ଭାରତରେ ପଶିଲା 'ଓମିକ୍ରନ୍‌'

ନୂଆଦିଲ୍ଲୀ: ଭାରତରେ ଏଣ୍ଟ୍ରି କଲା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌।  ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରୁ ଏହି୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ରହିଛି। ଉଭୟଙ୍କୁ ଆଇସୋଲେଟ କରାଯାଇ ଚିକିତ୍ସା ଜାରି ରଖାଯାଇଛି। ଏନେଇ ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି। ଉଭୟଙ୍କର ସାମାନ୍ୟ ଲକ୍ଷଣ ରହିଛି। […]

Corona

Madhupriya Mistry
  • Published: Thursday, 02 December 2021
  • , Updated: 02 December 2021, 04:53 PM IST

ନୂଆଦିଲ୍ଲୀ: ଭାରତରେ ଏଣ୍ଟ୍ରି କଲା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌।  ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରୁ ଏହି୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି।

ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ରହିଛି। ଉଭୟଙ୍କୁ ଆଇସୋଲେଟ କରାଯାଇ ଚିକିତ୍ସା ଜାରି ରଖାଯାଇଛି। ଏନେଇ ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି। ଉଭୟଙ୍କର ସାମାନ୍ୟ ଲକ୍ଷଣ ରହିଛି। ବିଶ୍ୱରେ ଏପର୍ଯ୍ୟନ୍ତ ଯେତୋଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି, ସେଥିରେ କୌଣସି ପ୍ରକାରର ଗମ୍ଭୀର ଲକ୍ଷଣ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ କହିଛନ୍ତି।

ଏପର୍ଯ୍ୟନ୍ତ ଭାରତକୁ ମିଶାଇ ୨୯ ଦେଶକୁ ମାଡି ସାରିଲାଣି ଓମିକ୍ରନ୍ ଭାରିଏଣ୍ଟ। ୨୯ ଦେଶରେ ମୋଟ ୩୭୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ କରୋନାର ଡେଲ୍ଟା ଭାରିଏଣ୍ଟ ଠାରୁ ମଧ୍ୟ ଓମିକ୍ରନ ୫ ଗୁଣା ଅଧିକ ବିପଦଜ୍ଜନକ। ଏହା ଖୁବ୍‌ ଦ୍ରୁତଗତିରେ ବ୍ୟାପିକା ଆଶଙ୍କା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଭାରିଏଣ୍ଟ ଅଫ୍‌ କନସର୍ଣ୍ଣ ଶ୍ରେଣୀରେ ରଖିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସେପଟେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ଓମିକ୍ରନରୁ ବର୍ତ୍ତିବା ପାଇଁ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଗହଳି ସ୍ଥାନକୁ ଆଦୌ ନଯିବାକୁ ସତର୍କ କରାଇଛନ୍ତି ବିଶେଷଜ୍ଞ। ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଗହଳିକୁ ଯାଆନ୍ତୁନି ଏବଂ ନିଶ୍ଚିତ ଟିକା ନିଅନ୍ତୁ। ଭୟଭୀତ ହେବା ଆବଶ୍ୟକ ନାହିଁ। ସଚେତନ ରହିବା ଜରୁରୀ ବୋଲି ସେ କହିଛନ୍ତି।

Related story