅପରାହ୍ନରେ ଏହି ଗୁଳିକାଣ୍ଡ ଘଟିଛି। ଉକ୍ତ ଅଞ୍ଚଳରେ ବାରାକପୋର ବିରିୟାନୀ ଦୋକାନ ହେଉଛି ଖୁବ୍‌ ପ୍ରସିଦ୍ଧ। ଆଜି ଅପରାହ୍ନରେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଉକ୍ତ ଦୋକାନକୁ ଆସିଥିଲେ। ପରେ ସେମାନେ  ଦୋକାନ ଉପରକୁ  ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିଦରେ […]

Gun

Tapas Behera
  • Published: Monday, 16 May 2022
  • , Updated: 16 May 2022, 05:06 PM IST

କୋଲକାତା: ଏକ ବିରିୟାନି ଦୋକାନରେ ଗୁଳିକାଣ୍ଡ ଘଟି ୨ ଜଣ ଗୁରୁତର ହୋଇଛନ୍ତି। ପଶ୍ଚିମବଙ୍ଗର ଉତ୍ତର-୨୪ ପ୍ରଗଣା ଅଞ୍ଚଳ ବାରାକପୋର ବିରିୟାନୀ ଦୋକାନରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ଅପରାହ୍ନରେ ଏହି ଗୁଳିକାଣ୍ଡ ଘଟିଛି। ଉକ୍ତ ଅଞ୍ଚଳରେ ବାରାକପୋର ବିରିୟାନୀ ଦୋକାନ ହେଉଛି ଖୁବ୍‌ ପ୍ରସିଦ୍ଧ। ଆଜି ଅପରାହ୍ନରେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଉକ୍ତ ଦୋକାନକୁ ଆସିଥିଲେ।

ପରେ ସେମାନେ  ଦୋକାନ ଉପରକୁ  ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିଦରେ ଦୋକାନରେ ଥବା ୨ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି।  ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣ ପାଇଁ ଗୁଳିକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ।

Related story